ରାଜ୍ୟ

ପନ୍ଦର ଲକ୍ଷର ହିସାବ କିଏ ଦେବ, ଘୋଟାଲା ଅଫିସର୍ ନା ଭତ୍ତା ଅଫିସର ?

ଚମ୍ପୁଆ : ବହୁ ଚର୍ଚ୍ଚିତ ବ୍ୟାଗ ଭିତରେ ପନ୍ଦର ଲକ୍ଷ୍ୟର ହିସାବ ଏବେ କିଏ ମାଗିବ ବୋଲି ସାଧାରଣରେ ପ୍ରଶ୍ନ ଉଠେ ? କେଉଁଠୁ ଆସିଥିଲା ଏ ଲକ୍ଷ ଲକ୍ଷ ଟଙ୍କା କିଏ ସେ ଦେଉଥିଲା ଘୋଟାଲାକାରୀଙ୍କୁ ଏତେ ଗୁଡା ଟଙ୍କା ? ଏବେ ପ୍ରମାଣିତ ହେଲା ଯେ ଘୋଟାଲା ଅଫିସର୍ ଏବଂ ଭତ୍ତା ଅଫିସର୍ ମିଳିତ ଘୋଟାଲା କରି ବହୁ କଳା ଧନ ହାସଲ କରି ଉକ୍ତ ଧନକୁ ନିଜ ସମ୍ପତ୍ତିରେ ମିଶାଇ ବଢ଼ାଇବା ଏବଂ ସ୍ବାର୍ଥ ହାସଲରେ ବ୍ୟବହୃତ ତଥା କଳାକାରନାମାର ସାମ୍ରାଜ୍ୟର ବିସ୍ତାର କରିବା ସହ ନିଜର ଘୋଟାଲାକୁ ବାରମ୍ବାର ଘଣ୍ଟ ଘୋଡାଇବାରେ ଖର୍ଚ୍ଚରେ ଲଗାଇବାକୁ ଉଦ୍ୟମ କରୁଥିବାର ସାଧାରଣରେ ଚର୍ଚ୍ଚା ଜୋର ଧରିଛି । ତେବେ ନିଜ ଲୋଭର ଆସକ୍ତିକୁ ନିୟନ୍ତ୍ରଣ ସୀମା ବାହାରେ ହୋଇ ଆବଶ୍ୟକତାକୁ ପୂରଣ କରିବା ନିମନ୍ତେ ଉକ୍ତ ଅଫିସରଦୟ ପ୍ରତି ଦିନ ଘୋଟାଲା ପରେ ଘୋଟାଲା କରି ବିଭାଗର ସର୍ବନାଶ କରିବାକୁ ମଧ୍ୟ ଆଉ ପଛ।ଉନାହାନ୍ତି । ତେବେ ଘଟଣା କିଛି ଏହିପରି ଭିଆଇ ଥିଲେ ଉକ୍ତ ଅଫିସରଦୟ ମିଳିତ ହୋଇ ନିଜର ବିଭାଗର ଏକ ସଚ୍ଚୋଟ ଅଫିସରଙ୍କୁ ସ୍ଥାନୀୟ ଅଫିସରୁ ଯେଣେ ତେଣେ କରି ତଥା ଉକ୍ତ କଳା ଧନ ପ୍ରୟୋଗରେ ବିଦା କରିବାର ଥିଲା ଏକ ମାଷ୍ଟରପ୍ଲାନ , କାରଣ ଉକ୍ତ ଅଫିସର ଜନକ ଘୋଟାଲା କରିବାକୁ ମୁଣ୍ଡ ନଇଁ ନଥିବାରୁ । ତେବେ ଉକ୍ତ ପନ୍ଦର ଲକ୍ଷ ଘଟଣାକୁ ବିଭିନ୍ନ ମହଲରେ ଜାଣିବା ଆରମ୍ଭ ସରି ତଳୁ ଉପର ଯାଏ ଛୋଟ କର୍ମଚାରୀ ଠାରୁ ବଡ଼ ଯାଏ ଏପରିକି ରାଜଧନୀରେ ମଧ୍ୟ ଏବେବି ଖୁଵ ଚର୍ଚ୍ଚା ଜାରୀ ରହିଛି । ତଥାବି ଏବେବି ଖୋଲାରେ ଉକ୍ତ ଘୋଟାଲା ଅଫିସର୍ ଜଣକ ଏବଂ ବହୁ କାରନାମାରେ ଛନ୍ଦି ହୋଇ ରହିଥିବା ଠକ ଭତ୍ତା ଅଫିସର ଜଣକ ବେଧଡକ ଭାବରେ ନିଜର ଜୀବନଶୈଳୀ ବିତାଉଛନ୍ତି । ଦେଖା ଯାଉ ଉକ୍ତ କାର୍ଯ୍ୟ ପ୍ରତି କେବେ କାର୍ଯ୍ୟାନୁଷ୍ଠାନ ହେବ , ଯଦ୍ୱାରା ସଭିଙ୍କର ହିତ ଆସିବା।

Leave a Reply

Your email address will not be published. Required fields are marked *