ରାଜ୍ୟ

ମାଗଣା ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ

ବାଲୁଗାଁ : ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ ବାଲିପାଟପୁର ପଞ୍ଚାୟତ ପରିସରରେ ଡାକ୍ତର ସତ୍ୟବାଦୀ ଦାସଙ୍କ ୧୬ତମ ବାର୍ଷିକ ଉତ୍ସବରେ ଆଜି ମାଗଣା ହୋମିଓପ୍ୟାଥିକ ଚିକିତ୍ସା ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ଏହି ଶିବିରରେ ଆଜି ପାଞ୍ଚ ଜଣ ଡାକ୍ତରଙ୍କୁ ନେଇ ଆୟୋଜନ କରାଯାଇଥିଲା । ବାଲି ପାଟପୁର ଓ ଭୂଷଣ୍ଡପୁର ଗ୍ରାମର ୫୦୦ରୁ ଉର୍ଦ୍ଧ୍ବ ମହିଳା ଓ ବୃଦ୍ଧ ବୃଦ୍ଧା , ମାନେ ମାଗଣା ଚିକିତ୍ସିତ ପାଇବା ପାଇଁ ଆଗେଇ ଆସିଥିଲେ । ପ୍ରତି ବର୍ଷ ଭଳି ଚଳିତ ବର୍ଷ ୧୬ତମ ସତ୍ୟ ବାଦୀ ଦାସଙ୍କ ଶ୍ରାଦ୍ଧ ବାର୍ଷିକ ଉତ୍ସବରେ ଜନ ସାଧାରଣ ଭୁଲି ପାରୁ ନଥିବା ଜଣା ପଡ଼ିଛି। ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା କରିବା ପାଇଁ ଲମ୍ବା ଲାଇନିରେ ରହି ଏବଂ ନିଜର ଅର୍ଥ ଖର୍ଚ୍ଚ ହେଉନଥିବା ନେଇ ମହିଳା ମାନେ ଖୁସି ଅଛନ୍ତି । ଆଜି ଡାକ୍ତର ମାନେ ଉପସ୍ଥିତ ଥିବା ଯଶୋବନ୍ତ ନାରାୟଣ ଜେନା,ହିମାଂଶୁ ଭୂଷଣ ସାମନ୍ତରାୟ, ଭବାନୀ ସଙ୍କର ନାୟକ,ସେବକ ଚନ୍ଦ୍ର ଦାସ,ରଂଜନ ଚୌଧୁରୀ ଓ ସହଯୋଗୀ ଭୂଷଣ୍ଡପୁର ଜୋନର ପ୍ରାଇଭେଟ ହୋମିଓପ୍ୟାଥିକ ପ୍ରାଟୀ ସିନର ଇସାଣି ବେହେରା, ହେମନ୍ତ କୁମାର ମଣ୍ଡଳ, ରବୀନ୍ଦ୍ର ଦଳାଇ,ପ୍ରଦୀପ ମହାରଣା,ଚିନ୍ତାମଣି ସାହୁ,ପବିତ୍ର ବେହେରା,ସୁବାସ ବେହେରା,ବସନ୍ତ ସ୍ବାଇଁ, ବିନୟ ସେନା, ଗଙ୍ଗା ବେହେରା,ପ୍ରସନ୍ନ ପୁଷ୍ଟି, ଲକ୍ଷ୍ମୀଧର ବେହେରା ଅଧୀର ପରିଡ଼ା ଙ୍କ ନେତୃତ୍ୱରେ ସ୍ବର୍ଗତ ଗୁରୁ ସତ୍ୟବାଦୀ ଦାସଙ୍କ ୧୬ତମ ଶ୍ରାଦ୍ଧ ବାର୍ଷିକ ଉପଲକ୍ଷେ ଭୂଷଣ୍ଡପୁର ଅଞ୍ଚଳରେ ମାଗଣା ସ୍ୱାସ୍ଥ୍ୟ ସେବା ଚିକିତ୍ସା ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ।

Leave a Reply

Your email address will not be published. Required fields are marked *