ରାଜ୍ୟ

ବିଭାଗର ଅବସର ପ୍ରାପ୍ତ କର୍ମଚାରୀ ପୁଅର ଘୋଟାଲା ବିଭାଗରେ ଦିନ କଟୁଛି ଚୁଗୁଲୀ କରି

,ବାମେବରି : ଗତ କିଛି ମାସ ହେବା ଅଞ୍ଚଳର ଏକ ପ୍ରତିଷ୍ଠିତ ତଥା ଜଣାଶୁଣା ବିଭାଗକୁ ସର୍ବନାଶ କରିବାକୁ ଲାଗି ପଡିଛନ୍ତି ବିଭାଗୀୟ ଘୋଟାଲା ଅଫିସରଙ୍କ ଠାରୁ ଆରମ୍ଭ କରି ଅସାଧୁ ଭତ୍ତା ଅଫିସର ପର୍ଯ୍ୟନ୍ତ । ତଥାପି ମୋନକୁ ଶାନ୍ତି ମିଳିଲାନି ଯେ ଦୈନିକ ଆସୁଥିବା କାର୍ଯ୍ୟାଳୟକୁ ଏକ ବାହ୍ୟ ଯୁବ କର୍ମଚାରୀ ମୋହଲ ବିଗଡିବାରେ ଚେଷ୍ଟା ଜୋର୍ ଦାର ଚଳାଇଥବାର ଆଲୋଚନା ଶୁଣିବାକୁ ମିଳେ । ଘଟଣାରୁ ପ୍ରକାଶ ଯେ ପୂର୍ବର ଜଣେ କୁଚକ୍ରୀ ଭାବରେ ବେସ ଜଣାଶୁଣା ଅବସରପ୍ରାପ୍ତ କର୍ମଚାରୀର ସନ୍ତାନ ଏବେ କୁଆଡେ କାର୍ଯ୍ୟାଳୟରେ ବେସୀ ସମୟ କାଟୁ ଥିବାର ଘଟଣା ପ୍ରବଣ ହୁଏ । ତେବେ କାମ ଥାଉ କି ନଥାଉ କିନ୍ତୁ ବିଭାଗକୁ ଘନ ଘନ ଆସି ଘଣ୍ଟା ଘଣ୍ଟା ଗପି ଥାଏ । ହେଲେ ଗୁରୁତ୍ୱପୂର୍ଣ୍ଣ ବିଷୟ ଯେ କାମ ନଥାଇ ଅଫିସକୁ ଆସି ଯୁବକ ଜନକ ଏପଟ ସେପଟ କଥା ଅନେକ ଚୁଗୁଲାମି କଥା ଗୁଡା ଗପିବା ଦ୍ଵାରା କର୍ଯ୍ୟପ୍ରଣାଳିରେ ତଥା କାର୍ଯ୍ୟ ସମ୍ପାଦନା କରିବାରେ ଏକ ପ୍ରକାର ବିଭ୍ରାଟ ହେଉଥିବାର ଅନେକଙ୍କ ମଧ୍ୟରେ ଆଲୋଚନା ହୁଏ । ତେବେ ଗୋଟିଏ ପକ୍ଷରେ ଦେଖିବାକୁ ଗଲେ ଏ କୌଣସି ନୂତନ ଘଟଣା ନୁହଁ ବିଭାଗ ପାଇଁ କାରଣ ଅବସର ପୂର୍ବରୁ କୁଚକ୍ରୀ କର୍ମଚାରୀ ଜଣକ ଚାକିରୀ ଜୀବନଟା ମଧ୍ୟ ଅଫିସରଙ୍କ ପାଖରେ ଚାପୁଲୁସି କରି କାନରେ ମନ୍ତ୍ରଣା ଫୁଙ୍କି ବିଭାଗର ଅନ୍ୟ କର୍ମଚାରୀଙ୍କ ବିସୟରେ ଚୁଗୁଲୀ କରି ଦିନ କଟିବାର ଅନେକ ଲୋକ କଥା ତଥା ପୁରୁଣା କଥାର ପ୍ରସିଦ୍ଧି ରହିଛି । ତେଣୁ ଏଭଳି ଚୁଗୁଲିଆ ତଥା ଖଟି କରୁଥିବା ବାହ୍ୟ ଯୁବ କର୍ମଚାରୀଙ୍କ ପ୍ରତି ଅଧିକାରୀଙ୍କ ଉଦାସୀନତା କାହିଁକି ? ଯଦି ଏବେ ଠାରୁ ଉକ୍ତ ବାହ୍ୟ ଯୁବକକୁ ରୋକନଗଲେ କର୍ଯ୍ୟସମ୍ପଦାନାରେ ତୀବ୍ର ଅରାଜକତା ବଢିବା ସହ କାର୍ଯ୍ୟାଳୟର କେବଳ ପୂର୍ବ ପରି କ୍ଷତି ଘଟିବା ଥୟ ।

Leave a Reply

Your email address will not be published. Required fields are marked *