ମୁଖ୍ୟ ଖବର

ଗୋମାଂସ ବୋଝେଇ ଟ୍ରକ୍ ପୋଡ଼ିଦେଲେ ଉତ୍ତ୍ୟକ୍ତ ଜନତା

ବାଙ୍କୀ: କଟକ ଜିଲ୍ଲା ବାଙ୍କୀ ବ୍ଲକ ବୈଦେଶ୍ୱର ଥାନା ଅନ୍ତର୍ଗତ ଜଗନ୍ନାଥପୁର ପଞ୍ଚାୟତର କଳାପଥର ରାସ୍ତାରେ ଆଜି ପୂର୍ବାହ୍ନରେ ଘଟିଛି ଅଘଟଣ। ଗୋ ସୁରକ୍ଷା ବାହିନୀ ତଥା ବଜରଙ୍ଗ ଦଳର କିଛି ସଦସ୍ୟ ଗତକାଲି ବିଳମ୍ବିତ ରାତ୍ରରେ ଏକ ଗୋମାଂସ ବୋଝେଇ ଟ୍ରକ ଆସୁଥିବା ଖବର ପାଇ ଉକ୍ତ ରାସ୍ତାରେ ସଜାଗ ଥିଲେ। ଆଜି ଭୋର ପ୍ରାୟ ୪ ଘଟିକା ସମୟରେ ଉକ୍ତ ଟ୍ରକକୁ ସନ୍ଦେହରେ ଅଟକ ରଖି ସେଥିରେ ପ୍ରାୟ ୧୦ କ୍ୱିଣ୍ଟାଲରୁ ଅଧିକ ଗୋମାଂସ ଥିବା ଦେଖିବାକୁ ପାଇଥିଲେ।ଏ ନେଇ ବୈଦେଶ୍ୱର ଥାନାକୁ ଖବର ଦେବାପରେ ଘଟଣାସ୍ଥଳରେ ପୁଲିସ ପହଞ୍ଚି ଚାଳକ ଓ ସହାୟକକୁ ଥାନାରେ ଅଟକ ରଖିଥିଲେ। ମାତ୍ର ଦିନ ହେବାରୁ ଜନତାଙ୍କ ଭିଡ ବୃଦ୍ଧି ପାଇବା ସହ ଉତ୍ତେଜନା ପ୍ରକାଶ ପାଇଥିଲା। ପ୍ରାୟ ୫୦ ଗୋଟି ଗୋମାତାଙ୍କୁ କଟକ ଜିଲ୍ଲା ତିଗିରିଆ ଅଞ୍ଚଳର ଏକ ଜଙ୍ଗଲ ମଧ୍ୟରେ ହତ୍ୟା କରାଯାଇ ସେମାନଙ୍କ ମାଂସ ଚାଲାଣ ହେଉଥିବା ଖବର ପ୍ରଚାରିତ ହେବାରୁ ଉତ୍ତେଜନା ଆହୁରି ବୃଦ୍ଧି ପାଇବା ସହ କିଛି ବ୍ୟକ୍ତି ଉକ୍ତ ଗାଡ଼ିକୁ ଭଙ୍ଗାରୁଜା କରିବା ସହ ସେଥିରେ ନିଆଁ ଲଗାଇ ଦେଇଥିଲେ। ଚାଳକ ସମେତ ଦୁଇଜଣଙ୍କୁ ପୁଲିସ ଅଟକ ରଖିଥିବା ବେଳେ ସେମାନଙ୍କ ପାଖରେ ସାର ଚାଲାଣ କରିବା ଅନୁମତି ପତ୍ରଥିବା ଜଣାଯାଇଛି।

Leave a Reply

Your email address will not be published. Required fields are marked *