ରାଜ୍ୟ

ଦୁଇ ନମ୍ବର କାଉନସିଲର ଘର ସମ୍ମୁଖ ରାସ୍ତା ମରାମତି ହେଲା

କେନ୍ଦୁଝର : ଗତ କିଛି ଦିନ ଧରି ଦୁଇ ନମ୍ବର କାଉନସିଲର ଘର ସମ୍ମୁଖ ତଥା ବନେଇକଳା ବସ୍ତିର ସଡ଼କ ପଥରେ ଏକ ପ୍ରକାର ସମ୍ପୂର୍ଣ୍ଣ ନଷ୍ଟ ହୋଇ ବସିଥିଲା । ତେବେ ସୂଚନା ଯୋଗ୍ୟ ପାନୀୟ ଜଳ ଯୋଗାଣ ନିମନ୍ତେ ଜନସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ରାସ୍ତା ଖୋଳା ଯାଇ ପାଇପ ପୋତା ସାରିଥିବା ବେଳେ ଉକ୍ତ ସ୍ଥାନର ମାଟିକୁ ଖୋଳା ସ୍ଥାନରେ ଏକ ପ୍ରକାର ଗଦା କରିବା ହେତୁ ବର୍ଷା ପାଣିରେ କାଦୁଆ ସବୁ ଏଣେ ତେଣେ ହୋଇ ସମ୍ପୂର୍ଣ୍ଣ ରାସ୍ତାରେ ।ଏପରି କି ଅଧିକାଂଶ ସ୍ଥାନ ଖାଲ , ଢ଼ିପ କାଦୁଅରେ ଭରି ରହିଥିବା ବେଳେ ବନେଇକଳ। ପ୍ରାୟ ନଅ ହଜାରରୁ ଉର୍ଦ୍ଧ୍ଵ ଜନସାଧାରଣ ପ୍ରତ୍ୟେକ ଭାବରେ ଦୈନଦିନ ହନ୍ତସନ୍ତ ହୋଇ ଆସୁଥିଲେ ଦୀର୍ଘଦିନ ଧରି ।ତେବେ ଦେଖିବାକୁ ଗଲେ ସହର ପ୍ରାୟ ବ୍ୟାଙ୍କ୍, ବିଦ୍ୟାଳୟ ,ମୁଖ୍ୟାବଜାର ଏହି ରାସ୍ତା ଦେଇ ସଂଯୋଗ ରହିଥିବାରୁ ଉକ୍ତ ସଡ଼କ ପଥଟି ବ୍ୟବହାର ମଧ୍ୟ ଖୁବ୍ ଅଧିକ ଆସିଥାଏ ।ତେବେ ଏହି ସମସ୍ୟାର ଖବର ପ୍ରସାରଣ ହେବା ପରେ ପରେ ସ୍ଥାନୀୟ କାଉନସିଲରଙ୍କ ଉପସ୍ଥିତିରେ ଏକ ପ୍ରକାର ମରାମତି ସରିଥିବାର ଦେଖିବାକୁ ମିଳେ। ଉକ୍ତ ମରାମତି ହେବା ଦ୍ଵାରା ସହରବାସୀ ବ୍ୟତୀତ ବନେଇକଲା ବସୀ ବିଶେଷ ଉପକାର ପାଇ ଯାତାୟତରେ ଅନେକ ସମସ୍ୟା ହ୍ରାସ ହୋଇ ପାରିବ ।

Leave a Reply

Your email address will not be published. Required fields are marked *