ମୁଖ୍ୟ ଖବର

ମୋ ପାଖରେ ନିଜର ଘର ଖଣ୍ଡିଏ ନାହିଁ: ରାହୁଲ

ନୂଆଦିଲ୍ଲୀ: ଛତିଶଗଡର ରାଜଧାନୀ ରାୟପୁରରେ କଂଗ୍ରେସର ୮୫ତମ ମହାଅଧିବେଶନ ଚାଲିଛି। ଶନିବାର କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧି ଏହି କାର୍ଯ୍ୟକ୍ରମରେ ଭାଷଣ ଦେଇଥିବା ବେଳେ ଆଜି କଂଗ୍ରେସ ନେତା ରାହୁଲ ଗାନ୍ଧି ନିଜ କର୍ମୀଙ୍କୁ ସମ୍ବୋଧିତ କରିଛନ୍ତି। ସେ କହିଛନ୍ତି ଯେ ୫୨ବର୍ଷ ହେଲାଣି ତାଙ୍କର ନିଜ ଘର ଖଣ୍ଡିଏ ନାହିଁ।

ଏହି ମହାଅଧିବେଶନରେ ରାହୁଲ କହିଛନ୍ତି ଯେ, ୫୨ବର୍ଷ ହେଲାଣି ମୋର ନିଜର ଘର ନାହିଁ ଏବଂ ପରିବାରର ଯେଉଁ ଘର ଅଛି ତାହା ଆହ୍ଲାବାଦରେ ଅଛି। ତାକୁ ମଧ୍ୟ ନିଜର ଘର କହିପାରିବି ନାହିଁ।

ଭାରତ ଯୋଡୋ ଯାତ୍ରା କଥା ମନେ ପକାଇ ରାହୁଲ ଗାନ୍ଧି କହିଛନ୍ତି, ‘ଆପଣ ନିଶ୍ଚୟ କେରଳରେ ଡଙ୍ଗା ଦୌଡ଼ ଦେଖିଥିବେ। ସେହି ସମୟରେ ଯେତେବେଳେ ମୁଁ ଡଙ୍ଗାରେ ବସିଥିଲି, ମୁଁ ପୁରା ଟିମ୍ ସହିତ ଡଙ୍ଗା ଚଳାଉଥିଲି। ଏହା ପରେ ମୋ ଗୋଡରେ ଗଭୀର ଯନ୍ତ୍ରଣା ହୋଇଥିଲା। ଫଟୋରେ ମୁଁ ହସୁଥିଲି ସତ, କିନ୍ତୁ ଭିତରେ ମୁଁ କାନ୍ଦୁଥିଲି। ଏହା ପରେ ମୁଁ ନଅଟକି ଆଗକୁ ଯାତ୍ରା ଆରମ୍ଭ କଲି। ଯାତ୍ରା ଆରମ୍ଭ ପୂର୍ବରୁ ମୋତେ ଲାଗୁଥିଲା ମୁଁ ବହୁତ ଫିଟ୍ ମଣିଷ। ସହଜରେ ମୁଁ ୨୦-୨୫ କିଲୋମିଟର ଚାଲିପାରିବି। ହେଲେ ଏହି ଯାତ୍ରା ସମୟରେ ମୋର ପୁରୁଣା ଯନ୍ତ୍ରଣା ଫେରିଥିଲା। କଲେଜରେ ଫୁଟବଲ ଖେଳୁଥିବା ବେଳେ ମୋ ଆଣ୍ଠୁରେ ଆଘାତ ଲାଗିଥିଲା। ସମୟ ସହ ଯନ୍ତ୍ରଣା କମ ହୋଇଥିବା ବେଳେ ଭାରତ ଯୋଡୋ ଯାତ୍ରା ସମୟରେ ଯନ୍ତ୍ରଣା ପୁଣି ଆରମ୍ଭ ହୋଇଥିଲା। ମୋ କର୍ମୀମାନେ ମୋ ପରିବାର ତେଣୁ ଆପଣଙ୍କୁ ଏସବୁ କହୁଛି। ସବୁବେଳେ ସକାଳୁ ଉଠି କେମିତି ଚାଲିବି ବୋଲି ଭାବୁଥିଲି। ମୁଁ ବହୁତ ଫିଟ ବୋଲି ଯେଉଁ ଅହଙ୍କାର ଥିଲା, ମାତ୍ର ୧୦-୧୫ଦିନ ମଧ୍ୟରେ ମୋ ଅହଙ୍କାର ଭାଙ୍ଗିଗଲା।

Leave a Reply

Your email address will not be published. Required fields are marked *