ସମ୍ପାଦକୀୟ

ସ୍ୱାଧୀନତାର ମୂଲ୍ୟବୋଧ


ନିରୁପମା ପାଣି


ଆମେ ସ୍ୱାଧୀନ ଦେଶର ନାଗରିକ ନିଶ୍ଚୟ,କାରଣ ବିଦେଶୀ କବଳରୁ କେହି ଦେଶପ୍ରେମୀ ନିଜ ଜୀବନ ବିନିମୟରେ ଆମକୁ ପରାଧୀନତାରୁ ମୁକ୍ତ କରିଥିଲେ!! ସେମାନେ ଭାବିଥିଲେ ଯେ ସେମାନେ ପଛକେ କଷ୍ଟ ଯନ୍ତ୍ରଣା ସହି ବନ୍ଧୁକ ଗୁଳି ବା ଫାଶୀରେ ପ୍ରାଣ ଦିଅନ୍ତୁ, ଦେଶ ର ଭବିଷ୍ୟତ ଉଜ୍ଜଳ ମୟ ନିଶ୍ଚୟ ହେବ!! ତାଙ୍କ ପର ପିଢି ଆଉ ଗୋଲାମ ର ପରିଚୟ ନେଇ ବିଶ୍ୱଦରବାରରେ ପରିଚିତ ହେବେନି! ପରାଧୀନତା ବୋଧେ ସେମାନଙ୍କ ସ୍ୱାଭୀମାନରେ ପଦାଘାତ କରୁଥିଲା! ସେହି ଯୋଗଜନ୍ମା ବୀର ମହା ପୁରୁଷଙ୍କୁ ଯୋଡହସ୍ତେ ପ୍ରଣାମ!! ଯିଏ ମାଟିକୁ ମାଆର ସମ୍ମାନଦେଇ ,ସେଇ ମାଟି ପାଇଁ ଜୀବନ ଉତ୍ସର୍ଗ କରି ଆଜିବି ମରି ଅମର ରହିଛନ୍ତି ଭାରତ ଇତିହାସରେ!! ବର୍ଷରେ ଦୁଇଥର ଲୋକମାନେ ତାଙ୍କୁ ମନେ ପକାଉଛନ୍ତି ,ଭାରତ ମାତାର ସୋଯୋଗ୍ୟ ସନ୍ତାନ ବୋଲି ବିଚାରକରି!! ତାଙ୍କ ନାଁ ପଛରେ ଜୟ ଜୟ୍ କାର କରି ସ୍ଳୋଗାନ୍ ଦେଉଛନ୍ତି!!
ସେମାନେତ ମାଟି ମାଆ ଲାଗି ବଳି ପଡିଥିଲେ ହେଲେ ଆଜିର ଭାରତୀୟ ସୁଯୋଗ୍ୟ ସନ୍ତାନ କ ଣ ଶିଖିଲା ତାଙ୍କଠୁ!! ସ୍ୱାର୍ଥ ହାସଲ ଦିଗରେ ସମସ୍ତେ ବ୍ୟଗ୍ର, ସାମୁହିକ ସ୍ୱାର୍ଥ, ଜାତୀୟ ଚେତନା ସମସ୍ତେ ଭୁଲିଯାଉଛନ୍ତି!! ଲୁଟିଖିଆ ଆଜିର ପୁଞ୍ଜିପତି! ଖଟିଖିଆ ଆଜିବି ଓଳିଏ ଖାଇଲେ ଓଳିଏ ଓପାଷ!! ଦିନକୁ ଦିନ ଅନ୍ୟାୟ ଅତ୍ୟାଚାର ସୀମା ଲଙ୍ଘନ କରୁଛି!! ସବୁଠି କରପ୍ସନ୍, ନେତା ମନ୍ତ୍ରୀ ବିନା ଲାଞ୍ଚରେ ଜନତାର ସ୍ୱାର୍ଥ ଦେଖୁନାହାନ୍ତି!! ଥାନା କୋଟ କଚେରୀ ପଇସା ବାଲାଙ୍କ ଆଙ୍ଗୁଠି ଅଗରେ ଚାଲେ! ସରକାରୀ ମେଡିକାଲ୍ ରେ ପୁଅର ଡେଥ୍ ସାର୍ଟିଫିକେଟ୍ ନେବାକୁ ବୁଢାବାପକୁ ଲାଞ୍ଚ ମଗାଯାଏ!! ଲକ୍ଷେ ଟଙ୍କା ଦରମା ପାଉଥିବା ଲୋକ , ଚାଷି ମୁଲିଆଠୁ ଲାଞ୍ଚ ନନେଲେ କାମ କରେନି,ଅକର୍ମଣ୍ୟ ବିଧବା ଭତ୍ତା ଲାଗି ବ୍ଲକ୍ ଅଫିସ୍ ଦୋଉଡ଼ି ଦୋଉଡି ଚପଲ ଛିଡିଯାଏ ସେ ଦେଶର ପ୍ରଗତୀ ହୁଏ କି ଅବନତୀ ହେଉଛି ଉପରେ ଥାଇ ଗାନ୍ଧି ଗୋପବନ୍ଧୁ ବାଳକ ବାଜିରାଉତ ଦେଖିପାରୁଥିବେ ନିଶ୍ଚୟ, ଭାବୁଥିବେ ଏଇ ଆମ ସ୍ୱପ୍ନ ର ସୁନାର ଭାରତ!!
