ମୁଖ୍ୟ ଖବର

୩ ବାଇକ୍‌ ଆରୋହୀ ଦୁର୍ଘଟଣାରେ ମୃତ

କରଂଜିଆ: ଟ୍ରେଲରକୁ ପଛପଟରୁ ଧକ୍କା ଦେଇ ୩ ଜଣ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ଘଟିଛି। ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା ଅନ୍ତର୍ଗତ ୪୯ ନମ୍ବର ଜାତୀୟ ରାଜପଥର ଦରି ନିକଟରେ ଆଜି ରାତିରେ ଏହି ଦୁର୍ଘଟଣା ଘଟିଛି। ରିପୋର୍ଟ ଲେଖାଯିବା ବେଳକୁ ମୃତକମାନଙ୍କର ପରିଚୟ ମିଳିପାରି ନାହିଁ। ତେବେ ମୃତକମାନେ କାଠକରଞ୍ଜିଆ ଅଞ୍ଚଳର ବୋଲି ଜଣାପଡ଼ିଛି।ସୂଚନା ଅନୁସାରେ ଆଜି ରାତିରେ ୪୯ ନମ୍ବର ଜାତୀୟ ରାଜପଥର ଦରି ନିକଟରେ ଟ୍ରେଲରଟି ନିଜ ଗନ୍ତବ୍ୟ ପଥରେ ଆଗକୁ ବଢୁଥିଲା। ଏହି ସମୟରେ ତିନି ଜଣ ବାଇକ୍‌ ଆରୋହୀ ଯୁବକ ଦ୍ରୁତଗତିରେ ଆସି ଟ୍ରେଲରରେ ପିଟି ହୋଇଯାଇଥିଲେ। ଘଟଣାସ୍ଥଳରେ ହିଁ ତିନି ଜଣଙ୍କ ମୃତ୍ୟୁ ଘଟିଥିଲା। ଟ୍ରେଲରଟି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା। ସ୍ଥାନୀୟ ଲୋକଙ୍କ ଠାରୁ ସୂଚନା ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛି। ମୃତଦେହ ଜବତ କରି ଏକ ମାମଲା ରୁଜୁ କରିଛି।

Leave a Reply

Your email address will not be published. Required fields are marked *