ଦେଶ- ବିଦେଶ

ଚନ୍ଦ୍ରର କକ୍ଷପଥରେ ପ୍ରବେଶ କଲା ଚନ୍ଦ୍ରଯାନ-୩

ଶ୍ରୀହରିକୋଟା: ଭାରତର ଚନ୍ଦ୍ର ଅଭିଯାନ ଚନ୍ଦ୍ରଯାନ-୩କୁ ନେଇ ଏକ ଗୁରୁତ୍ବପୂର୍ଣ୍ଣ ସୂଚନା ଦେଇଛି ଭାରତୀୟ ମହାକାଶ ଗବେଷଣା ସଂସ୍ଥା ବା ଇସ୍ରୋ । ଚନ୍ଦ୍ରଯାନ ଶନିବାର ସଂଧ୍ୟା (ଅଗଷ୍ଟ ୫ ସଂଧ୍ୟା ୭ଟା)ରେ ଚନ୍ଦ୍ରର କକ୍ଷପଥରେ ପ୍ରବେଶ କରିଛି। ଏହାକୁ ଏକ ବଡ଼ ସଫଳତା ଭାବେ ବିଚାର କରାଯାଉଛି, କାରଣ ମିସନ ପାଇଁ ଏହା ଏକ କଷ୍ଟକର ସୋପାନ ଥିଲା ।ଇସ୍ରା ପକ୍ଷରୁ ବେଙ୍ଗାଲୁରୁ ସ୍ଥିତ ଇସ୍ରୋ ଟେଲିମେଟ୍ରି, ଟ୍ରାକିଂ ଏଣ୍ଡ କମାଣ୍ଡ ନେଟଓ୍ବାର୍କ (ଇସଟ୍ରାକ୍)ଠାରେ ଚନ୍ଦ୍ରଯାନର ସ୍ବାସ୍ଥ୍ୟ ଉପରେ ନିଜର ରଖାଯାଇଛି । ଏପର୍ଯ୍ୟନ୍ତ ଚନ୍ଦ୍ରଯାନ ସଂପୂର୍ଣ୍ଣ ସ୍ବାଭାବିକ ରହିଛି ଓ ଏହାର ସବୁ ଉପକରଣ ସ୍ବାଭାବିକ ଭାବେ କାମ କରୁଛନ୍ତି ବୋଲି ଇସ୍ରୋ କହିଛି ।

ଆସନ୍ତା ଅଗଷ୍ଟ ୨୩ରେ ଚନ୍ଦ୍ରଯାନ-୩ ଚନ୍ଦ୍ର ପୃଷ୍ଠରେ ‘ସଫ୍ଟ ଲ୍ୟାଣ୍ଡିଂ’ କରିବାକୁ ଚେଷ୍ଟା କରିବ। ଅଗଷ୍ଟ ପହିଲାରେ ଏହି ମହାକାଶଯାନ ଟ୍ରାନ୍ସ ଲୁନାର ଇଞ୍ଜେକ୍ସନ (ଟିଏଲଆଇ) ଜରିଆରେ ୨୮୮ କିଲୋମିଟର x ୩.୭ ଲକ୍ଷ କିଲୋମିଟର କକ୍ଷପଥ ହାସଲ କରି ଚନ୍ଦ୍ରରେ ପ୍ରବେଶ କରିଥିଲା।

ସୂଚନାଯୋଗ୍ୟ ଯେ, ଗତ ଥର ଭାରତର ଚନ୍ଦ୍ରଯାନ ଚନ୍ଦ୍ରପୃଷ୍ଠରେ ପହଞ୍ଚିଥିଲେ ବି ସଫ୍ଟ ଲାଣ୍ଡିଂ କରିବାରେ ବିଫଳ ହୋଇଥିଲା ଓ କ୍ରାସ୍ ଲାଣ୍ଡିଂ( ଖସିପଡ଼ିଥିଲା)  ହୋଇ ଭୂପୃଷ୍ଠରେ ଥିବା କଣ୍ଟ୍ରୋଲ ରୁମ ସହ ସମ୍ପର୍କ ହରାଇଥିଲା । କିନ୍ତୁ ଏଥର ସଫ୍ଟଲାଣ୍ଡିଂ ପାଇଁ ଆଶାବାଦୀ ଅଛି ଇସ୍ରୋ

Leave a Reply

Your email address will not be published. Required fields are marked *