ଅପରାଧ

ଗୋ ମାଂସ ବୋଝେଇ ଭ୍ୟାନ ଜବତ, ଜଣେ ଅଟକ


ନିମାପଡ଼ା : ପୁରୀ ଜିଲ୍ଲା ଅନ୍ତର୍ଗତ ଚାରିଛକ ଥାନା ର କୁସୁମା ଠେଙ୍ଗ ଗାଁ ନିକଟରୁ ଚାରିଛକ ଥାନା ପୁଲିସ ଦ୍ୱାରା ଏକ ଗୋ ମାଂସ ବୋଝେଇ ବୋଲେରୋ ଗାଡ଼ି ଜବତ ସହ ଗାଡ଼ି ଡ୍ରାଇଭରକୁ ପୁଲିସ ଅଟକ ରଖିଛି। ଜବତ ମାଂସ ୧୦ କ୍ୱିଣ୍ଟାଲ ରୁ ଅଧିକ ହେବ । ତେବେ ଗୋ ମାଂସ ଚାଲାଣକାରୀ ଅଭିଯୁକ୍ତ ଘଟଣା ସ୍ଥଳରୁ ଫେରାର ହୋଇଯାଇଛି । ସ୍ଥାନୀୟ ଲୋକଙ୍କ ଅଭିଯୋଗ କ୍ରମେ ଚାରିଛକ ପୋଲିସ ଚଢ଼ାଉ କରିଥିଲା । ଜବତ ମାଂସ ଅଡ଼ଶପୁର ର କୋରାଙ୍ଗ କୁ ଚାଲାଣ ହେଉଥିବା ଜଣାପଡିଛି। ତେବେ ଏହି ଅଂଚଳରୁ ବ୍ୟାପକ ଭାବେ କୋଲକାତା ସହ ରାଜ୍ୟର ବିଭିନ୍ନ ଅଞ୍ଚଳକୁ ଗୋ ମାଂସ ଚାଲାଣ ହେଉଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ଏହି ଘଟଣା ସମଗ୍ର ନିମାପଡ଼ା ଅଞ୍ଚଳ ରେ ଚର୍ଚ୍ଚା ର ବିଷୟ ପାଲଟିଛି।

Leave a Reply

Your email address will not be published. Required fields are marked *