*🍁ଜହ୍ନ ରାତିର ଝଡ଼🍁*
samajaina. Com
କାହିଁ କେଉଁ ଯୁଗରୁ ଗାଁ ମୁଣ୍ଡ ଝଙ୍କାଳିଆ ବରଗଛ ମୂକସାକ୍ଷୀ ହୋଇ ଲୋକଙ୍କ ସୁଖ ଦୁଃଖ ସହ ଜଡିତ ଅଛି। ସେଦିନ ଥିଲା କୁମାର ପୂର୍ଣ୍ଣିମା ରାତି । ପତ୍ର ଗହଳରୁ ଜହ୍ନ ଆଲୁଅ ଟିପି ଟିପି ହୋଇ ବରଗଛ ମୂଳ ଚାନ୍ଦିନୀ ଓ ବସିଥିବା ଲୋକଙ୍କ ଉପରେ ପଡୁଥାଏ । ସେଦିନ ଧାନ ଗଛକୁ ସଜେଇ , ପାଇକ ଖେଳି ଜଳରେ ବିସର୍ଜନ କରିବାର ବିଧି ଗାଁ ରେ କାହିଁ କେଉଁ କାଳରୁ ରହି ଆସିଛି। ସେଥିପାଇଁ ଅପେକ୍ଷା କରି ଗାଁର ଅନେକ ଲୋକ ଚାନ୍ଦିନୀ ଉପରେ ବସି ଥାନ୍ତି। ଗାଁ ର ରୋମିତ ମଧ୍ୟ ସେଠି ବସିଥାଏ। ଗାଁର କୁଆଁରୀ ଝିଅ ମାନେ ସେଦିନ ଚାନ୍ଦ କୁ ପୂଜା କରି ଭଲ ବର ପାଇଁ ମାନସିକ କରୁଥାନ୍ତି। ତାର ସାଙ୍ଗ ରମେଶ ବିବାହ କରିବାକୁ ଥିବା ଝିଅ ସହ କଥା ହେଉଥାଏ। କାଳେ କିଏ ଦେଖିଲେ ଥଟ୍ଟା କରିବା ଆଶଙ୍କାରେ ସେ ବାଡି ରେ ଲୁଚି ବସିଛନ୍ତି ଗାଁ ଠୁ ଟିକେ ଦୂର ରେ ।ଏସବୁ କଥା କୁ ରୋମିତ ଭାରି ବିରୋଧ କରୁଥାଏ।
କୁଆଁର ପୁନେଇ ସରିଲା। ପୁଜା ଛୁଟି ପରେ ଅଫିସ ଖୋଲିଗଲା। ସମସ୍ତେ ନିଜ ନିଜ କାର୍ଯ୍ୟ କରିବା ସ୍ଥାନ କୁ ଚାଲିଗଲେ। ରୋମିତ ବି ଗଲା। ପ୍ରଥମ ଥର ପାଇଁ ସେଦିନ ନିଶା ଚାକିରୀ ରେ ଯୋଗ ଦେଇଥାଏ। ନିଶା ଦେଖିବାକୁ ବହୁତ ସୁନ୍ଦର। ରୂପ ଗୁଣ ଓ କର୍ମତପ୍ତର। ବୁଦ୍ଧିମତି। ସବୁ କାମକୁ ଅତି ସହଜରେ କରିଦିଏ। କାମ କରିବାକୁ କେବେ ବି ପଛୁଆ ହୁଏ ନାହିଁ । କଥା ବାର୍ତ୍ତା ଭାରି ମଧୁର। ସଂସ୍କାର ରେ ପରିପୂର୍ଣ୍ଣ ।ତାଙ୍କ ଘର ବି ରୋମିତର ଘର ଠାରୁ ଅଳ୍ପ କିଲୋମିଟର ର ବ୍ୟବଧାନ। ପ୍ରଥମ ଦିନରେ ହିଁ ନିଜ କର୍ତ୍ତବ୍ୟ କୁ ସୁଚାରୁ ରୁପେ ସମ୍ପାଦନ କରି ସମସ୍ତଙ୍କ ମନ ଜିତି ସାରିଛି। ରୋମିତ ଓ ନିଶା ର ଟେବୁଲ ପାଖାପାଖି। ଦୁହିଁଙ୍କ ମଧ୍ୟରେ କଥା ବର୍ତ୍ତା ପ୍ରାୟ ହୁଅନ୍ତି। ଇତି ମଧ୍ୟରେ ରୋମିତ ଓ ନିଶା ଦୁହେଁ ଦୁହିଁଙ୍କୁ କେତେବେଳେ ନିଜର ହୃଦୟ ଆଦାନ ପ୍ରଦାନ କରି ସାରିଛନ୍ତି ସେମାନଙ୍କୁ ବି ଅଜଣା। ଦୁହେଁ ବିବାହ କରି ଜୀବନ ସାରା ଏକାଠି ରହିବାକୁ ନିସ୍ପତି ନେଲେ। ଉଭୟ ଘର ଲୋକଙ୍କ ଅନୁମତି ରେ ବିବାହ ଡେସେମ୍ବର ମାସର 5 ତାରିଖରେ କରିବାକୁ ନିସ୍ପତି ନିଆଗଲା।
