ଦେଶ- ବିଦେଶ

ଇମ୍ରାନଙ୍କୁ ଗିରଫ ପରେ ସାଧାରଣ ନିର୍ବାଚନ ସ୍ଥଗିତ

ଇସଲାମାବାଦ, : ପାକିସ୍ତାନରେ ତୋଶଖାନା ମାମଲାରେ ଦଣ୍ଡିତ ହେବା ପରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଗିରଫ କରାଯାଇଛି। ପାକିସ୍ତାନର ଲାହୋରରେ ଅବସ୍ଥିତ ତାଙ୍କ ଘର ଜମାନ ପାର୍କରୁ ଇମ୍ରାନଙ୍କୁ ଗିରଫ କରାଯାଇଥିଲା। ତେବେ ଇମ୍ରାନ ଖାନଙ୍କ ଗିରଫଦାରୀ ମଧ୍ୟରେ ପାକିସ୍ତାନରେ ସାଧାରଣ ନିର୍ବାଚନକୁ ସ୍ଥଗିତ ରଖାଯାଇଛି।

ନୂତନ ଜନଗଣନା ଅନୁଯାୟୀ ପାକିସ୍ତାନରେ ନିର୍ବାଚନ ଅନୁଷ୍ଠିତ ହେବ ବୋଲି ଆଇନ ମନ୍ତ୍ରୀ କହିଛନ୍ତି। ସେ କହିଛନ୍ତି ଚଳିତ ବର୍ଷ ପାକିସ୍ତାନରେ ହେବାକୁ ଥିବା ନିର୍ବାଚନ ବର୍ତ୍ତମାନ ଏକ ନୂତନ କାର୍ଯ୍ୟକ୍ରମ ଅଧୀନରେ ହେବ ଯାହା ଖୁବ ଶୀଘ୍ର ଘୋଷଣା କରାଯିବ।

ଆଇନ ମନ୍ତ୍ରୀ ଆଜମ ନାଜିର ତରାର ଏକ ପାକିସ୍ତାନୀ ନ୍ୟୁଜ ଚ୍ୟାନେଲକୁ କହିଛନ୍ତି ଦେଶରେ ହେବାକୁ ଥିବା ସାଧାରଣ ନିର୍ବାଚନରେ ସମୟ ଲାଗିପାରେ। ଜନଗଣନା ଏବଂ ନୂତନ ପ୍ରକ୍ରିୟା ଶେଷ କରିବାକୁ ଚାରି ମାସ ସମୟ ଲାଗିବ ବୋଲି ସେ କହିଛନ୍ତି।

Leave a Reply

Your email address will not be published. Required fields are marked *