ଅପରାଧ

ହାତୀ ଆକ୍ରମଣରେ ମହିଳା ମୃତ

ଟେନସା, : ସୁନ୍ଦରଗଡ଼ ଜିଲା କୋଇଡ଼ା ଫରେଷ୍ଟ ରେଞ୍ଜରେ ପୁଣି ହାତୀ ଆତଙ୍କ ଦେଖାଯାଇଛି। ପାଟମୁଣ୍ଡା ପଞ୍ଚାୟତ ଅନ୍ତର୍ଗତ କଦମଡ଼ିହି ନିକଟସ୍ଥ ନାଳିଆଡ଼ିହିଠାରେ ହାତୀ ଆକ୍ରମଣରେ ସୁମିତା ମୁଣ୍ଡାଙ୍କର ମତ୍ୟୁ ଘଟିଛି । ମହିଳା ଜଣକ ଶନିବାର କୋଇଡା ସପ୍ତାହିକ ହାଟରୁ ଫେରୁଥିବା ବେଳେ ସନ୍ଧ୍ୟା ସମୟରେ ହାତୀ ଆକ୍ରମଣର ଶିକାର ହୋଇଥିଲେ । ଘଟଣାସ୍ଥଳରେ ତାଙ୍କର ମତ୍ୟୁ ଘଟିଥିଲା। ରବିବାର ସକାଳୁ ବନବିଭାଗ ଓ କୋଇଡା ପୋଲିସର ଏକ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବଦ କରି ବ୍ୟବଚ୍ଛେଦ ପାଇଁ କୋଇଡା ଗୋଷ୍ଟୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇଥିଲେ । ଏହାକୁ ଲଗାଇ ମାସକ ମଧ୍ୟରେ ଉକ୍ତ ହାତୀ ୩ଜଣକୁ ମାରିସାରିଲାଣୀ ।

Leave a Reply

Your email address will not be published. Required fields are marked *