ମୁଖ୍ୟ ଖବର

୫-ଟି ସଚିବଙ୍କ ଗସ୍ତ ପୂର୍ବରୁ ବିରୋଧ କଲା କଂଗ୍ରେସ

ଦେଓଗାଁ: ବଲାଙ୍ଗୀର ଜିଲ୍ଲା ଗସ୍ତରେ ଆସିଥିବା ୫ଟି ସଚିବ ଭି କାର୍ତ୍ତିକେୟନ୍‌ ପାଣ୍ଡିଆନ ବିଭିନ୍ନ ବ୍ଳକକୁ ଯାଇ ଅଭିଯୋଗ ଶୁଣୁଛନ୍ତି। ସାତ ଦିନ ଭିତରେ ଖୁସି ଖବର ଆସିବ ବୋଲି ଲୋକଙ୍କୁ କହୁଛନ୍ତି। କିନ୍ତୁ ଦେଓଗାଁ ବ୍ଳକ କଂଗ୍ରେସ କମିଟି ମୌନ ବ୍ରତ କରି ବିରୋଧ କରୁଛି। ୫-ଟି ସଚିବ ରବିବାର ଅପରାହ୍‌ଣ ୪ଟାରେ ଜାରସିଂହା ଖେଳ ପଡ଼ିଆ ଠାରେ ଜନ ଅଭିଯୋଗ ଶିବିରରେ ଯୋଗଦେଇ ଅଭିଯୋଗ ଶୁଣିବାକୁ ଥିବାବେଳେ ଏହା ପୂର୍ବରୁ କଂଗ୍ରେସ କର୍ମୀ ମୁହଁରେ କଲା ପାଟି ବାନ୍ଧି ୨୬ ନମ୍ବର ଜାତୀୟ ରାଜପଥ ଦେଓଗାଁ ଉପରେ ବିରୋଧ ପଦର୍ଶନ କରୁଛନ୍ତି। ଚିନିକଲ କାର୍ଯ୍ୟକ୍ଷମ ସମେତ ବିଭିନ୍ନ ଦାବି ନେଇ ବିରୋଧ କରିଛନ୍ତି କଂଗ୍ରେସ କର୍ମୀ। ଘଟଣାସ୍ଥଳରେ ଦେଓଗାଁ ପୁଲିସ ପହଞ୍ଚି ସ୍ଥିତି ଅନୁଧ୍ୟାନ କରୁଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *