ରାଜ୍ୟ

ପନ୍ଦର ଲକ୍ଷ୍ୟ କାହା ପାଇଁ ସଜା ହୋଇଥିଲା, ପୂର୍ବତନ ଅଫିସରଙ୍କୁ ଟାର୍ଗେଟ ?

କେନ୍ଦୁଝର : ଘଟଣା ଏବେ ପ୍ରଘଟ ହୋଇଗଲା କି ଗୋଟିଏ କି ଦୁଇ ନୁହଁ ପ୍ରାୟ ପନ୍ଦର ଲକ୍ଷ ଟଙ୍କାର ବ୍ୟାଗ ସଜେଇ ରଖି ଥିଲେ ନିକଟ ଘୋଟାଲା ଅଫିସର ନିଜ ଉପରସ୍ଥ ଅଫିସରଙ୍କୁ ବଦଳି କରି ବିଦା କରିବାର ଉଦ୍ୟସରେ ଯାହାର ସମସ୍ତ ମାଷ୍ଟରମାଇଣ୍ଡ ଯୋଜନା ରଚିଥିଲା ରାଜଧାନୀରେ ବସି ଭତ୍ତା ଅଫିସର । ତେବେ ସବୁ ଘଟଣାର ଫସର ଫାଟିଗଲା ଘଟଣା ସବୁ ପ୍ରଘଟ ହୋଇଗଲା । ଭୟରେ ନିଜର ନାମକୁ ଗୁପ୍ତ ରଖି ଛଟେଇ ଶ୍ରମିକ ଜଣକ ଅନେକ ରହସ୍ୟର ଗୁମର ଖୋଲି ଦେଇ ସବୁ ବଖାଣିଲେ ଦେଲେ । କିପରି ଭିଆଇଥିଲେ ଘୋଟାଲା ଅଫିସର ନିଜ କାର୍ଯ୍ୟାଳୟର ଜଣେ ସଚୋଟ ଉପରସ୍ଥ ଅଫିସରଙ୍କୁ ବିଦା କରିବାର ଆଉ ଏକ କଳା କାରନାମା ଯାହା ଏବେ ସବୁ ପର୍ଦ୍ଧାଫାଶ ହୋଇଗଲା । ତେବେ ଏ ସମସ୍ଥ ଘଟଣାରେ ସାମିଲ ଥିବା ମୁଖ୍ୟଙ୍କୁ ରାଜଧାନୀରେ ଉଚ୍ଚପଦବିରେ ବସିଥିବା ତିନି ବିଭାଗର ମୁଖ୍ୟ କେତେ ଶୀଘ୍ର କଡା କାର୍ଯ୍ୟଅନୁଷ୍ଠାନ ଗ୍ରହଣ ନେବେ ତାହା ସଭିଏ ଜାଣିବା ଅପେକ୍ଷାରେ ? ନଚେତ୍ ଉକ୍ତ ଅଫିସରଦ୍ଵୟ କାର୍ଯ୍ୟାଳୟକୁ ଖୋଳ କରିବାକୁ ପଚାଇବେ ନାହିଁ ବୋଲି ବୁଦ୍ଧିଜିବୀ ମହଲରେ ତୀବ୍ର ଆଲୋଚନା ହୁଏ । ଏବଂ ଏକ ନିରପେକ୍ଷ ତଦନ୍ତର ଆବଶ୍ୟତା ରହେକି କେଉଁ କାରଣ ହେତୁ ପୂର୍ବତନର ଏକ ସଚ୍ଚୋଟ ଅଫିସରଙ୍କୁ କିଛିଟା ମାସ ମଧ୍ୟେ ତଥା ଭୁଲ ତଥ୍ୟ ଦର୍ଶାଇ ବଦଳି କରାଗଲା ।

Leave a Reply

Your email address will not be published. Required fields are marked *