ଦେଶ- ବିଦେଶ

ଦୁଇଜଣ ଗ୍ୟାଙ୍ଗଷ୍ଟାରଙ୍କ ଜେଲରେ ମୃତ୍ୟୁ

ନୂଆଦିଲ୍ଲୀ: ପ୍ରସିଦ୍ଧ ପଞ୍ଜାବୀ ଗାୟକ ସିଦ୍ଧୁ ମୁସେବାଲା ହତ୍ୟାକାଣ୍ତରେ ଜେଲରେ ବନ୍ଦୀଥିବା ଅଭିଯୁକ୍ତ ପରସ୍ପରକୁ ଆକ୍ରମଣ କରିଥିବା ଖବର ସାମ୍ନାକୁ ଆସିଛି। ଏହି ଆକ୍ରମଣରେ ଦୁଇଜଣ ଗ୍ୟାଙ୍ଗଷ୍ଟାରଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁୁରୁତର ଆହତ ହୋଇଥିଲେ। ଆହତଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ସୂଚନାଯୋଗ୍ୟ, ରବିବାର ଅପରାହ୍ନ ୩ଟା ବେଳେ ତରନ ତାରନସ୍ଥିତ ଗୋଇନ୍ଦଵାଲର କେନ୍ଦ୍ରୀୟ ଜେଲରେ ବନ୍ଦୀଥିବା ଅଭିଯୁକ୍ତ ପରସ୍ପର ଉପରକୁ ଆକ୍ରମଣ କରିଥିଲେ। ଏଥିରେ ଜଣେ ଅଭିଯୁକ୍ତ ଆହତ ହୋଇଥିବା ବେଳେ ଦୁଇଜଣ ଗ୍ୟାଙ୍ଗଷ୍ଟାରଙ୍କ ମୃତ୍ୟୁ ହୋଇଥିଲା। ମୃତ୍ୟୁ ହୋଇଥିବା ଦୁଇଜଣ ଗ୍ୟାଙ୍ଗଷ୍ଟାର ସିଦ୍ଧୁ ମୁସେବାଲ ହତ୍ୟାମାମଲାର ଅଭିଯୁକ୍ତ ଥିଲେ।

ଡିଏସପି ଜସପାଲ ସି˚ହ ଢ଼ିଲୋଙ୍କ ସୂଚନା ଅନୁସାରେ, ପଞ୍ଜାବ ଗୋଇନ୍ଦଵାଲ ସାହିବ ଜେଲରେ ବନ୍ଦୀଥିବା ଅଭିଯୁକ୍ତଙ୍କ ମଧୢରେ କୌଣସି କାରଣରୁ  କଥା କଟାକଟି ହୋଇଥିଲା। ଫଳରେ ଅଭିଯୁକ୍ତ ମାଡ଼ପିଟା ଲାଗିଥିଲେ। ଏହି ଆକ୍ରମଣରେ ରୟ୍ୟାରେ ବସବାସ କରୁଥିବା ଦୁରାନ ମନଦୀପ ସି˚ ତୁଫାନ ଓ ବୁଢ଼ଲାଡା ବାସିନ୍ଦା ମନମୋହନ ସି˚  ମୋହନାଙ୍କ ମୃତୁ ହୋଇଥିଲା। ବଠିଣ୍ତା ବାସିନ୍ଦା ଆହତ କେଶବଙ୍କୁ ସିଭିଲ ହସ୍ପିଟାଲ ତରନ ତାରନରେ ଭର୍ତ୍ତି କରାଯାଇଛି।

କେଶବଙ୍କୁ ଦିଲ୍ଲୀ ପୁଲିସର ସ୍ପେଶାଲ ସେଲ ଗୁଜୁରାଟର ମୁନ୍ଦ୍ରା ଅଞ୍ଚଳରୁ ଗିରଫ କରିଥିଲେ। ଗ୍ୟାଙ୍ଗଷ୍ଟାର ମନଦୀପ ତୁଫାନ ମୁସେବାଲାଙ୍କ ହତ୍ୟା ପାଇଁ ବ୍ୟାକଅପ ସୁଟର ଭାବେ ଥିଲେ। ଯାହାଙ୍କୁ ପଞ୍ଜାବ ଆଣ୍ଟି ଗ୍ୟାଙ୍ଗଷ୍ଟାର ଟାସ୍କ ଫୋର୍ସ ଗିରଫ କରିଥିଲା।

Leave a Reply

Your email address will not be published. Required fields are marked *