ଆଜିକି ଆକାଶରେ ବେବୀନା ,କୁନ୍ଦୁଲିପିଡୀତା ଭଳି ଝିଅମାନଙ୍କ ଅଶରୀରି ଆତ୍ମା ବିଳାପ କରୁଛିନ୍ତି ଆମକୁ କିଏ ନ୍ୟାୟ ଦବ?
ହଜାର ହଜାର ବୟସ୍କ ଭୋକ ଉପାଷରେ ରାସ୍ତାରେ ସଢୁଛନ୍ତି କିଏବା ଜରାଶ୍ରମ ରେ !! ଆଇନ୍ ର ସାହାରାରେ ଜନ୍ମ କଲାମାଆଟିଆ କଅଁଳ ଶିଶୁକୁ ଛାଡି ଅନ୍ୟ ପୁରୁଷସହ ପଳେଇଯାଉଛି! ସେଭଳି ଶିଶୁଙ୍କ ସ୍ଥାନ କୋଉଠି ,ତାଙ୍କ ଭବିଷ୍ୟତ କଣ କୋଉ ଆଇନ୍ ତାଙ୍କୁ ନ୍ୟାୟ ଦବ ସ୍ୱାଧୀନତାର ଏହା କଣ ଏକ ଯୁଗାନ୍ତକାରୀ ନମୁନା !!
ହଜାର ହଜାର ଲୋକ ପେଟକୁ ମୁଠାଏ ଦାନା ଯୋଗାଡ କରିବାକୁ ବାହାର ଦେଶକୁ ଦାଦନ ଖଟିବାକୁ ଯାଇ କେହିବି ମରିହଜିଯାଉଛନ୍ତି!! କାହାର ନଜର ଅଛି ନା ଜାତୀୟ ସ୍ୱାଭୀମାନି ହୃଦୟ ଅଛି ଏ ସବୁ ବିଷୟ ଚିନ୍ତା କରିବ!! ସମସ୍ତ ମାନି ଧନି ଗୁଣୀ ଜ୍ଞାନୀ କେବଳ ନିଜ ସ୍ୱାର୍ଥ ଚାହୁଛନ୍ତି ,କେମିତି ତାଙ୍କ କୋଠା ସମ୍ପତି ଗଛିତ ଅର୍ଥ ଗୁଣ ମାନ ବୃଦ୍ଧି ପାଇବ!! ସମୟ ଆସିଛି ହେ ଭାରତୀୟ ସନ୍ତାନ ଭାବିଦେଖ ,ଯଦି ଏଇ ମାନସିକତା ପରାଧୀନ ଭାରତର ମହାମନିଷି ମାନଙ୍କର ଥାଆନ୍ତା,,ସେମାନେ କେବଳ ନିଜକଥା ଭାବିଥାଆନ୍ତେ ଆଜି ଆମେ କ ଣ ସ୍ୱାଧୀନ ଭାରତର ସନ୍ତାନର ମୁକୁଟ ପିନ୍ଧି ପାରିଥାଆନ୍ତେ ନା ଭାରତର ନାଁ ଆଜିର ଇତିହାସରେ ଲେଖା ଥାଆନ୍ତା!! ଯିଏବି ଭାରତୀୟ ଥାଆନ୍ତେ ସମସ୍ତେ ଇଂରେଜଙ୍କ ଘରେ ବାସନ ମାଜୁଥାଆନ୍ତେ ତ କିଏ ଝାଡୁ ମାରୁଥାଆନ୍ତେ !! ଆଜି ପାଳୁଥିବା ସ୍ୱାଧୀନତା ଦିବସ କଣ କେହିବି ଜାଣିପାରିନଥାନ୍ତେ!!
ଆଜିର ଜାତୀୟ ପତାକା କୁ ସାକ୍ଷୀରଖି ପ୍ରତ୍ୟେକ ଭାରତୀୟ ଆତ୍ମ ସ୍ୱାର୍ଥକୁ ବଳିଦେଇ ,ଦେଶ ଜାତି ସାମୁହିକ ସ୍ୱାର୍ଥ କୁ ଜୀବନର ବ୍ରତ ରୁପେ ସପଥ ନେଲେ ହୁଏତ ,ସ୍ୱର୍ଗ ବାସୀ ବୀର ମହାମନିଷୀ ମାନଙ୍କ ଆତ୍ମା ଖୁସିର ଲୁହ ବୁନ୍ଦା ହୋଇ ଆଶୀର୍ବାଦ ରୁପରେ ଆମମାନଙ୍କୁ ଆଗକୁ ଯିବାକୁ ପଥ ଦେଖେଇବ!!
ଜୟ୍ ହିନ୍ଦ
ଭାରତ୍ ମାତାକି ଜୟ୍
ବିନତରା
ଚାନ୍ଦବାଲି
ଭଦ୍ରକ୍

Leave a Reply

Your email address will not be published. Required fields are marked *