ବିବାହ ଠିକ ହେବାର ପରେ ପରେ ରୋମିତ କୁ ନିଜ ଅଫିସ କାମରେ ଆନ୍ଧ୍ରପ୍ରଦେଶ ଯିବାକୁ ପଡିଲା। ସେଠି ପ୍ରାୟ ଆଠ ମାସ ରହିବାକୁ ପଡିବ। ରୋମିତ ଓ ନିଶା ପରସ୍ପର ଠାରୁ ଦୂରେଇ ରହିବାର କଷ୍ଟ ଅନୁଭବ କରୁଥିଲେ ମଧ୍ୟ କର୍ତ୍ତବ୍ୟ କୁ ଅଗ୍ରାଧିକାର ଦେଲେ। ଆନ୍ଧ୍ରପ୍ରଦେଶ ଗଲା ପରେ ରୋମିତ ଘରକୁ ଫେରିବାକୁ ଦିନ ଗଣୁ ଥାଏ। ଉଭୟେ ଫୋନ କିମ୍ବା ଭିଡିଓ କଲ ରେ କଥା ହୁଅନ୍ତି। ବିରହ ଯନ୍ତ୍ରଣା ସତେ ଯେପରି ସେମାନଙ୍କୁ ଅସହ୍ୟ ବୋଧ ହଉଥାଏ। ଚାଂହୁ ଚାଂହୁ ସାତ ମାସ ବିତିଗଲା। ଆଶ୍ୱିନ ମାସ ଆରମ୍ଭ ହେବାରୁ ମା ଦୁର୍ଗା ଙ୍କୁ ସ୍ୱାଗତ ପାଇଁ ସମସ୍ତେ ଚଳ ଚଞ୍ଚଳ। ଜଂହି ଓଷା କରି କୁଆଁରୀ ଝିଅ ମାନେ ମାନସିକ କରନ୍ତି। ନିଶା ମଧ୍ୟ ଅତ୍ୟନ୍ତ ଭକ୍ତି ଚିତରେ ଜଂହି ଓଷା କରୁଥାଏ। ରୋମିତ ସହ କଥା ହେଲାବେଳେ ନିଜର ଭଲ ପାଇବା କୁ ଭକ୍ତି ସହ ମିଶାଇ ବର୍ଣନା କରେ। କୁଆଁର ପୁନେଇ ଦିନ ଝିଅ ମନଙ୍କ ପାଇଁ କେତେ ଗୁରୁତ୍ତ୍ୱପୂର୍ଣ୍ଣ ସେ ବିଷୟ ରେ ମଧ୍ୟ କୁହେ ।
ଏସବୁ ଶୁଣିଲା ପରେ ରୋମିତ ମନରେ ସବୁବେଳେ ଇଛା ହୁଏ କୁଆଁର ପୁନେଇ ରାତିରେ ସେ ମଧ୍ୟ ନିଶା ସହ କଥା ହୁଅନ୍ତା। ଜନ୍ହ ଆଲୁଅ ରେ ବସି ନିଜର ମନର କଥାକୁ ଖୋଲି କହି ପାରନ୍ତା। ନିଶା ସହ ଲୁଚି ଲୁଚି କଥା ହୋଇ ଥାନ୍ତା। ଏପରି କେତେ କଣ ? ଉଭୟେ ଉଭୟଙ୍କ ଠାରୁ ଏତେ ଦିନ ଅଲଗା ରହି ମନର ଭାବନା କୁ ପରି ପ୍ରକାଶ ନ କରି ନିଜକୁ ଅସହାୟ ବୋଧ କରୁଥିଲେ। ଏଇ ସାତ ମାସ ପଦ୍ମ ପାଖୁଡାର ରଙ୍ଗ ପରି ନିଶାର ରଙ୍ଗ ବଦଳି ଯାଇଥିଲା। ଯୌବନ ର ଉଦ୍ଦମାତା ସହ ରୋମିତ କୁ ଦେଖିବାର ଇଛା ମଧ୍ୟ ବଢ଼ି ବଢ଼ି ଯାଇଥିଲା। ନିଶା ତାର ପ୍ରତେକ ଟି ମାନସିକ ରେ ରୋମିତ ର ଶୁଭ ମନାସୀ ଉଭୟଙ୍କ ଭବିଷ୍ୟତ ପାଇଁ ପ୍ରାଥନା କରେ ।
