ରାଜ୍ୟ

ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ,ହୀରାକୁଦର ସଫଳତା


ସମ୍ବଲପୁର : ଭାରତୀୟ ରେଳ ବିଭାଗ ତରଫରୁ ଅନୁଷ୍ଠିତ ହୋଇଥିବା ପ୍ରବନ୍ଧ ଓ ବକ୍ତୃତା ପ୍ରତିଯୋଗିତାରେ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ହୀରାକୁଦର ଛାତ୍ରୀମାନେ ଅଭୂତପୂର୍ବ ସଫଳତା ହାସଲ କରିଛନ୍ତି । ସେମାନେ ହେଲେ, ପ୍ରବନ୍ଧ ପ୍ରତଯୋଗିତାରେ ଦଶମ ଶ୍ରେଣୀର ସୁଶ୍ରୀ ଶ୍ରୀୟା ବାଗ (ପ୍ରଥମ), ଦଶମ ଶ୍ରେଣୀର ସୁଶ୍ରୀ ଶିବାଞ୍ଜଳୀ ସାହୁ (ଦ୍ଵିତୀୟ) ଓ ନବମ ଶ୍ରେଣୀର ସୁଶ୍ରୀ ଧରିତ୍ରୀ ନାଗ (ତୃତୀୟ) ହୋଇଥିବାବେଳେ ବକ୍ତୃତା ପ୍ରତିଯୋଗିତାରେ ଦଶମ ଶ୍ରେଣୀର ସୁଶ୍ରୀ ସୁଧ୍ରୁତୀ ଦାସ (ପ୍ରଥମ), ନବମ ଶ୍ରେଣୀର ସୁଶ୍ରୀ ଲିଖିତା ବେହେରା (ଦ୍ଵିତୀୟ) ଓ ଦଶମ ଶ୍ରେଣୀର ସୁଶ୍ରୀ ଇପସିତା ପଟ୍ଟନାୟକ (ତୃତୀୟ) । ଗତ ଛଅ ତାରିଖ ରବିବାର ଦିନ ହୀରାକୁଦ ରେଳ ଷ୍ଟେସନଠାରେ ଅନୁଷ୍ଠିତ ହୋଇଥିବା ଅମୃତ ଭାରତ ଷ୍ଟେସନ ଯୋଜନାର କାର୍ଯ୍ୟକ୍ରମରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ସମ୍ମାନାନୀୟ ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନଙ୍କ ଠାରୁ ଏହି କୃତୀ ଛାତ୍ରୀମାନେ ପୁରସ୍କାର ଗ୍ରହଣ କରି ବିଦ୍ୟାଳୟକୁ ଗୌରବାନ୍ୱିତ କରିଥିବାରୁ ଶିକ୍ଷକ ଶିକ୍ଷୟିତ୍ରୀ ଛାତ୍ରଛାତ୍ରୀ ତଥା ଅଭିଭାବକ ଅଭିଭାବିକା ମହଲରେ ଖୁସିର ଲହରୀ ଖେଳିଯାଇଛି ।

Leave a Reply

Your email address will not be published. Required fields are marked *