ଖେଳ

ଏସିଆ କପ ପାଇଁ ଖୁବ୍‌ଶୀଘ୍ର ହୋଇପାରେ ଟିମ ଇଣ୍ଡିଆ ଘୋଷଣା

ନୂଆଦିଲ୍ଲୀ,: ଏସିଆ କପ ୨୦୨୩ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଏହି ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚ ୩୦ଅଗଷ୍ଟରେ ପାକିସ୍ତାନ ଏବଂ ନେପାଳ ମଧ୍ୟରେ ଖେଳାଯିବ। ଏହି ମ୍ୟାଚ ମୁଲତାନରେ ଅନୁଷ୍ଠିତ ହେବ। ଏଥିପାଇଁ ପାକିସ୍ତାନ ଦଳ ଘୋଷଣା କରିଛି। ବର୍ତ୍ତମାନ ଭାରତ ମଧ୍ୟ ଖୁବ୍‌ଶୀଘ୍ର ଦଳ ଘୋଷଣା କରିପାରେ। ଟିମ ଇଣ୍ଡିଆ ଅଧିନାୟକତ୍ୱ ରୋହିତ ଶର୍ମାଙ୍କୁ ଦେଇପାରେ। ଏକ ରିପୋର୍ଟ ଅନୁଯାୟୀ, ବିସିସିଆଇ ୧୬ଅଗଷ୍ଟ ପୂର୍ବରୁ ଦଳ ଘୋଷଣା କରିପାରେ।

ଏଥର ଏସିଆ କପରେ ଭାରତର ପ୍ରଥମ ମ୍ୟାଚ ପାକିସ୍ତାନ ସହ ରହିଛି। ଏହି ମ୍ୟାଚ ୨ ସେପ୍ଟେମ୍ବରରେ ଖେଳାଯିବ। ଏକ ଖବର ଅନୁଯାୟୀ, ବିସିସିଆଇ ୧୬ଅଗଷ୍ଟ ପୂର୍ବରୁ ଦଳ ଘୋଷଣା କରିପାରେ। ଏଥିପାଇଁ ରୋହିତ ଶର୍ମାଙ୍କୁ ଅଧିନାୟକତ୍ୱ ଦାୟିତ୍ୱ ଦିଆଯାଇପାରେ। ଦ୍ରୁତ ବୋଲର ଜସପ୍ରୀତ ବୁମ୍ରା ଦୀର୍ଘ ସମୟ ପରେ ଟିମ ଇଣ୍ଡିଆକୁ ଫେରିଛନ୍ତି। ସେ ଏସିଆ କପରେ ଟିମ ଇଣ୍ଡିଆରେ ଯୋଗ ଦେଇପାରନ୍ତି।

Leave a Reply

Your email address will not be published. Required fields are marked *