ରାଜ୍ୟ

ଟାଟା କମ୍ପାନୀ ଦେଇ ଥିବା ଏନ .ଏ.ସି ଛକର ନାଳରେ ନାହିଁ ଟ୍ରାଫିକ ନିୟନ୍ତ୍ରଣ

ଯୋଡ଼ା : ଖଣି ସହର ଯୋଡ଼ା ପୌରପାଳିକାର କାର୍ଯ୍ୟାଳୟକୁ ଲାଗିକରି ଖୁବ୍ ନିକଟ ଏନ.ଏ.ସି ଗେଟ ଛକଟିରେ ଥିବା ଦୋକାନ ବଜାର ଦିନକୁ ଦିନ ବଢୁଥିବା ସହ ବ୍ୟବସାୟ ମଧ୍ୟ ବଢ଼ୁ ଥିବାର ଦେଖିବାକୁ ମିଳେ ।ଯାହା ଫଳରେ ବଜାର ଘାଟ ନିମନ୍ତେ ଲୋକଙ୍କ ଭିଡ଼ ଜମୁ ଥିବାର ଦେଖିବାକୁ ମିଳେ କିନ୍ତୁ ଆଉ କେତେକ ଅଝାଥା ରେ ଉକ୍ତ ଚକରେ ଭିଡ଼ କରିବା ସହ ଛକ ରାସ୍ତାର ଉଭୟ ପାର୍ଶଵବର୍ତ୍ତୀରେ ବହୁ ମୋଟାରସାଇକଲ ଜମା କରି ରଖିବା ଦ୍ଵାରା ଉକ୍ତ ସ୍ଥାନରେ ଟ୍ରାଫିକ ସମସ୍ୟା ବଢିବା ସହ ଉକ୍ତ ଛକଟି ଚ।ରିଛକ ସଦୃଶ ରହି ଥିବାରୁ ଯିବା ଆସିବା କରିବାପାଇଁ ସାଧାରଣରେ ବହୁ ସମସ୍ୟ। ଦେଖା ଦେବାର ଆରମ୍ଭ ହୋଇଛି।ତେବେ ଦେଖିବାକୁ ଗଲେ ସେହି ଛକରେ ଟାଟା କମ୍ପାନୀ ଯୋଗାଇ ଦେଇ ଥିବା ଗତି ନିୟନ୍ତ୍ରଣ ବୋର୍ଡ ଯୋଡ଼ା ଥାନାକୁ ଦେଇଥିଲେ ମଧ୍ୟ ଉକ୍ତ ବୋର୍ଡ଼ଟି ଗତ କିଛି ଦିନ ହେବ ନିକଟର ଏକ ନାଳରେ ମଧ୍ୟରେ ପଡ଼ି ରହିଥିବାର ଦେଖିବାକୁ ମିଳେ ।ତେବେ ଅଝାଥ। ଚକରେ ଯଦି କେହି ଭିଡ଼ କରିବା ସହ ଯାନବହାନକୁ ରାସ୍ତା କଡ଼ରେ ବିନ।କ।ରଣରେ ରଖିବାକୁ ରୋକିବା ସହ ଉକ୍ତ ଗତି ନିୟନ୍ତ୍ରଣ ବୋର୍ଡକୁ ଯଦି ଯଥା ସମ୍ଭବ ସଠିକ୍ ସ୍ଥାନରେ ପୁନର୍ବାର ରଖା ଗଲେ ସାଧରାଲୋକେ ବଜାର ଘାଟ କରିବା ଠାରୁ ଆରମ୍ଭ କରି ଯିବାଆସିବା କରିବା ସରଳ ହେବା ସହ ଦୁର୍ଘଟଣା ଭୟ ମଧ୍ୟ କମିବ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଏ ।

Leave a Reply

Your email address will not be published. Required fields are marked *