ରାଜ୍ୟ

ଜୁନିଅର ଭତ୍ତା ମାଡ଼ମଙ୍କ ବେତନ ୭୦୦୦୦କୁ ଭିତିରିଆ ୭୦୦୦୦

ଚମ୍ପୁଆ,: ସତରେ ବହୁ ବଡ଼ ଭାଗ୍ୟବାନ ବିଭାଗଟି । ତାଠାରୁ ବଡ଼ ଭାଗ୍ୟବାନ ସେଠାକାର ଘୋଟାଲା ଅଫିସର ଓ କେତେକ କର୍ମଚାରୀ । ଚମତ୍କାର ହୋଇଗଲା ପାଖା ପାଖି ୭୦୦୦୦ ବେତନକୁ ଭିତିରିଆ ମଧ୍ୟ ପ୍ରାୟ ୬୦୦୦୦ ରୁ ଉର୍ଦ୍ଧ ହେଉଛି ବୋଲି ଜୁନିଅର ଭତ୍ତା ମାଡମଙ୍କର ଆରମ୍ଭ ହୁଏ ସାଧାରଣରେ ଆଲୋଚନା । ଗୋଟିଏ ପଟେ ଅଞ୍ଚଳର ଗରିବଟିଏ ଦିନକୁ ଦିଓଳି ମୁଠାଏ ଖାଇବାକୁ ନାନାଦି କଠିନ ପରିଶ୍ରମ କରିବାକୁ ଯାଇ ରାତି ଦିନ ଖଟିଥାଏ । ହେଲେ ଏଠି ଦିନ କେଇଟାର ମାଲେମାଲ ବନିବାକୁ ବେସୀ ସମୟ ଲାଗୁନି ଘୋଟାଲା ଟିମଙ୍କୁ। ଭାଗ୍ୟରେ ଥିଲେ ଏପରି ଘୋଟାଲା ଅଫିସରଙ୍କ ହାତ ମୁଣ୍ଡ ଉପରେ ରୁହେ । ତାଠାରୁ ବଡ଼ ହାତ ପୁଣି ରାଜାଧାନୀ ଭତ୍ତା ବାବୁଙ୍କ ହାତ ଆହୁରି ବଡ । ଭାଗ୍ୟରେ ଥିଲେ ଏପରି ଭତ୍ତା ବାବୁର ହାତ ମୁଣ୍ଡରେ ରହିଲେ ଭାତ କଣ ଦାମୀ କାର ପ୍ରାପ୍ତ କରିବା ସହଜ ମଧ୍ୟ ହୁଏ ଯାହାର ଚର୍ଚ୍ଚା ରାଜଧାନୀ ଯାଏ ସଭିଙ୍କ ମୁହଁରେ ଶୁଭେ । ସଭିଙ୍କ ମୁହଁରେ ଗୋଟିଏ କଥା ସ୍ୱଳ୍ପ ବେତନରେ ଦାମୀ କାର । ଏପରିକି ସମ୍ପୂର୍ଣ୍ଣ ବିଭାଗଟି ଏକପ୍ରକାର ଜୁନିଅର ଭତ୍ତା ମାଡମଙ୍କ ଅଧୀନରେ କୁଆଡେ ଚାଲୁଅଛି ବୋଲି ଲୋକେ ଚର୍ଚ୍ଚା କରନ୍ତି । ମାଡ଼ମ ଯାହା କହିବେ ତାହା ଉଭୟ ଘୋଟାଲା ଅଫିସର ଏବଂ ଭତ୍ତା ଅଫିସର୍ ମାନିବେ ଯେଉଁଠି ,ସେଠି କର୍ମଚାରୀଙ୍କର ଅଉକାଦ କେତେ ? ତେବେ ଦେଖିବାକୁ ଗଲେ ଏବେବି ସମୟ ଅଛି ଯଥା ସମ୍ଭବ ଉକ୍ତ ଘୋଟାଲା ଟିମ ପ୍ରତି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ତୁରନ୍ତ ବଦଳିର ପକ୍ରିୟା କରାଯାଇ ପାରିଲେ ବିଭାଗଟିକୁ ସର୍ବନାଶରୁ ରୋକି ବହୁ ଅପୂରଣୀୟ କ୍ଷତିକୁ ରୋକିବା ସମ୍ଭବ ହେବ ।

Leave a Reply

Your email address will not be published. Required fields are marked *