ଜଂହି ଓଷାର ଶେଷ ଦିନ। ସେଦିନ ଚାନ୍ଦ ବୋଧେ ରୋମିତ ଓ ନିଶା କୁ ଦେଖିବାକୁ ବ୍ୟସ୍ତ ହୋଇ ସଞ୍ଜ ନ ହଉଣୁ ହିଁ ଆକାଶକୁ ଆସି ଗଲେଣି। ଠିକ ସନ୍ଧ୍ୟା ବେଳକୁ ରୋମିତ ଆସି ଘରେ ପଂହଚିଲା। କଣ ଟିକେ ଖାଇ ସଜବାଜ ହେଲା ନିଶା ପାଖକୁ ଯିବ। ଦୀର୍ଘ ଦିନ ବିରହ ବେଦନା ରେ ଆଜି ପୂର୍ଣଛେଦ ପଡିବ।ଆଖିରେ ଆଖିଏ ସ୍ବପ୍ନ, ମନରେ ନିଶା କୁ ଦେଖିବାର ଇଛା କୁ ଏକା ବାହାରିଲା । ସାଙ୍ଗରେ ନିଶା ପାଇଁ ଆଣିଥିବା ଜରିଲଗା ଶାଢ଼ୀ ସହ କିଛି ଚୁଡି ଓ ଗୋଟେ କଣ୍ଢେଇ କୁ ଅତି ସରାଗରେ ବାନ୍ଧିଲା। ସବୁ ଜିନିଷ କୁ ନେଇ ଏକା ରାତିରେ ବାହାରିଲା ନିଶାର ଗାଁ କୁ । ନିଶାର ତେଣେ ଜଂହି ଓଷା ପୂଜା ସାରି , ଚାନ୍ଦ ପୂଜା ବି ସାରିଥାଏ। ଖଣ୍ଡିଏ ଧଳା ରଙ୍ଗର ଶାଢୀ ପିନ୍ଧି ଯୋଜନା ମୁତାବକ ସ୍ଥାନରେ ଅପେକ୍ଷା କରିଥାଏ । ସବୁନର ଫେଣ ଭଳି ଜଂହ ଆଲୁଅ ରେ ନିଶାର ଗୋରା ଚେହେରା ଓ ଧବଳ ଶାଢ଼ୀ ର ଦୃଶ୍ୟକୁ ଉପମା ଦେବା ଅତ୍ୟନ୍ତ କଷ୍ଟ। ମନର ଆଶା ଅସୁମାରୀ। ଅପଲକ ନେତ୍ରରେ ରୋମିତ ର ଆସିବା ବାଟକୁ ଚାହିଁ ରହିଥାଏ।
ଭାଗ୍ୟର ବିଡମ୍ବନା ଦେଖ। ଆକାଶର ଜହ୍ନ ଋଷି କେଉଁଆଡ଼େ ଚାଲିଗଲା। ଧଳା ଫରଫର ଆକାଶ ହଠାତ କଳା କୃଷ୍ଣ ବାଦଲ ରେ ଘୋଡେଇ ହୋଇଗଲା। ଅମାନିଆ ପବନଟା କେଉଁଠି ଥିଲା କେଜାଣି ଖୁବ ଜୋର ରେ ମାଡି ଆସିଲା। ତୁହକୁ ତୁହା ବର୍ଷା ହେବାକୁ ଲାଗିଲା। ଏତେ ଜୋରସେ ପବନ ହେଲା ଯେ ରୋମିତ ର ଗାଡି ଓ ନିଜେ ରୋମିତ ଭାରସାମ୍ୟ ହରାଇ ପିଟି ହୋଇଗଲା ରାସ୍ତା କଡରେ ଥିବା ଏକ ବ୍ରିଜ ପାଖରେ। ତଳେ ଯାଇଥିବା କେନାଲ ରେ ସେଦିନ ଆବଶ୍ୟକତା ଠାରୁ ଅଧିକା ଜଳ ପ୍ରବାହିତ ହେଉଥିଲା। ଭସେଇ କୁଆଡେ ନେଇଗଲା ରୋମିତ କୁ। ରାତିର ଅନ୍ଧାର ଏତେ ଅଧିକା ଥିଲା ଯେ ମୁଂହକୁ ମୁଁହ ଦେଖିବା ଅସମ୍ଭବ ହୋଇ ପଡ଼ି ଥିଲା। ବିଚରା ରୋମିତ ନିଶାକୁ ଶେଷ ଥର ପାଇଁ ବି ଦେଖି ନପାରି ନିଜ ପ୍ରାଣ ହରେଇ ବସିଲା। ଅଳ୍ପ କିଛି ସମୟର ତାଣ୍ଡବ ପରେ ଝଡ଼ ପୁଣି ଫେରିଗଲା ତା ବାଟରେ । ଏ ଝଡ଼ ସତେ ଯେପରି ରୋମିତ ର ଖୁସି ଆଉ ରୋମିତ କୁ ନେବାକୁ ଆସିଥିଲା।
