ମୁଖ୍ୟ ଖବର

ନବ ଦାସଙ୍କ ହତ୍ୟାକାଣ୍ଡକୁ ନେଇ ପ୍ରତିବାଦ ଚାଲିବ:

ଭୁବନେଶ୍ବର: ମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡର ରହସ୍ୟ ଉନ୍ମୋଚନ ନ ହେବା ଯାଏ ଚୁପ ବସିବ ନାହିଁ ବିଜେପି। ବିଧାନସଭାରୁ ରାଜରାସ୍ତା ଯାଏ ବିଜେପିର ପ୍ରତିବାଦ ଜାରି ରହିବ ବୋଲି କହିଛନ୍ତି ବିରୋଧୀଦଳ ନେତା ଜୟନାରାୟଣ ମିଶ୍ର।

ବିରୋଧୀଦଳ ନେତା କହିଛନ୍ତି, ବିଧାନସଭାରେ ମୋସନ ଆକାରରେମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡ ନେଇ ଆଲୋଚନା ହୋଇଥିଲେ ବି ରହସ୍ୟ ଉପରୁ ପରଦା ହଟିନି। ମୁଖ୍ୟମନ୍ତ୍ରୀ ବି ତାଙ୍କ ବିବୃତିରେ ବିରୋଧୀଙ୍କୁ ସମାଲୋଚନା ଛଡ଼ା କିଛି କହି ନାହାନ୍ତି। ସଂଖ୍ୟାଗରିଷ୍ଠତା ବଳରେ ବିଧାନସଭାରେ ବିରୋଧୀଙ୍କୁ ଚପାଇ ଦେଉଛନ୍ତି। ରାଜରାସ୍ତାରେ ଲଢେଇ ହେବ। ଏହି ପ୍ରସଙ୍ଗକୁ ନେଇ ଦଳ ଲୋକଙ୍କ ପାଖକୁ ଯିବୁ।

ଜୟନାରାୟଣ ମିଶ୍ର କହିଛନ୍ତି, ତଦନ୍ତ ଦିଗହରା ହୋଇଛି। ହତ୍ୟାକାଣ୍ଡ ପଛରେ କିଏ ଅଛି ସାମ୍ନାକୁ ନ ଆସିବା ପର୍ଯ୍ୟନ୍ତ ଲଢେଇ ହେବ। ମୋସନ ଆକାରରେ ଆଲୋଚନା ହୋଇଥିଲେ ବି ଖର୍ଚ୍ଚ ଦାବି ଆଲୋଚନା ସହ ଅନ୍ୟ ଅନ୍ୟ ଫୋରମରେ ଏହି ପ୍ରସଙ୍ଗ ଉଠାଇବ ବିଜେପି। ହତ୍ୟାର କାରଣ କଣ ଓ ହତ୍ୟା ପଛରେ କିଏ ସାମ୍ନାକୁ ନ ଆସିବା ପର୍ଯ୍ୟନ୍ତ ବିଜେପି ଚୁପ୍ ବସିବ ନାହିଁ। ଏହା ବାଦ୍ ଚାଷୀଙ୍କ ସମସ୍ୟା ଓ ଅନ୍ୟ ପ୍ରସଙ୍ଗକୁ ନେଇ ସରକାରଙ୍କୁ ଘେରିବ ବିଜେପି।

ତେଣେ ସରକାରୀ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି କହିଛନ୍ତି,  ବିରୋଧୀ ଦଳ ଯେତେ ପ୍ରସଙ୍ଗ ଆଣିଛନ୍ତି, ତାକୁ ଶାସକ ଦଳ ଗ୍ରହଣ କରି ଆଲୋଚନା କରିଛନ୍ତି। ବିରୋଧୀ ଦଳ ଯେତେ ପ୍ରସଙ୍ଗ ଉଠାଇଛନ୍ତି ସରକାରଙ୍କୁ ଘେରିବା ପାଇଁ, ସେ ଘେରରେ ନିଜେ ପଡ଼ିଛନ୍ତି। କାରଣ ତାଙ୍କ ପାଖରେ ପ୍ରସଙ୍ଗ ନାହିଁ, ଆମ ପାଖରେ ଅଛି। ବଜେଟ୍ ଆଲୋଚନା ଭିତରେ ଅନେକ ପ୍ରସଙ୍ଗ ଆସିବ। ଓଡ଼ିଶା ସଦାବେଳେ କେନ୍ଦ୍ର ଅବହେଳାର ଶିକାର ହୋଇଛି। ଆଲୋଚନା କାଳରେ ଏ ପ୍ରସଙ୍ଗ ଉଠାଇବ ବିଜେଡି।

Leave a Reply

Your email address will not be published. Required fields are marked *