ରାଜ୍ୟ

ସରକାରୀ କାର୍ଯ୍ୟାଳୟର ଚୌକୀରେ ବସି ଖଣି କମ୍ପାନୀ କର୍ମଚାରୀ କାହା ନିର୍ଦ୍ଦେଶରେ ସରକାରୀ କାର୍ଯ୍ୟ କରନ୍ତି, ଡି ଡି ସି ଏ ଯୋଡ଼ା , ନିର୍ଦ୍ଦେଶକଙ୍କ କାର୍ଯ୍ୟାନୁଷ୍ଠାନ ?

,,,,କେନ୍ଦୁଝର —- କେନ୍ଦୁଝର ଜିଲ୍ଲା ତଥା ରାଜ୍ୟବାସୀଙ୍କ ସର୍ବାଙ୍ଗୀନ ପ୍ରଗତି ନିମନ୍ତେ ଯୋଗାଇ ଆସୁ ଥିବା ସର୍ବାଧିକ ରାଜସ୍ଵ ଜିଲ୍ଲାର ସରକାରୀ କାର୍ଯ୍ୟାଳୟ ଉପନିର୍ଦ୍ଦେଶକ ରସାୟନିକ ବିଶ୍ଳେଷଣ ବିଭାଗଟି ଏବେ ସମ୍ପୂର୍ଣ୍ଣ ବିପଦ ପୂର୍ଣ୍ଣ ତଥା ବହୁ ସରକାରୀ ନମୁନାର ଗୁପ୍ତ ତଥ୍ୟ କେତେକ କମ୍ପାନୀ ହାତକୁ ଯିବାର ଭୟ ଦେଖା ଦେବା ଆରମ୍ଭ ହୋଇ ସାରିଛି । ତଥାବି ଏହା ଦେଖି ଜାଣିକରି ମଧ୍ୟ ବର୍ତ୍ତମାନର ନିଯୋଗ ଉପନିର୍ଦେଶକ ଶ୍ରୀ ଦାସମାତ ସୋରେନଙ୍କୁ କିଛି ପରକ୍ ପଡୁନି ଯେପରି ଯଦି ବିଭାଗର କୌଣସି ସରକାରୀ ଗୁପ୍ତ ତଥ୍ୟ କିମ୍ବା କମ୍ପାନୀ ଖଣିଜର ନମୁନା କୋଡର ତଥ୍ୟ ଯଦି କୌଣସି ପ୍ରକାରେ ବ୍ୟାପକ ହୁଏ କିମ୍ବା କୌଣସି କମ୍ପାନୀ ହାତକୁ ଯାଏ ତେବେ ବିପଦରେ ସରକାରଙ୍କ ରାଜକୋଷରେ କେତେ ଯେ ପ୍ରଭାବ ପଡ଼ିଵ ତାହାର ଆକଳନ କରି ରାଜ୍ୟ ସରକାରଙ୍କୁ ଅନେକ ମାହାଙ୍ଗା ପଡ଼ିବା ସହ ପ୍ରଭାବ ସିଧା ସଳଖ ଜିଲ୍ଲା ବାସୀ ସହିତ ରାଜ୍ୟର ଅଗଣିତ ଗରିବଙ୍କୁ ଅଜସ୍ର କ୍ଷତି କେବଳ ଭୋଗିବା ହିଁ ଥୟ । ତେବେ ଘଟଣା କିଛି ଏହିପରି ଯେ ଯୋଡ଼ା ସ୍ଥିତ ଉପରମହଲାରେ ଥିବା ଖଣି ଉପନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟର ଅଧୀନରେ ଥିବା ସମସ୍ତ ଖଣି କମ୍ପାନୀଙ୍କ ଖଣିଜ ପଦାର୍ଥର ନମୁନାର ମାନ ନିର୍ଧାରଣ କରିବା ନିମନ୍ତେ ଉକ୍ତ କାର୍ଯ୍ୟାଳୟର ତଳ ମହଲାଟିରେ ଥିବା ଉପନିର୍ଦେଶକ ରସାୟନିକ ବିଶ୍ଳେଷଣ ହିଁ ଏକମାତ୍ର ନମୁନା ପରୀକ୍ଷଣ କାର୍ଯ୍ୟାଳୟ କରି ଥାଏ ରାଜ୍ୟ ସରକାରଙ୍କ ପକ୍ଷରୁ । ହେଲେ ଏତେ ବଡ ବିଭାଗରେ ଏକାଧିକ ବିଶିଷ୍ଠ ବେତନଧାରୀ କର୍ମଚାରୀ ନିଯୁକ୍ତି ଥିବା ସହ ମୋଟା ଅଙ୍କର ସରକାରୀ ବେତନ ଧାରୀ ଶ୍ରୀ ସୋରେନଙ୍କ କାର୍ଯ୍ୟକଳାପ ଉପରେ ଯଥେଷ୍ଟ ସନ୍ଧେହ ଏବେ ଘନୀଭୂତ୍ ଯୋଗ ଦେବା ଦିନ ଠାରୁ ଆରମ୍ଭ ହୁଏ । କାରଣ ସ୍ଥାନୀୟ ଯୋଡ଼ା ସ୍ଥିତ ଉପନିର୍ଦେଶକ ରସାୟନିକ ବିଶ୍ଳେଷଣ ବିଭାଗରୁ କ୍ୟାମେରା ଯୋଗେ ତନ ତନ ଦୃଷ୍ଟି ରଖନ୍ତି ସରକାରଙ୍କ ଭୁବନେଶ୍ୱର ସ୍ଥିତ ଯୁଗ୍ମ ନିର୍ଦ୍ଦେଶକ ଶ୍ରୀ ସୁକାନ୍ତ ମିଶ୍ର ଯାହାର ଖବର ପ୍ରସାର ଖୋଦ୍ ଶ୍ରୀ ମିଶ୍ର କରଅନ୍ତି ଗତ କିଛି ଦିନ ମଧ୍ୟରେ । ତେବେ ଉପନିର୍ଦେଶକ ଶ୍ରୀ ସୋରେନଙ୍କ ଠାରୁ ବେସ ଅଧିକ ସରକାରୀ ବେତନ ଧାରୀ ଯୁଗ୍ମନିର୍ଦ୍ଦେଶକ ଶ୍ରୀ ସୁକାନ୍ତ ମିଶ୍ର କ୍ୟାମେରା ଯୋଗେ କିପରି ସବୁ ଦେଖି ଦେଖଣହାରି ବସି ରହିଛିନ୍ତି ଚୁପ୍ ହୋଇ ଯାହା ଏବେ ଆଉ ଏକ ପ୍ରଶ୍ନ ବାଚୀ ସୃଷ୍ଟି କରେ ଶ୍ରୀ ମିଶ୍ରଙ୍କ କର୍ଯ୍ୟପ୍ରଣାଳି ଉପରେ ? ନା ଉପରର ପ୍ରମୁଖ ମୁଖ୍ୟ ବରିଷ୍ଠ ଅଧିକାରୀ ତିନି ଗୋଟି ବିଭାଗର ମୁଖ୍ୟ ଶ୍ରୀ ଜୀ ରାଜେଶ ଭଳି ବିଭାଗୀୟ ନିର୍ଦ୍ଦେଶକଙ୍କୁ ଶ୍ରୀ ମିଶ୍ରଙ୍କ ଖାତିର ନଥିବା ବେଳେ ଏକ ପ୍ରକାର ରାଜ୍ୟ ସରକାରଙ୍କ ଆଖିରେ ଧୂଳି ଦେଇ ଖସିଯିବାର ଏକୌଣସି ଉଦ୍ୟମ ଚଳାଇଛନ୍ତି ମିଳିତ ଭାବରେ ସ୍ଥାନୀୟ ଉପନିର୍ଦେଶକ ଶ୍ରୀ ଦାମାତ୍ ସୋରେନ ଏବଂ ଶ୍ରୀ ସୁକାନ୍ତ ମିଶ୍ର ଯୁଗ୍ମ ନିର୍ଦ୍ଦେଶକ ଭୁବନେଶ୍ୱର ? ତେବେ ଏଠାରେ ସୂଚନା ଯୋଗ୍ୟ ଯେ ନିକଟର କେତେକ କ୍ଷମତାସୀନ ଖଣି କମ୍ପାନୀଙ୍କର ନମୁନାର ମାନ ନିର୍ଦ୍ଧାରଣ ନିମନ୍ତେ ଯୋଡ଼ା ସ୍ଥିତ ଏହି ଉପନିର୍ଦେଶକଙ୍କ କାର୍ଯ୍ୟାଳୟକୁ ନମୁନା ପରୀକ୍ଷଣ ଆସୁ ଥିବା ବେଳେ ଉକ୍ତ କମ୍ପାନୀଙ୍କ କେତେକ ଚତୁର କର୍ମଚାରୀ ବିଭାଗର କର୍ମଚାରୀଙ୍କ ଚୌକୀରେ ଖୋଦ୍ ନିଜେ ବସି ପ୍ରାୟ ଦିନ କାର୍ଯ୍ୟ କରୁଥିବାର ଦୃଶ୍ୟ ବାରମ୍ବାର ଦେଖିବାକୁ ମିଳେ। ଏପରି କି ଉକ୍ତ ବିଭାଗର କେତେକ ଗୁରୁତ୍ୱପୂର୍ଣ୍ଣ ସମ୍ପୂର୍ଣ୍ଣ ନିଷେଧ ସ୍ଥାନରେ ଘୁରି ବୁଲୁ ଥିବାର ଦେଖିବାକୁ ମଧ୍ୟ କମ୍ପାନୀ କର୍ମଚାରୀଙ୍କର ।