ଦେଶ- ବିଦେଶ

ଜିଏସ୍‌ଟି ସଂଶୋଧନ ବିଲ୍‌ ପାର୍ଲାମେଣ୍ଟରେ ଗୃହୀତ

ନୂଆଦିଲ୍ଲୀ : ମୌସୁମୀ ଅଧିବେଶନର ଶେଷ ଦିନରେ ଜିଏସ୍‌ଟି ସଂଶୋଧନ ବିଲ୍‌ ପାର୍ଲାମେଣ୍ଟରେ ଗୃହୀତ ହୋଇଛି। ଅନ୍‌ଲାଇନ ଗେମିଂ, କାସିନୋ ଏବଂ ହର୍ସ ରେସ୍‌ କ୍ଲବ୍‌ରେ ବେଟିଂର ପୂର୍ଣ୍ଣ ଫେସ୍‌ ଭାଲ୍ୟୁ ଉପରେ ୧୮ ପ୍ରତିଶତ ଜିଏସ୍‌ଟି ଲଗାଇବା ପାଇଁ କେନ୍ଦ୍ରୀୟ ଓ ସମନ୍ବିତ ଜିଏସ୍‌ଟି ଆଇନରେ ସଂଶୋଧନ କରାଯାଇଛି। ରାଜ୍ୟ ସଭାରେ ବିନା ଆଲୋନଚାରେ ଏହି ବିଲ୍‌ ଧ୍ୱନି ମତରେ ଗୃହୀତ ହେବା ପରେ ଲୋକ ସଭାକୁ ପଠାଯାଇଥିଲା। ଏହା ପୂର୍ବରୁ ନିମ୍ନ ସଦନ ସିଜିଏସ୍‌ଟି (ସଂଶୋଧନ) ବିଲ୍‌, ୨୦୨୩ ଏବଂ ଆଇଜିଏସ୍‌ଟି (ସଂଶୋଧନ) ବିଲ୍‌, ୨୦୨୩କୁ ଅନୁମୋଦନ କରିଥିଲା। ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ଉଭୟ ଗୃହରେ ଏହି ବିଲ୍‌ ଆଗତ କରିଥିଲେ।

Leave a Reply

Your email address will not be published. Required fields are marked *