ମୁଖ୍ୟ ଖବର

ଭାରତୀୟ’ ଆମର ଅସଲ ପରିଚୟ : ରାଷ୍ଟ୍ରପତି

ନୂଆଦିଲ୍ଲୀ : ଆସନ୍ତା କାଲି ଅର୍ଥାତ୍ ଅଗଷ୍ଟ ୧୫ରେ ଭାରତ ୭୭ତମ ସ୍ୱାଧୀନତା ଦିବସ ପାଳନ କରୁଛି । ସ୍ୱାଧୀନତା ଦିବସ ପୂର୍ବ ସଂଧ୍ୟାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦେଶବାସୀଙ୍କ ଉଦ୍ଦେଶ୍ୟରେ ନିଜର ଅଭିଭାଷଣ ରଖିଛନ୍ତି । ସେ କହିଛନ୍ତି ଯେ ସମସ୍ତ ଦେଶବାସୀ ଅମୃତ ମହୋତ୍ସବକୁ ଉତ୍ସାହର ସହ ପାଳନ କରୁଛନ୍ତି। ସମସ୍ତେ ଉତ୍ସାହର ସହ ସ୍ୱାଧୀନତା ଦିବସ ପାଳନ କରିବାକୁ ପ୍ରସ୍ତୁତ ହେଉଛନ୍ତି । ଏହା ମୋତେ ମୋ ପିଲାଦିନକଥା ମଧ୍ୟ ମନେ ପକାଉଛି । ତ୍ରିରଙ୍ଗା ଉତ୍ତୋଳନ ବେଳେ ଦେହରେ ବିଜୁଳିଭଳି ଶିହରଣ ଖେଳିଯାଉଥିଲା । ଏସବୁ ଉତ୍ସାହରେ ଭରି ଯାଇଥିଲା।

ସ୍ୱାଧୀନତା ଦିବସ ଆମକୁ ମନେ ପକାଇ ଦିଏ ଯେ ଆମେ ବ୍ୟକ୍ତି ନୁହଁ, ଆମେ ବିଶ୍ୱର ସର୍ବବୃହତ ନାଗରିକ ସମ୍ପ୍ରଦାୟର ସଦସ୍ୟ-ଏକ ସର୍ବବୃହତ୍ ଓ ଜୀବନ୍ତ ସମୁଦାୟର ଅଂଶବିଶେଷ । ଉପନିବେଶ ଶାସନ ଏହାର ଅନ୍ତ ଘଟାଇବାକୁ ଚେଷ୍ଟା କରିଥିଲା । ୧୯୪୭ ମସିହା ଅଗଷ୍ଟ ୧୫ ତାରିଖରେ ଆମେ ସ୍ୱାଧୀନ ହୋଇଥିଲୁ। ଆମର ସ୍ୱାଧୀନତା ଆନ୍ଦୋଳନ ଅଦ୍ଭୁତ ଥିଲା । ସଂଗ୍ରାମୀମାନେ ଆମ ମହାନ ସଭ୍ୟତାର ମୂଲ୍ୟବୋଧକୁ ସେ ଲୋକଙ୍କ ପାଖରେ ପହଞ୍ଚାଇଥିଲେ। ଆମ ସ୍ୱାଧୀନତା ସଂଗ୍ରାମର ମୂଲ୍ୟବୋଧ ସତ୍ୟ ଓ ଅହିଂସାକୁ ସମଗ୍ର ବିଶ୍ୱରେ ଗ୍ରହଣ କରାଯାଇଛି ।

ଏହି ଦିନ ଆମ ସମସ୍ତଙ୍କ ପାଇଁ ଏକ ଗର୍ବିତ ଏବଂ ପବିତ୍ର ଦିନ । ଚାରିଆଡ଼େ ଉତ୍ସବର ବାତାବରଣ ଦେଖି ମୁଁ ବହୁତ ଖୁସି । ଜାତି, ଧର୍ମ, ଭାଷା ଓ ଅଞ୍ଚଳ ବ୍ୟତୀତ ଆମର ପରିବାର ଓ କର୍ମକ୍ଷେତ୍ର ସହ ଜଡ଼ିତ ପରିଚୟ ମଧ୍ୟ ରହିଛି। କିନ୍ତୁ ଆମର ଏକ ପରିଚୟ ଅଛି ଯାହା ସବୁଠାରୁ ଅଧିକ ଗୁରୁତ୍ବପୂର୍ଣ୍ଣ ଏବଂ ଆମର ସେହି ପରିଚୟ ହେଉଛି ଯେ ଆମେ ଭାରତୀୟ ।ରାଷ୍ଟ୍ରପତି କହିଥିଲେ ଯେ ଆମ ସମ୍ବିଧାନ ହେଉଛି ଆମର ମାର୍ଗଦର୍ଶକ ଦସ୍ତାବିଜ। ସମ୍ବିଧାନର ପ୍ରସ୍ତାବନାରେ ଆମ ସ୍ୱାଧୀନତା ସଂଗ୍ରାମର ଆଦର୍ଶ ରହିଛି। ଆସନ୍ତୁ ଆମର ପ୍ରତିଷ୍ଠାତାମାନଙ୍କ ସ୍ୱପ୍ନକୁ ସାକାର କରିବା ପାଇଁ ସୌହାର୍ଦ୍ଦ୍ୟ ଏବଂ ଭାଇଚାରାର ଭାବନା ସହ ଆଗକୁ ବଢ଼ିବା ।ରାଷ୍ଟ୍ରପତି ନିଜ ଭାଷଣରେ ଚନ୍ଦ୍ରଯାନ-୩, ଜଳବାୟୁ ପରିବର୍ତ୍ତନ, ଦେଶର ଅର୍ଥ ବ୍ୟସ୍ଥାର ଅଭିବୃଦ୍ଧି କଥା କହିଥିଲେ । ସେ କହିଥିଲେ ଯେ ଭାରତ ବିଶ୍ବର ୩ୟ ବୃହତ୍ତମ ଅର୍ଥବ୍ୟବସ୍ଥା ହେବ।

Leave a Reply

Your email address will not be published. Required fields are marked *