ଦେଶ- ବିଦେଶ

ସଡ଼କ ଦୁର୍ଘଟଣାରେ ଗୋଟିଏ ପରିବାରର ୭ ମୃତ

ଜୟପୁର: ସଡ଼କ ଦୁର୍ଘଟଣା ଦିନକୁ ଦିନ ବଢ଼ି ବଢ଼ି ଚାଲିଛି। ପ୍ରତିବର୍ଷ ସଡ଼କ ଦୁଘର୍ଟଣାରେ ହଜାର ହଜାର ଲୋକ ମୃତ୍ୟୁ ବରଣ କରୁଛନ୍ତି। ଏପରି ବି ଦୁର୍ଘଟଣା ଘଟେ, ଯେଉଁଥିରେ ଏକାଥରକେ ପରିବାରର ଅନେକ ଲୋକ ସଫା ହୋଇଯାଆନ୍ତି। ସେପରି ଏକ ଦୁଘର୍ଟଣା ଘଟିଛି ରାଜସ୍ଥାନରେ।

ଶନିବାର ରାଜସ୍ଥାନର ନବ ଗଠିତ ଡିଡୱାନା-କୁଚମାନ ଜିଲ୍ଲାରେ ଏକ ମର୍ମାନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଗୋଟାଏ ପରିବାରରୁ ଏକାଥରକେ ସାତ ଜଣଙ୍କର ମୃତ୍ୟୁ ଘଟିଛି। କେବଳ ସେତିକି ନୁହେଁ, ସାତ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଦୁଇଜଣ ଆହତ ହୋଇଛନ୍ତି। ପୁଲିସ୍‌ ଏ ନେଇ ସୂଚନା ପ୍ରଦାନ କରିଛି।

ଏହି ସଡ଼କ ଦୁର୍ଘଟଣାକୁ ନେଇ ଡେପୁଟି ପୁଲିସ୍ ଅଧୀକ୍ଷକ ଧର୍ମଚାନ୍ଦ ବିଷ୍ଣୁ କହିଛନ୍ତି ଯେ ଏହି ଘଟଣା ଜିଲ୍ଲାର ଖୁନଖୁନା ପୁଲିସ ଷ୍ଟେସନ ଅନ୍ତର୍ଗତ ବନ୍ତାଡି ଗ୍ରାମ ନିକଟରେ ଘଟିଛି। ଯେଉଁଠାରେ ଏକ ଭ୍ୟାନ୍ ଏବଂ ଏକ ଘରୋଇ ବସ୍ ମୁହାଁମୁହିଁ ଧକ୍କା ହୋଇଥିଲା।
ସେ ଆହୁରି ବି କହିଛନ୍ତି ଯେ ଦୁର୍ଘଟଣାରେ ଘଟଣାସ୍ଥଳରେହିଁ ସାତ ଜଣଙ୍କର ମୃତ୍ୟୁ ଘଟିଛି। ଦୁଇ ଆହତ ଯାତ୍ରୀଙ୍କୁ ଜିଲ୍ଲାର ବଙ୍ଗର ହସ୍ପିଟାଲକୁ ନିଆଯାଇଥିବା ବେଳେ ସେଠାରୁ ଜୟପୁରକୁ ପଠା ଯାଇଛି।
ସୂଚନାନୁସାରେ, ଭ୍ୟାନରେ ଥିବା ଲୋକମାନେ ଏକ ବିବାହ ଉତ୍ସବରେ ଯୋଗ ଦେବା ପାଇଁ ସିକରରୁ ନାଗୌର ଯାଉଥିଲେ। ସେହି ବାଟରେ ହିଁ ଏପରି ଦୁର୍ଘଟଣା ଘଟିଛି। ପୁଲିସ କହିଛି ଯେ ଏହି ଭୟଙ୍କର ଦୁର୍ଘଟଣାର ପ୍ରକୃତ କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ।

Leave a Reply

Your email address will not be published. Required fields are marked *