ରାଜ୍ୟ

କୋଇଡା ଖଣି ବିଭାଗର ଯାଞ୍ଚ ଫାଟକ ମାଲଦାର ମରାମତି ଆରମ୍ଭ

କୋଇଡା : ରାଜ୍ୟର ପ୍ରମୁଖ ଖଣି ମଣ୍ଡଳ ତଥା ରାଜ୍ୟ ରାଜକୋଷକୁ ସମୃଦ୍ଧ କରିବାରେ ସହଯୋଗ କରୁଥିବା କୋଇଡା ଠାରେ ଥିବା ଖଣି ଉପନିର୍ଦେଶକଙ୍କ କାର୍ଯ୍ୟାଳୟ ଅବସ୍ଥିତ । ତେବେ ଉକ୍ତ ଖଣି ବିଭାଗର ଏକ ଯାଞ୍ଚ ଫାଟକର ଅବସ୍ଥା ଗତ ଦୀର୍ଘ ଦିନ ଧରି ସମ୍ପୂର୍ଣ୍ଣ ଅବ୍ୟବସ୍ଥାରେ ଗତି କରୁଥିବାର ଦୃଶ୍ୟ ଦେଖିବାକୁ ମିଳେ ଯାହାର ଗତ କିଛି ଦିନ ତଳେ ଖବର ପ୍ରସାରଣ ପରେ କୋଇଡା ଖଣି ଉପନିର୍ଦେଶକଙ୍କ ଶ୍ରୀ ଅସିତ୍ ବେହେରାଙ୍କ ଠାରେ ତତ୍ପରତା ପ୍ରକାଶ ପାଇ ତୁରନ୍ତ କାର୍ଯ୍ୟ ଅନୁଷ୍ଠାନ ଗ୍ରହଣ କରିଥିବାର ଦେଖିବାକୁ ମିଳେ । ତେବେ ସୂଚନା ମୁତାବକ ମାଲଦା ଠାରେ ଥିବା ଯାଞ୍ଚ ଫାଟକରେ ବିଦ୍ୟୁତ୍ ସଂଯୋଗ ନଥିବାରୁ ସନ୍ଧ୍ୟା ହେଲେ ଉକ୍ତ ସ୍ଥାନର କର୍ମଚାରୀ ଏବଂ ସୁରକ୍ଷାକର୍ମୀଙ୍କୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିଲେ । ଏପରିକି ବର୍ଷା ଏବଂ ଶୀତ ଦିନେ ବିଶେଷ ସମସ୍ୟା ଭୋଗନ୍ତି । ପୁଣି ଘଞ୍ଚ ବଣଜଙ୍ଗଲ ଘେରାରେ ଫାଟକ ନିକଟରେ ବନ୍ୟଜନ୍ତୁଙ୍କ ଏକପ୍ରକାର ଭୟ ମଧ୍ୟ ଲାଗି ରୁହେ । ତେବେ ପ୍ରଥମ ପର୍ଯ୍ୟାରେ ଶ୍ରୀ ବେହେରା ସେଠାକାର ସୋଲାର ବ୍ୟବସ୍ଥାକୁ କାର୍ଯ୍ୟକ୍ଷମ କରି ଉକ୍ତ ସ୍ଥାନରେ ବ୍ୟବହୃତ ପୁରୁଣା ଅତି ଛୋଟ କେବିନକୁ ତୁରନ୍ତ ବଳଦି କରି ବୃହତ୍ ତଥା ଉନ୍ନତ କେବିନର ବନ୍ଦୋବସ୍ତ କରିବାରେ ସକ୍ଷମ ହୋଇଛନ୍ତି । ତେବେ ପ୍ରାଥମିକ ସ୍ତରରେ ବହୁ ସମସ୍ୟା ଦୂର ହୋଇଥିଲେ ମଧ୍ୟ ଆଗାମୀ ପର୍ଯ୍ୟାୟରେ ଅନ୍ୟ ସମସ୍ଥ ସମସ୍ୟା ଯେପରି ଡିଜି ଚାଲିବାର ସରଳ ବ୍ୟବସ୍ଥା ପ୍ରତି ଧ୍ୟାନ ଦେବା ସହ ସ୍ଥାୟୀ ବିଦ୍ୟୁତ୍ ସଂଯୋଗର ବ୍ୟବସ୍ଥା କରିବାରେ ଖଣି ଉପନିର୍ଦେଶକ ଶ୍ରୀ ବେହେରା ଯଥା ସମ୍ଭବ ପଦକ୍ଷେପ ଗ୍ରହଣ କରିବେ ବୋଲି ଆଶା କରାଯାଇପାରେ ।

Leave a Reply

Your email address will not be published. Required fields are marked *