ରାଜ୍ୟ

ମେସିନ ଲାଗିବା ପୂର୍ବରୁ – କିଏ ସେ ଅସାଧୁ ଖଣି କମ୍ପାନୀ ନମୁନା ମାନ ହେରଫେର କରୁଥିଲେ ?- ସୂଚନା ପ୍ରସାର ହୁଏ ଡି.ଡି.ସି.ଏ ଯୋଡ଼ା

କେନ୍ଦୁଝର : ରାଜ୍ୟ ତଥା ରାଜ୍ୟବାସୀଙ୍କ ପାଇଁ ଯୋଡ଼ା ଉପନିର୍ଦେଶକ ରସାୟନିକ ବିଶ୍ଳେଷଣଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ଆସେ ଯେ ପୂର୍ବରୁ ଅତ୍ୟାଧୁନିକ ରେଣ୍ଡମାଇଜେସନ ମେସିନ ଲାଗି ନଥିବା ସମୟରେ କେତକ ଅସାଧୁ ଖଣି କମ୍ପାନୀ ମାନୁଆଲରେ ନମୁନା ମାନ ପରୀକ୍ଷଣ କରି ରାଜସ୍ଵ ଫାଙ୍କି ଥିବାର ଘଟଣା ଏବେ ବ୍ୟାପକ ହୁଏ । ତେବେ ଖଣି ବିଭାଗର ବିକାଶ ତଥା କର୍ଯ୍ୟପ୍ରଣାଳୀକୁ ଅତ୍ୟାଧୁନିକ ଭାବରେ ଗଢି ତୋଳିବା ପାଇଁ ରାଜ୍ୟ ସରକାର ସର୍ବଦା ଉଦ୍ୟମ କରିବା ସହ ସାକାର ମଧ୍ୟ କରନ୍ତି । ତେବେ ଦେଖିବାକୁ ଗଲେ ସରକାରଙ୍କ ନୀତି ଆଦର୍ଶ ତଥା ରାଜ୍ୟର ପ୍ରଗତି କ୍ଷେତ୍ରରେ ଯେ କେହି ରାଜସ୍ଵ ଫାଙ୍କିବା ହେଉ କିମ୍ବା ଦୁର୍ନୀତି ବାଟରେ ଯିବ ସେ ଖଣି ମାଲିକ ହେଉ ଅବା କୌଣସି ବଡ଼ ବଡିଆ ଅଫିସରଙ୍କୁ କଦାପି ବର୍ଦାସ୍ କରିବେନି ସରକାରଙ୍କ ଆଇନ ବ୍ୟବସ୍ଥା । ହେଲେ ତଥାପି କେତେକ ଅସାଧୁ ଖଣି କମ୍ପାନୀ ଉକ୍ତ ମେସିନ ଯୋଡ଼ା ସ୍ଥିତ ଉପନିର୍ଦେଶକ ରସାୟନିକ ବିଶ୍ଳେଷଣ କାର୍ଯ୍ୟାଳୟରେ ସ୍ଥାପନ ପୂର୍ବରୁ ନମୁନା ମାନୁଆଲରେ ମାନ ନିର୍ଦ୍ଧାରିତ କରି ରାଜସ୍ଵ ଫାଙ୍କି ଥିବାର ଘଟଣା ଖଣି ଜିଲ୍ଲା ଯୋଡ଼ା ଠାରେ ଥିବା ଡି.ଡି.ସି.ଏ ଙ୍କ କାର୍ଯ୍ୟାଳୟରୁ ସୂଚନା ପ୍ରସାର ହୁଏ । ତେବେ ଗୁରୁତ୍ୱପୂର୍ଣ୍ଣ ବିଷୟ ବନିସାରିଥିବା ରାଜ୍ୟ ପାଇଁ ବିଭାଗୀୟ ଅଧିକାରୀ ଶ୍ରୀ ଦାସମାତ୍ ସୋରେନ ( ଡି ଡି ସି ଏ) ଏଥି ପ୍ରତି କି ପ୍ରକାର ପଦକ୍ଷେପ ଗ୍ରହଣ କରିଛନ୍ତି ତାହାର ସୂଚନା ପ୍ରଦାନ ତଥା ବ୍ୟାପକ କେବେ କରିବେ ? ତେବେ ପୂର୍ବରୁ ମାନୁଆଲ ମାନ ପରୀକ୍ଷଣ ହେଉ ଥିବା ବେଳେ ଗତ ଜାନୁଆରୀ ପରେ ପରେ ବିଭାଗରେ ଏହି ରେଣ୍ଡାମାଇଜେସନ ସ୍ଥାପନ ଦ୍ଵାରା ଦୁର୍ନୀତିକୁ ରୋକିବା ଏକ ଲକ୍ଷ୍ୟ ହୋଇପାରେ କିନ୍ତୁ ସଭିଏ ଜାଣି ରଖିବା ଆବଶ୍ୟକ ଯେ ଉକ୍ତ ମେସିନର କାର୍ଯ୍ୟ କେବଳ ନମୁନାକୁ ଗୁପ୍ତ ରଖିବା ଏବଂ ଏହାକୁ ନମୁନା ଅଗୋଚର ମେସିନ ମଧ୍ୟ କୁହାଯାଇପାରେ । ହେଲେ ଏଠାରେ ସୂଚନା ଯୋଗ୍ୟ ଏହି ରେଣ୍ଡାମାଇଜେସନ ମେସିନ କୌଣସି ନମୁନା କିମ୍ବା ପଦାର୍ଥର ମାନ ନିର୍ଦ୍ଧାରିତ କରିବା ତଥା ପରୀକ୍ଷା କରାଯିବା ଏହି ମେସିନରେ ଅସମ୍ଭବ ଅଟେ । ତେବେ ସବୁ ଘଟଣାକୁ ଅନୁଧ୍ୟାନ କରିଲେ ଯଦି ରାଜ୍ୟ ତଥା ରାଜ୍ୟବାସୀଙ୍କର ପ୍ରଗତି ଏବଂ ମଙ୍ଗଳକାମନା ଚାହୁଁଥିଲେ ବିଭାଗୀୟ ଅଧିକାରୀ ସହଯୋଗ କରନ୍ତୁ ପୂର୍ବର କେଉଁ ଅସାଧୁ ଖଣି କମ୍ପାନୀ ନମୁନା ମାନ ପରୀକ୍ଷଣରେ ହେରଫେର କରି ରାଜସ୍ଵ ଫାଙ୍କିଛନ୍ତି ? ଯଦ୍ୱାର ସରକାରଙ୍କ ନିରପେକ୍ଷ ତଦନ୍ତକାରୀ ଦଳ ଉକ୍ତ ଅସାଧୁ କମ୍ପାନୀ ଉପରେ ତଦନ୍ତ କରି କାର୍ଯ୍ୟାନୁଷ୍ଠନ ଗ୍ରହଣ କରିବା ସହ ଉକ୍ତ ସମସ୍ତ ଫାଙ୍କି ଥିବା ଅର୍ଥ ଆଦାୟ କରି ରାଜ୍ୟର ପ୍ରଗତି ଦିଗରେ କାର୍ଯ୍ୟ ହୋଇ ପାରିବ ।

Leave a Reply

Your email address will not be published. Required fields are marked *