ରାଜ୍ୟ

ବିଭାଗକୁ ନୂତନ କରି ଆସିଥିବା ବରିଷ୍ଠ କର୍ମଚାରୀ ଘୋଟାଲାରେ ନିଜକୁ ସାମିଲ

ଚମ୍ପୁଆ : ବିଭାଗର ଘୋଟାଲା ଏବେ ଦିନକୁ ଦିନ ବେସୀ ଲୋକପ୍ରିୟତା ହାସଲ କରିବାରେ ଲାଗିଛି । ଯାହାର ମୁହଁରୁ ଶୁଣିବ ସେହି ଗୋଟିଏ ବିଭାଗର କଥା ଯେ ଘୋଟାଲା ଗ୍ରୁଫର ବିକାଶ ହେବାରେ ଲାଗିଛି । ସ୍ଥାନୀୟ ଅଞ୍ଚଳରୁ ଆରମ୍ଭ କରି ରାଜଧାନୀ ଯାଏ ଲମ୍ବିଛି ବଡ଼ ବଡ଼ ବାବୁ ମାନଙ୍କର ହାତ । ଫଳରେ ଘୋଟାଲା ଏବେ ଖବର ଏତେ ବ୍ୟାପକ ହୁଏ ଯେ ସ୍ଥାନୀୟ କାର୍ଯ୍ୟାଳୟକୁ ଆସିବାର ଲାଗିଛି ଲମ୍ବା ଦୌଡ଼ ପ୍ରତିଯୋଗିତା । ତେଣୁ କିଛି ଖର୍ଚ୍ଚ ହେଉ ପଛେ ବିଭାଗକୁ ଆସିଲେ ସବୁ ସୁଧ ମୂଳ ଅସୁଲ ହୋଇଯିବା ଥୟ । ସେହିପରି ଗତ କିଛି ମାସ ଭିତରେ ଅନେକଙ୍କ ଆସିବା ହୁଏ ସ୍ଥାନୀୟ କାର୍ଯ୍ୟାଳୟକୁ ଯେଣେ ତେଣେ କରି । ତେବେ ଖୁବ୍ ନିକଟ ଜିଲ୍ଲାରୁ ସେପରି କେଇ ଜଣ ଆସି କାର୍ଯ୍ୟ ସମ୍ଭାଳୁ ହିଁ ନିଜକୁ ପ୍ରଥମେ ଘୋଟାଲା ଅଫିସର ତଥା ଟିମ ସହ ଗଳି କନ୍ଦି ବାଟ ଦେଖି ପଶିବା ସଫଳ ହୋଇଥିବାର ସାଧାରଣରେ ଚର୍ଚ୍ଚା ଖୁବ୍ ହୁଏ । ତଥାବି ଏଇ କିଛିଟା ମାସ ଭିତରେ ଅସୁଲ ହୁଏ ଖର୍ଚ୍ଚ କରି ଆସିଥିବାର ଅର୍ଥ ପରିଶୋଧ ପକ୍ରୀୟା ଆରମ୍ଭ ହୋଇସାରିଛି । ତେବେ ସବୁ ଘଟଣାର ଘୋଟାଲ ଠିକ୍ ଚାଲି ଆସିଲା ବେଳେ ଅନେକ ତଥ୍ୟ ଲୋକଲୋଚାକୁ ଆସି ଘୋଟାଲା ପଦାରେ ପଡ଼ି ହାଟରେ ଗଡିଲାନି ତଥାବି ଆଲାଜୁକଙ୍କୁ ଲଜ୍ୟା ସରମ ବୋଲି ଟିକିଏ ନାହିଁ । ତାଳ ଗଛର ଥାକ ଥାକ ପରି ଏଠି ମଧ୍ୟ ଠିକ୍ ସମାନ ଅବସ୍ଥା ହେବାର ଲାଗିଛି । ଯଦି ଏବେ ଠାରୁ ବିଭାଗୀୟ ଉଚ୍ଚପଦସ୍ଥ ଅଧିକାରୀ କୋଠାର କାର୍ଯ୍ୟ ଅନୁଷ୍ଠାନ ଗ୍ରହଣ କରନ୍ତି ତେବେ ସବୁ ଖାଇ ଫମ୍ପା କରି ଦେଇ ଯିବେ ଚର୍ଚ୍ଚିତ ଘୋଟାଲ ଟିମ ।

Leave a Reply

Your email address will not be published. Required fields are marked *