ଖେଳ

ଜାତୀୟ ଉଷୁ ପ୍ରତିଯୋଗିତାରେ ଜିନ୍ଦଲ କ୍ରୀଡା ଛାତ୍ରାବାସର ଖେଳାଳିଙ୍କ କୃତିତ୍ୱ

ଯୋଡ଼ା /ବଡ଼ବିଲ : ବିହାର ରାଜ୍ୟ ପାଟଳିପୁତ୍ର ଠାରେ ଅନୁଷ୍ଠିତ ହୋଇ ଯାଇଥିବା ଜାତୀୟ କନିଷ୍ଟ ଉଷୁ କ୍ରୀଡା ପ୍ରତିଯୋଗିତାରେ ଓଡିଶାରୁ ସମୁଦାୟ ୨୮ ଜଣ ଖେଳାଳି ଅଂଶଗ୍ରହଣ କରିଥିଲେ । ସେଥିମଧ୍ୟରୁ ବଡ଼ବିଲର ସୋୟାବଲି ଠାରେ ଥିବା ଜିନ୍ଦଲ କ୍ରୀଡା ଛାତ୍ରାବାସର ୫ ଜଣ ଛାତ୍ର ଛାତ୍ରୀ ବିଭିନ୍ନ ବିଭାଗରେ ପଦକ ହାସଲ କରି ଏହି ଅଂଚଳ ପାଇଁ ସୁନାମ ଆଣିଛନ୍ତି । ଯୋଡ଼ା ବଡ଼ବିଲ ଅଂଚଳର ଉଷୁ ଖେଳାଳି ମାନଙ୍କୁ ଦେଓଝର ଠାରେ ଥିବା ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାରର ସାମାଜିକ ଶାଖା ଜେ.ଏସ.ପି. ଫାଉଣ୍ଡେସନ ଦ୍ୱାରା ପ୍ରଶିକ୍ଷଣ ତଥା ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦିଆଯାଉଛି । ଖେଳ ସାରି ଖେଳାଳି ମାନେ ଆଜି ବଡ଼ବିଲ ରେଳ ଷ୍ଟେସନରେ ପହଂଚିବା ପରେ ସେମାନଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଥିଲା । ସହରର ବହୁ କ୍ରୀଡାପ୍ରେମୀ ଏବଂ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ରେଳ ଷ୍ଟେସନରେ ଉପସ୍ଥିତ ରହିଥିଲେ । ସୂଚନା ମୁତାବକ ଜାତୀୟ କନିଷ୍ଠ ଉଷୁ ପ୍ରତିଯୋଗିତାରେ ବଡ଼ବିଲର ବାବଲୁ ମୁଣ୍ଡା ୪୮ କେଜିରୁ କମ କନିଷ୍ଠ ବାଳକ ବର୍ଗର ସ୍ଵର୍ଣ , ଶ୍ୱେତାରାଣୀ ମହାନ୍ତ ୪୮ କେଜିରୁ କମ କନିଷ୍ଠ ବାଳିକା ବିଭାଗରେ ସ୍ଵର୍ଣ ପଦକ ଜିତିଛନ୍ତି । ୪୮ କେଜିରୁ କମ ବାଳିକା କନିଷ୍ଠ ବର୍ଗରେ ସୁମିତ୍ରା ମୁଣ୍ଡା ରୌପ୍ୟ ପଦକ ଏବଂ ବାଳକ ବର୍ଗରେ ପ୍ରେମ ମୁଣ୍ଡା ରୌପ୍ୟ ପଦକ ହାସଲ କରିଛନ୍ତି । ୫୨ କେଜି କନିଷ୍ଠ ବାଳକ ବିଭାଗରେ ରାଜକୁମାର ମୁଣ୍ଡା ରୌପ୍ୟ ପଦକ ହାସଲ କରିଛନ୍ତି । ପ୍ରକାଶ ଯୋଗ୍ୟ ଚଳିତ ବର୍ଷ ଜୁଲାଇ ମାସରେ ଜେ. ଏସ.ପି.ଫାଉଣ୍ଡେସନ ଦ୍ୱାରା ଏହି କ୍ରୀଡା ଛାତ୍ରାବାସ ସ୍ଥାପିତ କରାଯାଇଛି ଏବଂ ଏହାମଧ୍ୟରେ ସମୁଦାୟ ୬୦ ଜଣ ଛାତ୍ରଛାତ୍ରୀ ରହି ଉଷୁ ଖେଳର ପ୍ରଶିକ୍ଷଣ ଗ୍ରହଣ କରୁଛନ୍ତି ।

Leave a Reply

Your email address will not be published. Required fields are marked *