ତେବେ ଦେଖିବାକୁ ଗଲେ ଉକ୍ତ କମ୍ପାନୀ କର୍ମଚାରୀଙ୍କ ଏହା କୌଣସି ମିଳିତ ଷଡ଼ଯନ୍ତ୍ର ମଧ୍ୟ ହୋଇ ଥାଇ ପାରେ ଯେ ନିଜର ଅତ୍ୟାଧିକ ଲାଭଖୋର ଆଶାରେ ନିଜର କର୍ମଚାରୀଙ୍କୁ ମୋଟା ଅଙ୍କର ଅର୍ଥ ଦେଇ ପ୍ରେରିତ କରି ଥାଇ ପାରନ୍ତି ଯେ ସରକାରୀ କାଗଜପତ୍ରରେ ହେରଫେର କରି କିମ୍ବା ନମୁନା ପରୀକ୍ଷଣରେ ଗୋଳମାଳ କରିବାକୁ ଏକ ପ୍ରକାର ଚେଷ୍ଟା କରିବା ଦ୍ୱରା ଉକ୍ତ କମ୍ପାନୀ ଗୁଡ଼ିକର ବେସ ଲାଭବାନ ବନି ପାରିବେ ବୋଲି । ଏଠି ସଭିଏ ଜାଣି ରଖିବା ଆବଶ୍ୟକ ଯେ ନମୁନାର ମାନ ଉପରେ ୧୫% ଶତକଡା ରାଜ୍ୟସରକାର ରାଜସ୍ଵ ପାଇଥାଆନ୍ତି । ଯେଉଁ ଖଣିଜ ନମୁନାର ମାନ ନିର୍ଧାରଣ ଉପରେ ଶତକଡା ୧୫% ପାଇ ରାଜ୍ୟର ଗରିବଙ୍କ ପ୍ରଗତି ଆସିଥାଏ ତଥା ରାଜ୍ୟ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ବିଭାଗ ଜାଣି ମଧ୍ୟ ଶ୍ରୀ ସୋରେନ ଏବଂ ଯୁଗ୍ମନିର୍ଦ୍ଦେଶକ ଶ୍ରୀ ମିଶ୍ର ପ୍ରାୟ ଦିନ କିପରି ଚୁପ୍ ବସି ରହିଛନ୍ତି ନା ଏକୌଣସି ବଡ଼ ସଡଯନ୍ତ୍ର ? ତେବେ ଦେଖାଯାଉ କେନ୍ଦୁଝର ଜିଲ୍ଲାର ଗରିବ ଖଣି ବାସୀ ଏବଂ ରାଜ୍ୟର ଅଗଣିତ ଗରିବଙ୍କ ପ୍ରତି ରାଜ୍ୟ ସରକାରଙ୍କ ତିନି ଗୋଟିର ବିଭାଗର ଅଧିକାରୀ ଶ୍ରୀ ଜି ରାଜେଶ ଦୃଷ୍ଟି କେବେ ପଡ଼ିବ ପ୍ରମୁଖ ଖଣି ବିଭାଗ ଉପରେ ସହ ଉପନିର୍ଦେଶକ ଶ୍ରୀ ସୋରେନ ଏବଂ ଯୁଗ୍ମନିର୍ଦ୍ଦେଶକ ଶ୍ରୀ ମିଶ୍ରଙ୍କ ଉପରେ କେଉଁ ଭଳି କାର୍ଯ୍ୟାନୁସ୍ଥାନ ଗ୍ରହଣ କରି ଉକ୍ତ କମ୍ପାନୀଙ୍କ ପ୍ରତି କେଉଁ ଭଳି ଅଙ୍କୁଶ ଲଗାଇବାରେ ସଫଳ ହେବେ ଦେଖିବାକୁ ବାକି ରହିଲା ।

Leave a Reply

Your email address will not be published. Required fields are marked *