ଦେଶ- ବିଦେଶ

୫୦ ଫୁଟ ତଳକୁ ଖସିପଡିଲା ବସ୍‌: ୩ ମୃତ

ରାଞ୍ଚି,: ରାଞ୍ଚିରୁ ଝାଡଖଣ୍ଡର ଗିରିଡିହକୁ ଆସୁଥିବା ଏକ ବସ ବ୍ରିଜ ତଳକୁ ଖସି ପଡ଼ିଛି। ଏଥିରେ ୩ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୨୫ ଜଣ ଆହତ ହୋଇଛନ୍ତି। ବ୍ରିଜ୍‌ ରେଲିଂ ଭାଙ୍ଗିବାରୁ ବସ୍‌ଟି ନଦୀରେ ଖସିପଡିଥିଲା। ବସ୍‌ରେ ତିରିଶରୁ ଅଧିକ ଯାତ୍ରୀ ଥିଲେ। ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ସୃଷ୍ଟି ହୋଇଥିଲା। ସ୍ଥାନୀୟ ଲୋକମାନେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ ଏବଂ ଅଳ୍ପ ସମୟ ମଧ୍ୟରେ ପୋଲିସ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲା।
ଅଧିକାଂଶ ଆହତଙ୍କୁ ଗିରିଡିହ ସଦର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆହତମାନଙ୍କ ମଧ୍ୟରୁ କେତେକ ନବଜୀବନ ନର୍ସିଂହୋମ ଏବଂ ଗୋବର୍ଦ୍ଧନ ଲାଲ ନର୍ସିଂହୋମରେ ମଧ୍ୟ ଚିକିତ୍ସିତ ହେଉଛନ୍ତି।
ଅନ୍ୟପକ୍ଷରେ, ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ଗିରିଡିହ ବିଧାୟକ ସୁଦର୍ଶନ କୁମାର ସୋନୁ ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ବାବୁଲାଲ ମାରାଣ୍ଡି ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ଚାଲିଥିବା ଉଦ୍ଧାର କାର୍ଯ୍ୟର ତଦାରଖ କରିଥିଲେ।

Leave a Reply

Your email address will not be published. Required fields are marked *