ରାଜ୍ୟ

ଘୋଟାଲା ଅଫିସର ଓ ଭତ୍ତା ଅଫିସରଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ କେବେ ?

ବାମେବାରି : ଗତ କିଛି ମାସ ହେବ ଅଞ୍ଚଳର ଏକ ବିଭାଗର ଘୋଟାଲାର ତୀବ୍ରତା ୧ ନମ୍ବର ଶ୍ରେଷ୍ଠ ସ୍ଥାନରେ ପହଞ୍ଚି ସାରି ପ୍ରସିଦ୍ଧି ହାସଲ କରିଛି । ତେବେ ଉକ୍ତ ବିଭାଗର କେଇ ଅଫିସର୍ ତଥା ଗୋଟିଏ ପରେ ଗୋଟିଏ ନୂତନ କରି ଆସିଥିବା ବରିଷ୍ଠ କର୍ମଚାରୀ ନିଜକୁ ଅର୍ଥ ଲୋଭରେ ଘୋଟାଲାରେ ସାମିଲ କରିବା ଠାରୁ ଆରମ୍ଭ କରି ରାଜଧାନୀର ମାସିକିଆ ଭତ୍ତା ଅଫିସର ଜଡିତ ଥିବା ଘଟଣା ଏବେ ରାଜଧାନୀର ଏକ ବିଶେଷ ଚଉକିରେ ବିରାଜମାନ କ୍ଷମତାସୀନ ବିଶିଷ୍ଟ ପଦପଦବିର ଜଣେ ଅଧିକାରୀଙ୍କୁ କୌଣସି ମାଧ୍ୟମରେ ଅବଗତ ଜାରି ହୁଏ ।

ଏପରିକି ଉକ୍ତ ଘୋଟାଲାକରୀ ଅଫିସରଙ୍କ ନିମନ୍ତେ ଜିଲ୍ଲା ତଥା ରାଜ୍ୟ ସରଗରମ ମଧ୍ୟ ହୁଏ । ତେବେ ଦେଖିବାକୁ ଗଲେ ଉକ୍ତ ଅନୀତି କାର୍ଯରେ ଜଡିତ ଅଫିସରଙ୍କ ସହ ପ୍ରତ୍ୟେକ କର୍ଯାରେ ସାମିଲ ରହିଥିବା କେତେକ ପ୍ରମୁଖ କର୍ମଚାରୀ ବିଭିନ୍ନ ଘୋଟାଲାର ତଥ୍ୟ ଅନେକ ପ୍ରସାର ଏବଂ ରାଜଧାନୀର ଭତ୍ତା ଅଫିସରଙ୍କ ରାଜଧାନୀ ମାଟିର ପ୍ରମୁଖ ସ୍ଥାନରେ ଥିବା ଏକାଧିକ ମୂଲ୍ୟବାନ ପ୍ଲଟ ରହିଥିବା , ସହରରେ ଥିବା ବହୁ ମୂଲ୍ୟବାନ ଅଟ୍ଟାଳିକା ଏବଂ ଦାମୀ କାର ସହ ବହୁ ଜାଲ ପ୍ରମାଣ ପତ୍ର ନିଯୁକ୍ତି କ୍ଷତ୍ରରେ ଜମା ହେତୁ ଛନ୍ଦି ରହିଥିବା ଅଫିସରଙ୍କୁ ଏକ ବିଶେଷ ତଦନ୍ତକାରୀ ଦଳ ପକ୍ଷରୁ ତଦନ୍ତ ହୋଇ ପାରିଲେ ଲୁଚି ରହି ଥିବା ଅମାପ ସମ୍ପତ୍ତି,ବହୁ ଘୋଟାଲା ଓ ଅନ୍ୟାନ୍ୟ ଯାହା ଅନୀତି ଆକାରରେ ଅର୍ଜନ ଧନ ଉପରେ ରାଜଧାନୀର ଏକଚୌକୀରେ ବିରାଜମାନ ସେହି ଅସୀମ କ୍ଷମତାସୀନ ଅଧିକାରୀ ଜନକ ନିର୍ଦ୍ଦେଶ ଦେବାରେ ଚୁପ୍ କାହା ପାଇଁ ? ତେବେ ଏକ ବିଶେଷ ସୂତ୍ରରୁ ଜାଣିବାକୁ ମିଳେ ଯେ ସମସ୍ତ ଘୋଲାର ଖବର ତଥ୍ୟ ପ୍ରସାର ହେବା ଦ୍ବାରା ଘଟଣାର ସବୁ ପର୍ଦ୍ଧାଫାଶ ସରି ଥିବା ବେଳେ ଦୋଷୀ ପ୍ରତି କାର୍ଯ୍ୟାନୁଷ୍ଠାନ ହେବା ଭୟରେ ଏକତ୍ରୀତ ହୁଅନ୍ତି ଘୋଟାଲାକରୀ ଦଳ ,ଘୋଟାଲାର ସ୍ଥାନୀୟ ମୁଖ୍ୟ ଅଫିସର୍ ଏବଂ ଉପରପାହ୍ୟାକୁ ଅକ୍ତିଆର କରି ରାଜଧାନୀର ଭତ୍ତା ଅଫିସର ମାଷ୍ଟରମାଇଣ୍ଡ ବନି ଯୋଜନାବଧ ଭାବରେ ବାରମ୍ବାର କୂଟନୀତି ତଥା କୁଚକ୍ରୀ ପ୍ରୟୋଗ କରି କଣ୍ଠରୋଧର ପ୍ରକ୍ରିୟା ଆରମ୍ଭ କରିବା ଜାରି ରହିବା ହେତୁ ଏକ ପ୍ରକାର ଚାପ ତଥା ସମସ୍ୟା ସମ୍ମୁଖୀନ ସମସ୍ତ ଘୋଟାଲାକାରୀ ପକ୍ଷର ଦେବା ଆରମ୍ଭ ହୋଇ ସାରିଛି । ତେଣୁକରି ଯଥା ସମ୍ଭବ ତିନି ବିଭାଗର ମୁଖ୍ୟ ତୁରନ୍ତ ଘଟଣାର ଅନୁସନ୍ଧାନ କରି ଉଚିତ୍ ନିର୍ଦ୍ଦେଶ ଦେବାର ଅପେକ୍ଷାରେ ବହୁ ଜନସାଧାରଣ ତଥା ବୁଦ୍ଧି ଜୀବୀ ।

Leave a Reply

Your email address will not be published. Required fields are marked *