ଦେଶ- ବିଦେଶ

ବୁଡିଲା ଜାହାଜ, ୩ ଶିଶୁଙ୍କ ସମେତ ୪୧ ଶରଣାର୍ଥୀ ମୃତ

ରୋମ୍ : ୟୁରୋପରେ ପୁଣି ଥରେ ଏକ ଶରଣାର୍ଥୀ ଜାହାଜ ଦୁର୍ଘଟଣାଗ୍ରସ୍ତ ହୋଇ ନିରୀହ ଲୋକଙ୍କ ଜୀବନ ଯାଇଛି । ଇଟାଲିର ଲାମ୍ପେଡୁସା ଦ୍ୱୀପ ନିକଟରେ ଏକ ଜାହାଜ ଦୁର୍ଘଟଣାଗ୍ରସ୍ତ ହୋଇ ୩ ଶିଶୁଙ୍କ ସମେତ ୪୧ ଜଣଙ୍କ ମୃତ୍ୟୁ ଘଟିଛି। ଇଟାଲୀର ନ୍ୟୁଜ୍ ଏଜେନ୍ସି ଅନ୍ସା ଏହି ଦୁର୍ଘଟଣାରେ ବଞ୍ଚିଥିବା ଲୋକଙ୍କ ବୟାନ ଦେଇ ଏହି ସୂଚନା ଦେଇଛି। ସେମାନେ କହିଛନ୍ତି ଯେ ସେମାନେ ବହୁତ କଷ୍ଟରେ ଇଟାଲୀର ଲାମ୍ପେଡୁସା ଦ୍ୱୀପରେ ପହଞ୍ଚିଥିଲେ । ଗତ ସପ୍ତାହରେ କେନ୍ଦ୍ରୀୟ ଭୂମଧ୍ୟସାଗରରେ ଏହି ଦୁର୍ଘଟଣା ଘଟିଥିଲା।

ଆନ୍ସା କହିଛି ଯେ ଜାହାଜ ଦୁର୍ଘଟଣାରୁ ବଞ୍ଚିଥିବା ଲୋକମାନେ ଉଦ୍ଧାରକାରୀଙ୍କୁ କହିଛନ୍ତି ଯେ ସେମାନଙ୍କ ସହିତ ତିନି ଜଣ ପିଲା ଥିଲେ; ଯାହାଙ୍କ ମୃତ୍ୟୁ ଘଟିଛି। ସେମାନେ ସମସ୍ତେ ଏକ ଛୋଟ ଜାହାଜରେ ଥିଲେ ଏବଂ ଗୁରୁବାର ଟ୍ୟୁନିସିଆର ସ୍ଫାକ୍ସରୁ ଯାତ୍ରା ଆରମ୍ଭ କରିଥିଲେ, କିନ୍ତୁ କିଛି ଘଣ୍ଟା ମଧ୍ୟରେ ଡଙ୍ଗାଟି ବୁଡ଼ି ଯାଇଥିଲା ଏବଂ ଏଥିରେ ଥିବା ୪୧ ଜଣଙ୍କର ମୃତ୍ୟୁ ଘଟିଥିଲା।

ଇଟାଲୀ ସରକାରଙ୍କ ତଥ୍ୟ ଅନୁଯାୟୀ, ସମୁଦ୍ର ପଥରେ ଇଟାଲୀକୁ ଆସୁଥିବା ପ୍ରବାସୀଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଇଛି। ଚଳିତ ବର୍ଷ ୮ ମାସରେ ୯୨ ହଜାରରୁ ଅଧିକ ପ୍ରବାସୀ ଏଠାକୁ ଆସିଛନ୍ତି। ସ୍ଥାନୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁଯାୟୀ, ଗତ କିଛି ଦିନ ହେବ ପ୍ରବାସୀମାନେ ଛୋଟ ବଡ଼ ଡଙ୍ଗା ଧରି ଏଠାକୁ ଆସୁଛନ୍ତି। ଗତ ରବିବାର ଦୁଇଟି ଡଙ୍ଗା ବୁଡ଼ିଯିବାରୁ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୫୭ ଜଣଙ୍କୁ ଉଦ୍ଧାର କରାଯାଇଥିଲା। ଏହି ଦୁର୍ଘଟଣାରେ ୩୦ରୁ ଅଧିକ ଲୋକ ନିଖୋଜ ଥିବା ସୂଚନା ମିଳିଛି। ଏହି ଡଙ୍ଗାରେ ୪୮ ଓ ୪୨ ଜଣ ଶରଣାର୍ଥୀ ଥିଲେ।

Leave a Reply

Your email address will not be published. Required fields are marked *