ଦେଶ- ବିଦେଶ

କେନ୍ଦ୍ର ଗୃହ ସଚିବଙ୍କ ବଢିଲା କାର୍ଯ୍ୟକାଳ

ନୂଆଦିଲ୍ଲୀ : କେନ୍ଦ୍ର ଗୃହ ସଚିବ ଅଜୟ କୁମାର ଭଲ୍ଲାଙ୍କ ବଢିଲା କାର୍ଯ୍ୟକାଳ। ତାଙ୍କର କାର୍ଯ୍ୟକାଳକୁ ଆଉ ଏକ ବର୍ଷ ବୃଦ୍ଧି କରାଯାଇଛି। ପର୍ସନାଲ ପବ୍ଲିକ ମନ୍ତ୍ରଣାଳୟ ଶୁକ୍ରବାର ଏ ବାବଦରେ ଏକ ନିର୍ଦ୍ଦେଶ ଜାରି କରିଛି। ନିର୍ଦ୍ଦେଶ ଅନୁଯାୟୀ, ଅଜୟ ଏହି ପଦବୀରେ ୨୨ ଅଗଷ୍ଟ ୨୦୨୪ ପର୍ଯ୍ୟନ୍ତ ରହିବେ। ଉଲ୍ଲେଖନୀୟ କଥା ହେଉଛି, ଏହି ପଦବୀରେ ତାଙ୍କୁ ଚତୁର୍ଥ ଥର ସୁଯୋଗ ଦିଆଯାଇଛି।

ଅଜୟଙ୍କ କାର୍ଯ୍ୟକାଳ ଅଗଷ୍ଟ ୨୨ ୨୦୨୩ରେ ଶେଷ ହୋଇଥା’ନ୍ତା। ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଥିବା ନୋଟିସରେ କୁହାଯାଇଛି ଯେ, କ୍ୟାବିନେଟର ନିଯୁକ୍ତି କମିଟି ଭଲ୍ଲାଙ୍କ କାର୍ଯ୍ୟକାଳକୁ ଏକ ବର୍ଷ ପାଇଁ ଅର୍ଥାତ୍‌ ଅଗଷ୍ଟ ୨୨ ୨୦୨୪ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ଅନୁମୋଦନ କରିଛି।

ସୂଚନାଯୋଗ୍ୟ, ଅଜୟ କୁମାର ଭଲ୍ଲା ଆସାମ-ମେଘାଳୟ କ୍ୟାଡରର ୧୯୮୪ ବ୍ୟାଚ ଭାରତୀୟ ପ୍ରଶାସନିକ ସେବା (ଆଇଏଏସ) ଅଧିକାରୀ। ଅଗଷ୍ଟ ୨୦୧୯ରେ ତାଙ୍କୁ ଗୃହ ସଚିବ ଭାବରେ ନିଯୁକ୍ତ କରାଯାଇଥିଲା। ସେ ନଭେମ୍ବର ୨୦୨୦ରେ ୬୦ବର୍ଷ ବୟସରେ ଅବସର ନେବାକୁ ଯାଉଥିଲେ, କିନ୍ତୁ ସରକାର ତାଙ୍କ କାର୍ଯ୍ୟକାଳକୁ ସମ୍ପ୍ରସାରଣ କରିଥିଲେ। ତାଙ୍କର କାର୍ଯ୍ୟକାଳ ପ୍ରଥମେ ଅଗଷ୍ଟ ୨୨ ୨୦୨୦ରୁ ବଢି ଅକ୍ଟୋବର ୧୭ ୨୦୨୧ କରାଯାଇଥିଲା। ଏହା ପରେ ୨୦୨୧ ଓ ୨୦୨୨ରେ ବର୍ଷେ ପାଇଁ ତାଙ୍କର କାର୍ଯ୍ୟକାଳ ବଢାଯାଇଥିଲା

Leave a Reply

Your email address will not be published. Required fields are marked *