ରାଜନୀତି

ମୋ ସଦସ୍ୟତା ରଦ୍ଦ କରିବା ଭାଜପାର ଲକ୍ଷ୍ୟ: ରାଘବ ଚଢା

ନୂଆଦିଲ୍ଲୀ,: ଦିଲ୍ଲୀ ଅର୍ଡିନାନ୍ସ ବିଲ ଚୟନ କମିଟିକୁ ପଠାଯିବା ପରେ ‘ନକଲି ଦସ୍ତଖତ’ ନେଇ ବିବାଦରେ ଥିବା ରାଜ୍ୟ ସଭା ଏମ୍‌ପି ରାଘବ ଚଢା ଗୁରୁବାର ଏକ ସାମ୍ବାଦିକ ସମ୍ମିଳନୀରେ ଏକ ବଡ଼ ଦାବି କରିଛନ୍ତି। ସେ କହିଛନ୍ତି ଯେ, ମୋଦି ସରକାର ଏକ ନୂଆ ପରମ୍ପରା ଆରମ୍ଭ କରିଛନ୍ତି। ସଂସଦର ସଦସ୍ୟତା ସମାପ୍ତ କରିବା କିମ୍ବା ଯେଉଁମାନେ ଭାଜପା ବିରୋଧରେ କହୁଛନ୍ତି ସେମାନଙ୍କୁ ଗୃହରୁ ବାହାର କରିଦେବା ଏବଂ ସେମାନଙ୍କ ବିରୋଧରେ ମାମଲା ରୁଜୁ କରିବା ଭାଜପାର ଲକ୍ଷ୍ୟ।
ଚଢା କହିଛନ୍ତି ଯେ, କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଗୃହରେ ମିଛ କହିଛନ୍ତି। ଏମ୍‌ପି ଚୟନ କମିଟି ପାଇଁ କାହାର ନାମ ପ୍ରସ୍ତାବ ଦେଇପାରିବେ। ଏଥିପାଇଁ କାହାର ଦସ୍ତଖତ ଆବଶ୍ୟକ ନାହିଁ। ଭାଜପାରର କେବଳ ଗୋଟିଏ ଉଦ୍ଦେଶ୍ୟ ରହିଛି। ରାହୁଲ ଗାନ୍ଧୀଙ୍କ ସଦସ୍ୟତା ଛଡ଼ାଇ ନେଲେ ରାଘବ ଚଢାର ସଦସ୍ୟତା ଛଡ଼ାଇ ନିଅନ୍ତୁ। କିନ୍ତୁ ମୋର ସ୍ବର ଚାପି ହେବ ନାହିଁ। ଗଣମାଧ୍ୟମର ଏକ ଛୋଟ ବିଭାଗ ମୋ ବିରୁଦ୍ଧରେ ଭୁଲ ଖବର ପ୍ରଚାର କରିଛି, ମୁଁ ଏହା ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ। କିଛି ଏମ୍‌ପି ମଧ୍ୟ ସଂସଦ ବାହାରେ ମୋ ବିଷୟରେ ଭୁଲ ବିବୃତ୍ତି ଦେଇଛନ୍ତି। ମୁଁ ମଧ୍ୟ ଏହି ମାମଲା କୋର୍ଟରେ ଉଠାଇବି।

Leave a Reply

Your email address will not be published. Required fields are marked *