ରାଜନୀତି

ମନମୋହନ ସାମଲଙ୍କ ନୂଆ ଟିମ

ଭୁବନେଶ୍ୱର:ଗୃହମନ୍ତ୍ରୀ ଅମିତ ଶାହଙ୍କ ଗସ୍ତ ପୂର୍ବରୁ ଘୋଷଣା ହେଲା ମନମୋହନ ସାମଲଙ୍କ ନୂଆ ଟିମ | ୩୫ ଜଣିଆ ଟିମ୍ ଘୋଷଣା ହୋଇଛି | ଉପସଭାପତି, ସାଧାରଣ ସମ୍ପାଦକ, ସମ୍ପାଦକ ଓ ୬ଟି ମୋର୍ଚ୍ଚାର ପଦାଧିକାରୀଙ୍କ ନାମ ଘୋଷଣା ହୋଇଛି | ଉପସଭାପତି ଭାବେ ନାଉରି ନାୟକ, ଅପରାଜିତା ଷଡ଼ଙ୍ଗୀ, ରବି ନାଏକ, ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର, ଗୋଲକ ପ୍ରସାଦ ମହାପାତ୍ର, କୁସୁମ ଟେଟେ, ଲେଖାଶ୍ରୀ ସାମନ୍ତସିଂହାର, ସୁକେଶୀ ଓରାମ, ବିରଂଚି ନାରାୟଣ ତ୍ରିପାଠୀ ପ୍ରମୁଖ ରହିଥିବାବେଳେ ସାଧାରଣ ସମ୍ପାଦକ ଭାବେ ଯତୀନ ମହାନ୍ତି, ପୂର୍ଣ୍ଣିମା କେର୍କେଟା, ସାରଦା ପ୍ରସାଦ ଶତପଥୀ, ମାନସ କୁମାର ମହାନ୍ତି, ସିମାଞ୍ଚଳ ଖଟେଇ ପ୍ରମୁଖ ରହିଛନ୍ତି | ସେହିପରି ସମ୍ପାଦକ ଭାବେ ରମେଶ ଚନ୍ଦ୍ର ସାହୁ, ଟଙ୍କଧର ତ୍ରିପାଠୀ, ନବୀନ ରାମ, ସିପ୍ରା ବାଜପେୟୀ, ଅଭିମନ୍ୟୁ ସେଠୀ, ସରୋଜ କୁମାର କର, କୃଷ୍ଣଚନ୍ଦ୍ର ମହାପାତ୍ର, କସ୍ତୁରୀ ମିଶ୍ର, ପୂର୍ଣ୍ଣିମା ନାୟକ, ଇରାସିସ ଆଚାର୍ଯ୍ୟ ପ୍ରମୁଖ ରହିଛନ୍ତି |

ବିଜେପି ଯୁବମୋର୍ଚ୍ଚା ସଭାପତି ଅଭିଳାଷ ପଣ୍ଡା ହୋଇଥିବାବେଳେ ମହିଳାମୋର୍ଚ୍ଚା ସଭାପତି ହୋଇଛନ୍ତି ଐଶ୍ଵର୍ଯ୍ୟା ବିଶ୍ୱାଳ | ମହେଶ୍ୱର ସାହୁ କୃଷକ ମୋର୍ଚ୍ଚାର ସଭାପତି, ଏସଟି ମୋର୍ଚ୍ଚାର ସଭାପତି ଭାବେ ନିତ୍ୟାନନ୍ଦ ଗଣ୍ଡ, ଏସସି ମୋର୍ଚ୍ଚା ସଭାପତି ଭାବେ ବିଭୁ ପ୍ରସାଦ ତରାଇ, ଓବିସି ମୋର୍ଚ୍ଚା ସଭାପତି ଭାବେ ସୁରଥ ବିଶ୍ୱାଳଙ୍କୁ ଦାୟିତ୍ୱ ଦିଆଯାଇଛି | ଅନ୍ୟପଟେ ଟିମରୁ ବାଦ ପଡିଥିବା ନେତାମାନେ ହେଉଛନ୍ତି ସାଧାରଣ ସମ୍ପାଦକ ଥିବା ପୃଥ୍ୱୀରାଜ ହରିଚନ୍ଦନ, ଉପସଭାପତି ଥିବା ଭୃଗୁବକ୍ସି ପାତ୍ର, ଉପସଭାନେତ୍ରୀ ପ୍ରଭାତୀ ପରିଡ଼ା, ଉପସଭାନେତ୍ରୀ ସଂଗୀତା ସିଂହ ଦେଓ, ଉପ ସଭାନେତ୍ରୀ ଅନିତା ଶୁଭଦର୍ଶୀନି ପଟ୍ଟନାୟକ, ଉପସଭାପତି ବଳଭଦ୍ର ମାଝି, ଉପସଭାପତି ଭାସ୍କର ମଢେଇ, ସମ୍ପାଦକ କାଳନ୍ଦି ସାମଲ, ପିଙ୍କି ପ୍ରଧାନ, ଶର୍ମିଷ୍ଠା ମେହେର ଅଛନ୍ତି |

କୃଷକ ମୋର୍ଚ୍ଚା ସଭାପତି ପ୍ରଦୀପ ପୁରୋହିତ, ମହିଳା ମୋର୍ଚ୍ଚା ସଭାନେତ୍ରୀ ସ୍ମୃତି ପଟ୍ଟନାୟକଙ୍କୁ ବାଦ ଦିଆଯାଇଛି | ଈରାଶିଷ ଆଚାର୍ଯ୍ୟଙ୍କୁ ଯୁବ ମୋର୍ଚ୍ଚା ସଭାପତି ପଦରୁ ପରିବର୍ତ୍ତନ କରି ରାଜ୍ୟ ସମ୍ପାଦକ ଦାୟିତ୍ଵ ମିଳିଛି | ସଙ୍ଗଠନରୁ ବାଦ ପଡ଼ିଥିବା ନେତା ମାନଙ୍କୁ ନିଜ ନିଜ ନିର୍ବାଚନମଣ୍ଡଳୀରେ ନିର୍ବାଚନ ପାଇଁ ପ୍ରସ୍ତୁତ ହେବାକୁ କୁହାଯାଇଥିବା ନେଇ ଚର୍ଚ୍ଚା ହେଉଛି | ଅନ୍ୟପଟେ ରାଜ୍ୟ ବିଜେପିର ଉପସଭାପତି ଗୋଲକ ମହାପାତ୍ର କହିଛନ୍ତି ଯେ ଆସନ୍ତାକାଲି ବିଜେପି ନୂଆ ଟିମ ସହ ଅମିତ ଶାହା ଆଲୋଚନା କରିବେ | ୨୦୨୪ ନିର୍ବାଚନ ପାଇଁ ମନ୍ତ୍ର ଦେବେ | ଆଗାମୀ ନିର୍ବାଚନ ନୂଆ ଟିମର ପ୍ରାଥମିକତା ହେବ | ସବୁ ଅଞ୍ଚଳ ସବୁ ବର୍ଗକୁ ନୂଆ ଟିମରେ ପ୍ରାଥମିକତା ମିଳିଛି | ଟିମରୁ ବାଦ ପଡ଼ିବା ପରେ ନିର୍ବାଚନ ମଣ୍ଡଳୀରେ ଅଧିକ ସମୟ ଦେବାକୁ ସୁଯୋଗ ମିଳିବ |

Leave a Reply

Your email address will not be published. Required fields are marked *