ରାଜ୍ୟ

ଭିତ୍ତିଭୂମି ଅଭାବ, ମିଳୁନି ଚିକିତ୍ସା ସୁବିଧା

ରାଉରକେଲା,: ରାଉରକେଲାରେ କାର୍ଯ୍ୟରତ ରେଳ କର୍ମଚାରୀ ଓ ସେମାନଙ୍କ ପରିବାର ଲୋକଙ୍କ ରେଲେଔ କଲୋନୀରେ ସ୍ବାସ୍ଥ୍ୟକେନ୍ଦ୍ର ସ୍ଥାପନ କରାଯାଇଛି। ଏହି ସ୍ବାସ୍ଥ୍ୟକେନ୍ଦ୍ର ଉପରେ ରେଲଓ୍ବେ କଲୋନୀର ସାନିଟାଇଜେଶନ ସହିତ ରେଳ କର୍ମଚାରୀଙ୍କ ସ୍ବାସ୍ଥ୍ୟସେବା ନିର୍ଭର କରୁଛି। କଲୋନୀରେ ରେଳ କର୍ମଚାରୀମାନଙ୍କ ପାଇଁ ନିର୍ମିତ ୧ହଜାର କ୍ୱାର୍ଟର ପରିସର ସଫେଇ ଏବଂ ସାନିଟାଇଜ କରିବା ପାଇଁ ୩୧ଜଣ କର୍ମଚାରୀ ଦରକାର। ଆବଶ୍ୟକ ସଂଖ୍ୟକ କର୍ମଚାରୀ ନ ଥିବାରୁ ଏହି କାର୍ଯ୍ୟ ବାଧାପ୍ରାପ୍ତ ହେଉଛି। ମାତ୍ର ୩ଜଣ କର୍ମଚାରୀରେ ଯେନତେଣ ପ୍ରକାରେ ସଖେଇ କରାଯାଉଛି। ସେହିପରି କଲୋନୀର ୧୦ହଜାର ଲୋକଙ୍କ ବିଭିନ୍ନ ସ୍ବାସ୍ଥ୍ୟଗତ ପରୀକ୍ଷା ପାଇଁ ଲ୍ୟାବ୍‌ ସୁବିଧା ଏଯାଏ ହୋଇନାହିଁ। ଜଣେ ଫାର୍ମାସିଷ୍ଟ, ଜଣେ ଏମ୍‌ଓ ଏବଂ କିଛି ଡାକ୍ତରୀ ଦଳ ସହଯୋଗରେ ଏହି ଡାକ୍ତରଖାନା ଚାଲିଛି। ଅନ୍ୟପକ୍ଷେ ଜିଲେବି ଘାଟ, ରିମ୍‌ଝିମ୍‌ ବସ୍ତିରେ ରହୁଥିବା କର୍ମଚାରୀମାନେ ଆବଶ୍ୟକ ସ୍ବାସ୍ଥ୍ୟସେବା ପାଉ ନ ଥିବା ଅଭିଯୋଗ କରିଛନ୍ତି। ଫଳରେ ସେମାନେ ବେସରକାରୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଯାଇ ଖର୍ଚ୍ଚାନ୍ତ ହେଉଥିବା କହିଛନ୍ତି। ସ୍ବାସ୍ଥ୍ୟକେନ୍ଦ୍ରରେ ଲ୍ୟାବ ଓ ଲ୍ୟାବ ଆସିଷ୍ଟାଣ୍ଟ ରହିଲେ ସମସ୍ୟାର ସମାଧାନ ହୁଅନ୍ତା ବୋଲି ଫାର୍ମାସିଷ୍ଟ ନରସିଂହ ପ୍ରସାଦ ପାଢୀ କହିଛନ୍ତି। ଏ ନେଇ ମେଡିକାଲ ଅଫିସର ଡ. ପ୍ରକାଶ କୁମାରଙ୍କୁ ପଚାରିବାରୁ ସେ କହିଥିଲେ, ରେଲଓ୍ବେ କଲୋନୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସାନିଟାଇଜ ସଫେଇ କର୍ମଚାରୀ ପଦବୀ ପୂରଣ ନିମନ୍ତେ ରେଳ ବିଭାଗ ଉଚ୍ଚ କର୍ତ୍ତୃପକ୍ଷ ଓ ଆର୍‌ଏମ୍‌ସିକୁ ବାରମ୍ବାର ଜଣାଇଛୁ। ମାତ୍ର ସମସ୍ୟାର ସମାଧାନ ହେଉନାହିଁ।

Leave a Reply

Your email address will not be published. Required fields are marked *