ରାଜ୍ୟ

ସାବଧାନ ଅସାଧୁ ଖଣି କମ୍ପାନୀ , ବିଭାଗରେ ମେସିନ ଛାଟ

ରେଡି ତୁମ ପାଇଁ – ସୂଚନା ପ୍ରସାର ଡି.ଡି.ସି.ଏ – ବହୁ ଦିନର ଅନ୍ତ୍ ଘଟିଲା ଏବେ ଉପନିର୍ଦେଶକ ରସାୟାନିକ ବିଶ୍ଳେଷଣ ଯୋଡ଼ା , ବିଭାଗରେ ନୂତନ କରି ଲାଗି ଥିବା ବହୁ ମୂଲ୍ୟବାନ ନମୁନା ଅଗୋଚର ମେସିନକୁ ଛାଟର ସମ୍ବୋଧନ କରି ବିଷୟକୁ ବ୍ୟାପକରେ ଅସାଧୁ ଖଣି କମ୍ପାନୀଙ୍କୁ ସୁଚେଇ ଦେଇ ଥିବାରୁ ଅସାଧୁ ଖଣି କମ୍ପାନୀଙ୍କ ମଧ୍ୟରେ ଛନକା ଖେଳି ଯାଇଥିବ । ତେବେ ସାବଧାନ ହୋଇ ଯାଓ ଏବେ ଯୋଡ଼ା , କୋଇଡା , ମୟୂରଭଞ୍ଜର ଖଣି ମଣ୍ଡଳରେ ଥିବା ଯେକେହି ଅସାଧୁ ଖଣି କମ୍ପାନୀ ଆଉ କରିପାରିବନି ପୂର୍ବପରି ଘରୋଇ ମାନୁଆଲରେ ନମୁନାର ମାନ ଘୋଟାଲା କାରଣ ବିଭାଗରେ ଲାଗିଲା ଅତ୍ୟାଧୁନିକ ରେଣ୍ଡମାଇଜେସନ ତଥା ନମୁନା ଅଗୋଚର ମେସିନ ଏକ ତୁମ ପାଇଁ ଛାଟ ସଦୃଶ କାର୍ଯ୍ୟ କରିବ । ଯାହା ଉପନିର୍ଦେଶକ ରସାୟନିକ ବିଶ୍ଳେଷଣ ଶ୍ରୀ ଦାସମାତ୍ ସୋରେନଙ୍କ ବିଭାଗରୁ ସୂଚନା ସାର୍ବଜନୀନ କରାଯାଏ । ତେବେ ଗୋଟିଏ ପ୍ରଶ୍ନ ଯାହା ଏବେ ସୃଷ୍ଟି କରେ ଯେ ରେଣ୍ଡମାଇଯେଶନ ମେସିନ ଲାଗିବା ପୂର୍ବରୁ କେଉଁ ମଣ୍ଡଳର ଏବଂ ନାମଧାରୀ ଅସାଧୁ ଖଣି କମ୍ପାନୀ ନମୁନାର ମାନ ହେରଫେର କରି ରାଜ୍ୟ ସରକାରଙ୍କ ରାଜସ୍ବ ଫାଙ୍କିଛନ୍ତି ଯୋଡ଼ା , କୋଇଡା ନା ମୟୂରଭଞ୍ଜରେ ଥିବା କେଉଁ ଅସାଧୁ ଖଣି କମ୍ପାନୀ ? କାରଣ ତାହାର ତାଲିକା ଯଦି ଉକ୍ତ ବିଭାଗର ଶ୍ରୀ ସୋରେନ ଯଦି ଯଥା ସମ୍ଭବ ଦେବାରେ ସାହାଯ୍ୟ କରି ପ୍ରଦାନ କରନ୍ତେ ତେବେ ବିଭାଗୀୟ ଅଧିକାରୀ କିମ୍ବା ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ତୁରନ୍ତ ଉକ୍ତ ଅସାଧୁ ଖଣି କମ୍ପାନୀ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତେ ଯେ ନମୁନା ଘୋଟାଲା କରି ରାଜସ୍ଵ ଫାଙ୍କିଥିବ ସବୁ ଆଦାୟ ହୁଅନ୍ତା । କାରଣ ମେସିନ ଲାଗିନଥିବା ସମୟରେ ମାନୁଆଲ ନମୁନା ପରୀକ୍ଷାରେ ହେରଫେର କରି ଥିବା ବିଷୟକୁ ଶ୍ରୀ ସୋରେନ ଗତ ମାସରେ ସର୍ବଜାନିନ କରନ୍ତି । ତେଣୁ କରି ଶ୍ରୀ ସୋରେନ ଯଦି ରାଜ୍ୟ ତଥା ରାଜ୍ୟବାସୀଙ୍କର ମଙ୍ଗଳ ଏବଂ ପ୍ରଗତିରେ ସାହାଯ୍ୟ କରନ୍ତେ ତେବେ ଅସାଧୁ ଖଣି କମ୍ପାନୀଙ୍କର ତାଲିକା ଯଥା ସମ୍ଭବ ରାଜ୍ୟ ସରକାରଙ୍କୁ କିମ୍ବା ବିଭାଗୀୟ ଅଧିକାରୀଙ୍କୁ ନଚେତ୍ ସାର୍ବଜନୀନ କରନ୍ତୁ । ତେବେ ଦେଖିବାକୁ ଗଲେ ଗୋଟିଏ ମାସ ବିତିବାକୁ ଯାଉଥିଲେ ମଧ୍ୟ ପୂର୍ବପରି କେତକ ସୂଚନା ଯେପରି ଆସୁଥିଲା ଡି.ଡି.ସି.ଏ ଙ୍କ କାର୍ଯ୍ୟାଳୟରୁ କିନ୍ତୁ ଉକ୍ତ ଅସାଧୁଙ୍କ ତାଲିକାର ଏଯାଏ କୌଣସି ସୂଚନା ଆସିବା ସମ୍ଭବ ହୋଇ ପାରିଲା ନାହିଁ ଅଧିକାରୀଙ୍କ ପକ୍ଷରୁ। ତଥାବି କେବଳ ଅଲାଜୁକ ଅସାଧୁ ଖଣି କମ୍ପାନୀ ଯେ ନମୁନା ଘୋଟାଲା କରି ରାଜ୍ୟସରକାରଙ୍କୁ ଠକି ରାଜସ୍ଵ ଫାଙ୍କି ରାଜ୍ୟବାସୀଙ୍କ ପ୍ରଗତିରେ ଯେ ବାଧକ ସାଜିଛନ୍ତି ତୁମ ପାଇଁ ଏବେ ଯୋଡ଼ା ଡି.ଡି.ସି.ଏ ଙ୍କ କାର୍ଯ୍ୟାଳୟରେ ରେଣ୍ଡାମାଇଯେଶନ ଛାଟ ଜଗିଛି। ସାବଧାନ ହୋଇ ଯାଓ କେବଳ ଅସାଧୁ ଠକ୍ ଖଣି କମ୍ପାନୀ ବିଭାଗର ମେସିନ ଛାଟକୁ ଦେଖି ।

Leave a Reply

Your email address will not be published. Required fields are marked *