ନିଶା ଏକୁଟିଆ ସେମିତି ବସି ଥାଏ। ମେଘ ପବନ ବର୍ଷା ଆରମ୍ଭ ହେବାରୁ ଘର ଲୋକେ ତାକୁ ଘରକୁ ନେଇଗଲେ। ବର୍ଷlର ସୁଅରେ ସବୁକିଛି ଭାସି ଗଲା। ଭାସିଗଲା ନିଶାର ସ୍ବପ୍ନ, ସମ୍ଭାବନା ଆଉ ଆଶା। ସେଦିନର ଝଡ଼ ଧୋଇ ନେଲା ନିଶାର ସୁନେଲି ଭବିଷ୍ୟତ। ଏମିତି ଏକ ଅଘଟଣ ସମ୍ପର୍କରେ ଗାଁ ଲୋକେ କଥା ହଉଥିଲେ। ସକାଳୁ ସକାଳୁ ନିଶା ଧାଇଁ ଧାଇଁ ପଂହଚିଲା ବ୍ରିଜ ନିକଟରେ। ରୋମିତ ର ଗାଡି ହିଁ ପଡିଛି , ରୋମିତ ନାହିଁ। ଅଖ ପାଖରେ ବହୁତ ଖୋଜା ଖୋଜି କଲା। କିନ୍ତୁ ପାଇଲା ନାହିଁ। ସ୍ବପ୍ନ ଦେଖୁ ଦେଖୁ ହିଁ ତାର ସ୍ବପ୍ନ ମରିଗଲା। ମନେ ମନେ ନିଜର ସବୁକିଛି ସମର୍ପଣ କରିଦେଇଛି ରୋମିତ କୁ। ରୋମିତ ବିନା ଗୋଟେ ଜୀବନର କଳ୍ପନା କରି ନଥିଲା। ଅନେକ ଦୂରରେ ରୋମିତ ର ଶବ ପଡ଼ିଥିଲା। ନିଶା ରୋମିତ କୁ ଦେଖି ନିଜକୁ ସମ୍ଭାଳି ପାରିଲା ନାହିଁ। ରୋମିତ ଶବ ଉପରେ ନିଜର ମୁଣ୍ଡ ରଖି ଜୋର ରେ କାନ୍ଦିବାକୁ ଲାଗିଲା। ଛାତି ଫଟା କାନ୍ଦ। ଲୁହର ବନ୍ୟା। ବହୁନି ବହୁନି ତାକୁ ଉଠେଇବାକୁ ଚେଷ୍ଟା କାରୁଥାଏ। ହେଲେ ଅଫେରା ରାଇଜରୁ ଆଜି ଯାଏ କେହି ଫେରି ନାହାନ୍ତି। ରୋମିତ ର ଛାତିରେ ମୁଣ୍ଡ ରଖି ନିଶା ଚିର ଦିନ ପାଇଁ ଶୋଇଗଲା। ଚାଲିଗଲା ଅଫେରା ସ୍ଥାନକୁ। ନିଜ ଭଲ ପାଇବାକୁ ଛାଡି କେମିତି ବା ବଂଚିଥାନ୍ତା। ସେଦିନ ସେ ଜଂହ ରାତିର ଝଡ଼ ପୋଛୋ ନେଇଥିଲା ଦୁଇ ଦୁଇ ତା ଜୀବନର ସ୍ବପ୍ନ ଙ୍କୁ। ବାସ୍ତବିକ ବେଳେ ବେଳେ ପ୍ରକୃତିର ଏ ଭୀଷଣ ରୂପ ଆଗରେ ମନୁଷ୍ୟ ମୁଣ୍ଡ ନୂଆଇବାକୁ ବାଧ୍ୟ ହୁଏ। ହେଲେ ନିଶାର ଏ କାର୍ଯ୍ୟ ଦେଖି ପ୍ରକୃତି ଭବିଷ୍ୟତ ରେ ଏମିତି ଝଡ଼ କରିବା ଆଗରୁ ନିଶ୍ଚିତ ଥରେ ଚିନ୍ତା କରିବ। ।। ନିଶ୍ଚୟ।।
ପଢନ୍ତୁ :www.speedynews.in