ଖେଳ

ଓଡ଼ିଶା ରାଜ୍ୟ 15 ବର୍ଷରୁ କମ୍ ଓପନ୍ ଓ ବାଳିକା ଚେସ୍ ପ୍ରତିଯୋଗିତା


ଭୁବନେଶ୍ୱର: ଓଡ଼ିଶା ରାଜ୍ୟ 15 ବର୍ଷରୁ କମ୍ ଓପନ୍ ଓ ବାଳିକା ଚେସ୍ ପ୍ରତିୟୋଗିତା 2023 ଅଗଷ୍ଟ 11 ଓ 13 ତାରିଖରେ କଳାହାଣ୍ଡିର ଭବାନୀପାଟଣାସ୍ଥିତ ମହାବୀର ସାଂସ୍କୃତିକ ଅନୁଷ୍ଠାନରେ ଅନୁଷ୍ଠିତ ହେବାକୁ ଯାଉଛି। କଳାହାଣ୍ଡି ଜିଲ୍ଲା ଚେସ୍ ଆସୋସିଏସନ୍ ଆନୁକୂଲ୍ୟରେ ଅଲ୍ ଓଡ଼ିଶା ଚେସ୍ ଆସୋସିଏସନ୍ ଆନୁକୂଲ୍ୟରେ ଏହି ପ୍ରତିୟୋଗିତା ଆୟୋଜିତ ହେଉଛି। 2008 ମସିହା ଜାନୁଆରୀ 1 ତାରିଖ କିମ୍ବା ତା’ପରେ ଜନ୍ମିତ ଖେଳାଳି ଉପରୋକ୍ତ ଇଭେଣ୍ଟରେ ଭାଗ ନେବା ପାଇଁ ଯୋଗ୍ୟ ବିବେଚିତ ହେବେ। 60 ମିନିଟ୍ + 30 ସେକେଣ୍ଡ୍ ସମୟ ନିୟନ୍ତ୍ରଣରେ ଏହି ପ୍ରତିୟୋଗିତା ଖେଳାୟିବ। ଉଭୟ ଓପନ୍ ଓ ବାଳିକା ବିଭାଗରେ ଶ୍ରେଷ୍ଠ ଦଶଜଣ, ଅଣ୍ଡର-7, ଅଣ୍ଡର-9, ଅଣ୍ଡର-11, ଅଣ୍ଡର-13 ବୟସ ବର୍ଗରେ ଶ୍ରେଷ୍ଠ ଖେଳାଳି, ଶ୍ରେଷ୍ଠ କଳାହାଣ୍ଡି ଖେଳାଳିଙ୍କୁ ମୋଟ 20 ହଜାର ଟଙ୍କା ଓ ଟ୍ରଫି ପ୍ରଦାନ କରାୟିବ। ଅଲ୍ ଓଡ଼ିଶା ଚେସ୍ ଆସୋସିଏସନ୍ର ସମ୍ପାଦକ ଶ୍ରୀ. ଦେବବ୍ରତ ଭଟ୍ଟ ଏହି ସୂଚନା ପ୍ରଦାନ କରିବା ସହ ଉପରୋକ୍ତ ଚେସ୍ ପ୍ରତିୟୋଗିତାରେ ଭାଗ ନେବା ପାଇଁ ସମସ୍ତ ଆଗ୍ରହୀ ଖେଳାଳିଙ୍କୁ ଆମନ୍ତ୍ରଣ କରିଛନ୍ତି। ସୂଚନା ମିଳିଛି ଯେ, ଉଭୟ ଓପନ୍ ଓ ବାଳିକା ବିଭାଗରେ ଶ୍ରେଷ୍ଠ ଦୁଇ ଜଣ ଖେଳାଳି ଆଗାମୀ 15 ବର୍ଷରୁ କମ୍ ଜାତୀୟ ଓପନ୍ ଓ ବାଳିକା ଚେସ୍ ଚାମ୍ପିଅନସିପ୍ 2023ରେ ମହାରାଷ୍ଟ୍ରର ଜଲଗାଓଁଠାରେ 27 ଡିସେମ୍ବରରୁ 4 ଜାନୁଆରୀ 2024 ପର୍ୟ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ପ୍ରତିୟୋଗିତାରେ ରାଜ୍ୟକୁ ପ୍ରତିନିଧିତ୍ୱ କରିବା ପାଇଁ ଯୋଗ୍ୟ ବିବେଚିତ ହେବେ

Leave a Reply

Your email address will not be published. Required fields are marked *