ରାଜନୀତି

୨୦୨୪ ପରେ ଆଉ ମୋଦି ସରକାର ଦେଖାଯିବେ ନାହିଁ

ପାଟନା, : ବିହାରରେ ମେଣ୍ଟ ସରକାରକୁ ଏକ ବର୍ଷ ପୂରଣ ହୋଇଛି। ଅଗଷ୍ଟ ୯,୨୦୨୨ରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଆରଜେଡି, କଂଗ୍ରେସ ଏବଂ ବାମ ଦଳ ସହିତ ମିଶି ରାଜ୍ୟରେ ସରକାର ଗଢିଥିଲେ। ସରକାରର ଏକ ବର୍ଷ ପୂରଣ ହେବା ପରେ ଭାଜପା ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ବିରୋଧରେ ଅନେକ ଅଭିଯୋଗ ଆଣିଛି। ଏହି ଅଭିଯୋଗ ଉପରେ ମନ୍ତ୍ରୀ ଶ୍ରବଣ କୁମାର ବୁଧବାର କହିଛନ୍ତି,୨୦୨୪ ପରେ ମୋଦି ସରକାର ଆଉ ଦେଖାଯିବ ନାହିଁ। ‘ଇଣ୍ଡିଆ’ ପରିବାର ଘୃଣାକୁ ଶେଷ କରିବେ,ଭାଜପା ଦ୍ୱାରା ବୁଣାଯାଇଥିବା ଘୃଣାର ମଞ୍ଜି ନଷ୍ଟ ହୋଇଯିବ।

ବିବାହରରେ ମେଣ୍ଟ ସରକାରଙ୍କ ଗୋଟିଏ ବର୍ଷ ପୂରଣ ହେବାପରେ ଭାଜପା ମୁଖ୍ୟମନ୍ତ୍ରୀଙ୍କୁ ଘେରିଥିଲା। ରାଜ୍ୟରେ ସବୁ ସ୍ଥାନରେ ଦୁର୍ନୀତି ବ୍ୟାପିଛି। ବିହାରରେ ଜଙ୍ଗଲ ରାଜ ଦ୍ୱିତୀୟ ପ୍ରତିଷ୍ଠା କରାଯାଇଛି। ଏକଦା ଦୁର୍ନୀତିଗ୍ରସ୍ତଙ୍କୁ ଟାର୍ଗେଟ୍‌ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଆଜି ସେମାନଙ୍କ ସହ ଅଛନ୍ତି।

Leave a Reply

Your email address will not be published. Required fields are marked *