ପୂର୍ବରୁ ଯେବେ ଏଠାରେ ଥିଲେ ସପ୍ତାହକୁ ତିନି ଦିନ କାର୍ଯ୍ୟ କରୁଥିଲେ : ଭତ୍ତା ଅଫିସର୍
କେନ୍ଦୁଝର : ଏବେ ନୁହଁ ଜନ୍ମଗତ ଅଧିକାର ଭଳି ଠକିବା ତଥା ଘୋଟାଲ। କରିବା ଏହି ଭତ୍ତା ଅଫିସରଙ୍କ ପବୃତି । କାହିଁ କେଉଁ ବର୍ଷ ବର୍ଷ ଧରି ନିଜ କାର୍ଯ୍ୟ ସଠିକ୍ ଭାବରେ କରିନାହାନ୍ତି ବୋଧ ହୁଏ ଉକ୍ତ ଅଫିସର୍ ଜନକ । ତାଙ୍କରି ଏକ ଠକାମିର କାର୍ଯ୍ୟ ପୁଣି ସାଧାରଣରେ ଆଲୋଚନା ହେଉଥିବାର ଶୁଣିବାକୁ ମିଳେ । ତେବେ ଘଟଣାରୁ ପ୍ରକାଶ ଯେ ପୂର୍ବରୁ ଯେବେ ଅଫିସର୍ ଜନକ ନିକଟର ଏକ ବିଭାଗରେ ଯୋଗ ଦେଲେ ପ୍ରାୟ ସପ୍ତାହର ତିନି ଦିନ ରହି କାର୍ଯ୍ୟ କରି ଅଧାପଇନ୍ତିରିଆ କରି ଛାଡ଼ି ପୁଣି ରାଜଧାନି ବାହାରି ଯାଅନ୍ତି । ଏପରି କି କେତେକ ଜରୁରୀ ଦସ୍ତାବିଜରେ ନିଜର ସାକ୍ଷ ମଧ୍ୟ ମହଜୁଦ ନଥିବାର ଏକ ବିଶ୍ଵସ୍ତ ସୂତ୍ରରୁ ଜଣା ପଡ଼େ । ତେବେ ସେତେବେଳେ ନିଜର ଅଧିପତିତ୍ଵ ଯାହିର କରି ଅନେକଙ୍କୁ ମୁହଁକୁ ଚୁପ୍ କରି ଦେଇଥିଲେ ମଧ୍ୟ ଏବେ ଭତ୍ତା ବାବୁଙ୍କର ବହୁ କାରନାମା ପଦାକୁ ଆସିବାରେ ଲାଗିଛି। କିନ୍ତୁ ଏବେ ଉକ୍ତ ବାବୁ ଜନକ ରାଜଧାନୀ ଉପର ପାହ୍ୟା ହାସଲ କରି ସହରର ଏକ ପ୍ରମୁଖ ସ୍ଥାନରେ ନିଜର ଅତ୍ୟାଧୁନିକ ଅଟ୍ଟାଳିକାର ଘର, ଦାମୀ କାର ଏବଂ ଅନ୍ୟାନ୍ୟ ସମସ୍ତ ବିଳାସପୂର୍ଣ୍ଣ ସାମଗ୍ରୀର ସମସ୍ତ ବ୍ୟବସ୍ଥାରେ ରହି ସେଠାରୁ ଥାଇ ବିଭିନ୍ନ କାର୍ଯ୍ୟର ମାଷ୍ଟର ମାଇଣ୍ଡ ସାଜିଛନ୍ତି । ଯଦି ଆଗାମୀ ଦିନରେ ଉକ୍ତ ଭତ୍ତା ବାବୁଙ୍କୁ ରୋକି କଡା କାର୍ଯ୍ୟ ଅନୁଷ୍ଠାନ ଗ୍ରହଣ ଯଦି ବିଭାଗୀୟ ଅଧିକାରୀ ନକରନ୍ତି ତେବେ ଭତ୍ତା ଅଫିସର୍ ସର୍ବନାଶ କରିବାକୁ ପଛାଇବେ ନାହିଁ ।