ରାଜ୍ୟ

ମୁନିସିପାଲିଟି ଠିକାଦାରଙ୍କ ଠାରୁ ପିସି ଆଦାୟରେ ବ୍ୟସ୍ତ

ଜଗତସିଂହପୁର : ଦୀଘ୍ର ଦିନ ଧରି ଜଗତସିଂହପୁର ସହରରେ ମଶା ଧୂଆଁ ଗାଡି ବୁଲୁ ନଥିବାରୁ ୱାର୍ଡ ମାନଙ୍କରେ ଡେଙ୍ଗୁ ରୋଗୀ ଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲିଚି ମୁନିସିପାଲିଟି କର୍ତ୍ତୃପକ୍ଷ ନିରବ ଦ୍ରଷ୍ଟା ସାଜିଛନ୍ତି, ସହରରେ ଯଦି ମଶା ଧୂଆଁ ଗାଡି ପ୍ରତି ୱାର୍ଡ ରେ ନ ବୁଲେ ତାହାହେଲେ ବିଜୁ ଜନତା ଦଳର କାଉନସିଲ୍ଳେର ମାନେ ଆନ୍ଦୋଳନ କରିବେ ବୋଲି ଧମକ ଦେଇଛନ୍ତି, ସେହି ପରି ସହରରେ ସାପ କାମୁଡା ରୋଗୀଙ୍କ ସଂଖ୍ୟା ବଢିଚାଲିଥିବାବେଳେ ୱାର୍ଡ ମାନଙ୍କ ରେ କୌଣସି ଖୁଣ୍ଟରେ ବଲବ ଜଳୁନାହିଁ ଯାହା ଫଳରେ ରାତିରେ ଲୋକମାନେ ସାପ କାମୁଡ଼ାର ଶିକାର ହଉଛନ୍ତି, ୱାର୍ଡମାନଙ୍କରେ ଲୋକମାନଙ୍କ ଠାରୁ ଅଳିଆ ଆଣିବାକୁ ମୁନିସିପାଲଟି ମାସିକିଆ ପଇସା ନେଉଥିଲେ ମଧ୍ୟ ମୁନିସିପାଲଟି ଗାଡି ଯାଉନାହିଁ ଯାହା ଫଳରେ ୱାର୍ଡ ମାନଙ୍କରେ ପୁଳା ପୁଳା ଅଳିଆ ଗଦା ହୋଇଚି ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବଢିବାର ଇଏ ଏକ ମୁଖ୍ୟ କାରଣ ମୁନିସିପାଲିଟିର ଉଦାସନତାରୁ ୱାର୍ଡରେ ବୟସ୍କ ଲୋକ ଭତ୍ତା ପାଇବାରେ ନାନା ହିନସ୍ଥା ହଉଛନ୍ତି, ଯାହାଫଳରେ ସେମାନଙ୍କର ଚାଲିବପାଇଁ ବହୁତ ଅସୁବିଧା ହଉଚି ମୁନିସିପାଲିଟି ଯଦି ଏହି କାର୍ଯ୍ୟ ଉପରେ ସୋତନ୍ତ୍ର ଧ୍ୟାନ ନ ଦିଏ ବିଜୁ ଜନତା ଦଳର କାଉନସିଲ୍ଲର ମାନେ ଆନ୍ଦୋଳନ କୁ ଓଲେହି ବେ ବୋଲି ଚେତାବନୀ ଦେଇଚନ୍ତି ||

Leave a Reply

Your email address will not be published. Required fields are marked *