ମୁଖ୍ୟ ଖବର

ବସ୍‌-ବାଇକ ଧକ୍କା: ଜଣେ ମୃତ

ପାଟଣା : କେନ୍ଦୁଝର ଜିଲା ପାଟଣା ମୁଖ୍ୟାଳୟ ଦେଇ ଯାଇଥିବା  ୨୨୦ ନମ୍ବର ରାଞ୍ଚି ବିଜୟୱାଡା ଜାତୀୟ ରାଜପଥ ବାଇପାସ ବାଙ୍କ ନିକଟରେ ରବିବାର ଅପରାହ୍ନରେ ଦୁର୍ଘଟଣା ଘଟିଛି। ଏକ ଘରୋଇ  ବସ୍‌ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଫଳରେ ବାଇକ୍‌ ଚାଳକଙ୍କ ଘଟଣାସ୍ଥଳରେ ମୃତ୍ୟୁ  ଘଟିଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି। ମୃତକ  ଜଣକ  ଘଟଗାଁ ବ୍ଲକ ବାରାଟିପୁରା ଗ୍ରାମର ରାଜା  ଓ ଗୁରୁତରଜଣକ ହେଉଛନ୍ତି ଉକ୍ତ ବ୍ଲକ ତରା  ଗ୍ରାମର କହ୍ନା ମହାରଣା।

ସୂଚନା ଅନୁଯାୟୀ, ସଂଗ୍ରାମ ନାମକ ଏକ ଘରୋଇ ବସ୍‌ ସାହାରପଡା ବ୍ଲକ ତାଳ ପଦା ଗାଁକୁ ସଦ ଖିଆରେ ଯୋଗ ଦେବାପାଇଁ ଯାଉଥିବା ବେଳେ ରାଜା ଓ କାହ୍ନା ଦୁହେଁ କାହ୍ନାର ଟଭାସରୁଆ ମାମୁଘରୁ ଫେରୁଥିଲେ। ଘଟଣାସ୍ଥଳରେ ପାଟଣା ପୋଲିସ ପହଞ୍ଚି କହ୍ନାଙ୍କୁ ପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଛି।

Leave a Reply

Your email address will not be published. Required fields are marked *