ଟଙ୍କା ମାଗିବାରୁ ବ୍ୟବସାୟୀଙ୍କୁ ମାଡ଼
ଜଗତସିଂହପୁର : ରଘୁନାଥପୁର ଅଞ୍ଚଳର ବ୍ୟବସାୟୀ ଯଶୋବନ୍ତ ସାହୁଙ୍କୁ ବାଲିକୁଦା ଅଞ୍ଚଳ ର କଳୁଆ ସାମଲ ୧୦୦କ୍ଵିଣ୍ଟାଲ ଚାଉଳ ବାବଦକୁ ଅଗ୍ରୀମ ୨,୩୮,୦୦୦ଟଙ୍କା ଦେଈ ଥିଲେ। କିନ୍ତୁ ଚାଉଳ ଦେବାରେ ଯଶୋବନ୍ତ ବିଳମ୍ବ କରିବାରୁ ଉଭୟଙ୍କ ମଧ୍ୟରେ ବଚସା ଗତକାଲି ହୋଇଥିଲା। ସୂଚନା ଥାଉକି ଏରସମା ଅଞ୍ଚଳ ର ଜଣେ ବ୍ୟକ୍ତିଙ୍କ ଠାରୁ କଳୁଆ ଏହି ଟଙ୍କା ଚାଉଳ ଦେବା ପାଇଁ ଆଣିଥିଲା। ବ୍ୟକ୍ତି ଜଣକ କଳୁଆ କୁ ବାରମ୍ବାର ଫୋନ୍ କରି ଗାଳିଗୁଲଜ କରୁଥିବାରୁ କାଲୁଆ ମାନସିକ ଚପରେ ରହୁଥିଲା। ଆଜି ସକାଳ ୧୦ ଘ ସମୟରେ ଯଶୋବନ୍ତ ସହ ଡେଙ୍ଗାପୋଲ ଛକ ନିକଟରେ କଳୁଆ ର ଦେଖା ହେବାରୁ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ରାଗିଯାଇ କଳୁଆ ପାଖରେ ପଡିଥିବା ଏକ କାଠ ଫାଳିଆ ରେ ଯଶୋବନ୍ତଙ୍କ ମୁଣ୍ଡକୁ ପିଟି ଦେବାରୁ ଯଶୋବନ୍ତ ଚେତାଶୂନ୍ୟ ହୋଇ ପଡିଯାଇଥିଲା। ସ୍ଥାନୀୟ ଲୋକ ମାନେ ଘଟଣାସ୍ଥଳରେ ପହଞ୍ଚି ଆହତ ଯଶୋବନ୍ତ କୁ ନିକଟସ୍ଥ ଡାକ୍ତର ଖନାକୁ ନେଇ ଚିକିତ୍ସା କରାଇଛନ୍ତି। ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି।