ମୁଖ୍ୟ ଖବର

ଲୋକସଭାରେ କାଟ ଖାଇଲା ମୋଦୀ ସରକାର ବିରୋଧରେ ଅନାସ୍ଥା ପ୍ରସ୍ତାବ

ନୂଆଦିଲ୍ଲୀ : ମଣିପୁର ହିଂସାକୁ ନେଇ କେନ୍ଦ୍ରର ମୋଦୀ ସରକାରଙ୍କ ବିରୋଧରେ ଆଗତ ଅନାସ୍ଥା ପ୍ରସ୍ତାବ ଲୋକସଭାରେ କାଟ ଖାଇଯାଇଛି । ଲୋକସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୨ ଘଣ୍ଟାରୁ ଅଧିକ ସମୟ ଧରି ଚାଲିଥବା ଭାଷଣ ଶେଷ ହେବା ପରେ ଅନାସ୍ଥା ପ୍ରସ୍ତାବଟି ବାଚନିକ ଭୋଟରେ କାଟ ଖାଇଯାଇଥିଲା । ତେବେ ବାଚନିକ ଭୋଟ ପର୍ବରୁ ହିଁ ବିରୋଧୀ କକ୍ଷତ୍ୟାଗ କରିସାରିଥିଲେ । ଏହା ସହିତ ସଂସଦ ଶୁକ୍ରବାର ପର୍ଯ୍ୟନ୍ତ ମୁଲତବୀ ହୋଇଯାଇଛି ।ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ନିଜ ଭାଷଣରେ ବିରୋଧୀ ଦଳଙ୍କୁ ଟାର୍ଗେଟ୍ କରିଥିଲେ । ସେ କହିଥିଲେ, “୨୦୧୮ରେ ମୁଁ ବିରୋଧୀଙ୍କୁ ୨୦୨୩ରେ ଅନାସ୍ଥା ପ୍ରସ୍ତାବ ଆଣିବା ପାଇଁ ଦାୟିତ୍ୱ ଦେଇଥିଲି ଏବଂ ସେମାନେ ମୋ କଥା ପାଳନ କରିଥିଲେ। କିନ୍ତୁ ମୁଁ ଦୁଃଖିତ ଯେ ୫ ବର୍ଷରେ ସେମାନେ ଭଲ ପ୍ରଦର୍ଶନ କରିବା କଥା, କିନ୍ତୁ କୌଣସି ପ୍ରସ୍ତୁତି ନଥିଲା, ସୃଜନଶୀଳତା ନଥିଲା । ମୁଁ ଆପଣଙ୍କୁ ୨୦୨୮ ପାଇଁ ଆଉ ଏକ ସୁଯୋଗ ଦେବି, କିନ୍ତୁ ମୁଁ ସେମାନଙ୍କୁ ଅନୁରୋଧ କରୁଛି ଯେ ଯେତେବେଳେ ସେମାନେ ୨୦୨୮ରେ ଅନାସ୍ଥା ପ୍ରସ୍ତାବ ଆଣିବେ ସେତେବେଳେ ପ୍ରସ୍ତୁତ ହୋଇ ଆସନ୍ତୁ ।“

One thought on “ଲୋକସଭାରେ କାଟ ଖାଇଲା ମୋଦୀ ସରକାର ବିରୋଧରେ ଅନାସ୍ଥା ପ୍ରସ୍ତାବ

  • Sushanta Kumar Das

    It was to happen, it was a hype.

    Reply

Leave a Reply

Your email address will not be published. Required fields are marked *