ରାଜ୍ୟ

ନିଜ ଖଣି ନିକଟ ଗ୍ରାମ ଜାମିର୍ତା ଓ ଦାମସାହିରେ j.s.w କଣ ପ୍ରଗତି କରିଛି ?

ବଡ଼ବିଲ : ଦୀର୍ଘ ତିନି ବର୍ଷରୁ ଉର୍ଦ୍ଧ ଧରି ଖଣି ବେପାରରେ ସଫଳତା ହାସଲ କରିଥିବା କେନ୍ଦୁଝର ଜିଲ୍ଲାର ବୃହତ ଖଣି କମ୍ପାନୀ j.s.w । ତେବେ ଅଞ୍ଚଳରେ ରହି ଖଣି ଖନନ କରି ଏ ବୃହତ କମ୍ପାନୀ j.s.w ଅଞ୍ଚଳ ତଥା ଅଞ୍ଚଳବାସୀଙ୍କ ନିମନ୍ତେ ନିଜ ଖଣି ବ୍ୟବସାୟ ତୁଳନା ଆଗରେ କଣ କରି ଆସିଛି ଦୀର୍ଘ ତିନି ବର୍ଷ ମଧ୍ୟରେ ? କମ୍ପାନୀ ଅନେକ ଭିତରୁ କିଛି କରିଛି ଯଦି ନିଜର ଜଜାଙ୍ଗ ଖଣି ନିକରେ ଥିବା ଦୁଇ ଗୋଟି ଗ୍ରାମ ଏବଂ ଗ୍ରାମବାସୀଙ୍କ ପାଇଁ କଣ କରିଛି ଏ ଯାଏ ? ଯୋଡ଼ା ବ୍ଳକ ଅଧୀନରେ ଥିବା ଜଜାଙ୍ଗ ପଞ୍ଚାୟତର ପ୍ରମୁଖ ଆଦିବାସୀ ବହୁଳ ଦୁଇ ଗୋଟି ଗ୍ରାମ ଆଜିବି କମ୍ପାନୀ ନିକଟରୁ ଦୂରେଇ ରହି ଥିବା ବେଳେ ସ୍ଥାୟୀ ନିଯୁକ୍ତି ସହଜରେ ପାଉ ନଥିବା ବେଳେ , ଉକ୍ତ ଗ୍ରାମଦୟର ବହୁ ସାହି ଗୁଡିକରେ ପାନୀୟ ଜଳର ଅଭାବ ପ୍ରାୟ ସମୟ ଦେଖା ଦେଇଥାଏ । ଆଜିବି ଜମିର୍ତାର ଅଧିକାଂଶ ଘରେ ବିଦ୍ୟୁତ୍ ଆଲୋକ ବତି ଜାଳିବା ସାତ ସପନ ହୋଇଛି। ଜମୀର୍ତାର ଉପର ସାହିକୁ ସଡ଼କ ପଥ ବିଛିନ୍ନ ଥିବା ବେଳେ ଦାମସାହିରୁ ମୁଖ୍ୟ ସଡ଼କ ପଥ ଯାଏ ଘାସ ବଣରେ ବୁଦାରେ ପରିପୂର୍ଣ । ଏପରିକି ଜମିର୍ତ୍ତାର ଏକ ମାତ୍ର ପ୍ରାଇମେରୀ ବିଦ୍ୟାଳୟରେ ମରାମତି ଅଭାବ ହେତୁ ସ୍କୁଲ ଘରର ତାଜା ଭାଙ୍ଗି ତଳେ ଖସି ପଡୁଥିବା ବେଳେ ଛାତର ପାଣି ଜମି କେଇ କେଇ ଛାତ ଅଳ୍ପ ବହୁତ୍ ତଳକୁ ଦାବିବାର ଦୃଶ୍ୟ ଦେଖିବାକୁ ମିଳେ । ଆଉ ବହୁ ଗ୍ରାମବାସୀ ସନ୍ଧ୍ୟା ହେଲେ ଘରୁ ବାହାରକୁ ବାହାରିବା ଭୟ କରି ଥାଆନ୍ତି କି ରାସ୍ତା କଡ଼ରେ ଥିବା ପ୍ରାୟ ସମସ୍ତ ବିଦ୍ୟୁତ୍ ବତି ଖରାପ ହୋଇ ପଡ଼ିଥିବାରୁ । ତେବେ ଦେଖିବାକୁ ଗଲେ ବୃହତ କମ୍ପାନୀ j.s.w ନିଜ ଖଣିର ଖୁବ୍ ନିକଟ ଗ୍ରାମ ଜମିର୍ତ୍ତା ଏବଂ ଦାମସାହିରେ କୌଣସି ସେପରି ପ୍ରଗତି ଦିଗରେ କାର୍ଯ୍ୟ କରିବାରେ ସମ୍ପୂର୍ଣ୍ଣ ବିଫଳ କିନ୍ତୁ କମ୍ପାନୀ ବିଭିନ୍ନ ମହଲରେ ତଥା ମାଧ୍ୟମରେ ଡିଡିମ୍ବ ପିଟୁଥିବା j.s.w ନିଜର ଅନ୍ୟ ଦିଗରେ ଥିବା କେତେକ ଖଣି ନିକଟର ଅଞ୍ଚଳ ଗୁଡିକରେ ଉର୍ଣ୍ଣତି ମୂଳକ କାର୍ଯ୍ୟ ହେଉଥିବା ବେଳେ ଜଜାଙ୍ଗ ପଞ୍ଚାୟତର ସର୍ବନିମ୍ନ ରହିଥିବାରୁ ଗ୍ରାମବାସୀଙ୍କ ନିମନ୍ତେ ମୂଲ୍ୟହୀନ ପାଲଟିଛି ଜଜାଙ୍ଗ ଖଣି। ଏମିତିକି ବାହା ବାହା ନେଉଥିବା କମ୍ପାନୀର କେତେକ ଅଧିକାରୀ ଜାମୀର୍ତ୍ତା ଓ ଦାମସାହିରେ ପାଦ ପକାଇବା ସମ୍ଭବ ଏଯାଏ ହୋଇ ପାରୁନି ସଠିକ୍ ରେ ଆଉ ଗ୍ରାମ ତଥା ଗ୍ରାମବାସୀଙ୍କ ପ୍ରଗତି ହେବା ଦୂର କଥା । ତେବେ ଦେଖାଯାଉ ଖଣି ଅଞ୍ଚଳର ବୃହତ କମ୍ପାନୀ j.s.w ପାଲଟି ଥିବା ବେଳେ ଏହି ଗ୍ରାମଦୟରେ ପ୍ରଗତିର ହାତ ବଢ଼ାଇ କେବେ ଗରିବ ଆଦିବାସୀଙ୍କ ନିକଟରେ ପକୃତ୍ ବଡ଼ ବନିଵ।

Leave a Reply

Your email address will not be published. Required fields are marked *