ସାହିତ୍ୟ

ଏଇ ବୋଧେ ସ୍ୱାଧୀନତା

ନିରୁପମା ପାଣି


ଆଜିର ଭାରତ
ସ୍ୱାଧୀନ ନିଶ୍ଚିତ
ଖାତା ବହି ସମ୍ବିଧାନେ
କେହି ଜଣେ କହୁ
ସେହିଯେ ସ୍ୱାଧୀନ
ଖୁସିଅଛି ନିଜମନେ!!

ଫିରିଙ୍ଗିଆ ସିନା
ବାନ୍ଧିରଖି ଥିଲେ
ଭାରତ ମାଆର ପାଦ
ଆଜି ବନ୍ଧା ଏଠି
ସଭିଙ୍କ ଜୀବନ
ଆଖିରୁ ହଜିଛି ନିଦ!!

ଏକତା ବୀହିନ
ଭାତୃଭାବ ଲୀନ
ପରିବାରୁ ପାର୍ଲ୍ୟାମେଣ୍ଟ
କାହାକୁ କେହିଯେ
ଶୋଷିଚାଲେ ଆଜି
ସବୁରି ସବୁ ନିଅଣ୍ଟ!!

ମିଛରେ ମିଛରେ
ଶୁଭେ ଚାରିଆଡେ
ବନ୍ଦେ ମାଆ ତର ମ୍
ପ୍ରତି ମାଆ ପୁଣି
ନିର୍ଯ୍ଯାତନା ପାଏ
ନିନ୍ଦେ ସେ ନିଜ କରମ!!

ଜାତି ୟାଣା ଭାବ
ହଜାଏ ସଦ୍ଭାବ
କୋଟାରେ ଅଗ୍ରାଧିକାର
ଯୋଗ୍ୟ ଅଯୋଗ୍ୟ ର
ଫରକଯେ ନାହିଁ
ଦେଖ ଏହି ସମୟର!!

ନେତାମନ୍ତ୍ରୀ ତନ୍ତ୍ରୀ
ମାରିଯେ ଖାଆନ୍ତି
ଗରିବର ଚିପି ତଣ୍ଟି
ଧୋବ ବେଶ ତଳେ
ଆଜି ସମୟରେ
ପିଶାଚ ଘୁରି ବୁଲନ୍ତି!!

ସ୍ୱାଧନ ବୋଲିତ
ଧର୍ଷଣ ବଢୁଛି
ନରହତ୍ୟା ବଢିଚାଲେ
ସ୍ୱାଧୀନ ଭାରତେ
ଜରାଶ୍ରମ ସଂଖ୍ୟା
ବେଳୁ ବେଳ ପୁଣି ବଢେ!!
ବିନତରା
ଚାନ୍ଦବାଲି
ଭଦ୍ରକ୍

Leave a Reply

Your email address will not be published. Required fields are marked *