ରାଜ୍ୟ

ଜଗତସିଂହପୁର ଟେଣ୍ଟ୍ ହାଉସ ମାଲିକ ସଂଘର ବନ୍ଧୁମିଳନ


ଜଗତସିଂହପୁର : ଜିଲ୍ଲା ଟେଣ୍ଟ୍ ହାଉସ ଲାଇଟ୍, ମାଇକ୍, ଡେକୋରେଟର ମାଲିକ ସଂଘର ବାଲିକୁଦା ବ୍ଲକ, ଓଷକଣା ଜୋନର ସ୍ଥାନୀୟ ବନ୍ଦର ଠାରେ ବନ୍ଧୁମିଳନ ଉତ୍ସବ ପାଳିତ ହୋଇଯାଇଛି । ଏହି ବନ୍ଧୁମିଳନ ଉତ୍ସବରେ ଜିଲ୍ଲା ଟେଣ୍ଟ୍ ହାଉସ ମାଲିକ ସଂଘର ସଭାପତି ଶ୍ରୀ ମଧୁସୂଦନ ସାହୁଙ୍କ ଅଧକ୍ଷତାରେ ରାଜ୍ୟ ସଂଘର ସଭାପତି ଶ୍ରୀ ଦେବେନ୍ଦ୍ର ନାଥ ପଣ୍ଡା, ଅଧ୍ୟକ୍ଷ ଶ୍ରୀ ଅଟଳ ବିହାରୀ ଜେନା, ସଂପାଦକ ଶ୍ରୀ ପ୍ରଦିପ କୁମାର ଭଟ୍ଟ, ପ୍ରବୋଧ କୁମାର ଦାସ, ଶ୍ରୀ ଜଗନ ମୋହନ ଜେନା, ଶ୍ରୀ ଗୁରୁଚରଣ ଦାସ, ଶ୍ରୀ ରବିନ୍ଦ୍ର ନାଥ ଦାସ, ଶ୍ରୀ କିଶୋର ଚନ୍ଦ୍ର ଦେହୁରୀ, ଶ୍ରୀ ଜୟନାରାୟଣ ସିଂ ଯୋଗ ଦେଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ସଂପାଦକ ଶରତ ଚନ୍ଦ୍ର ସାମଲ, ଶ୍ରୀ ପ୍ରତାପ କୁମାର ସ୍ବାମୀ, ସନ୍ଦିପ୍ତ ମହାନ୍ତି, ଅଲେଖ ବିଶୋଇ, ଗଣେଶ ପାଲ୍, ନାରାୟଣ ନାୟକ, କୁନୁ ମିଶ୍ର, ମାୟାଧର ପରିଡା, ବୃନ୍ଦାବନ ମହାନ୍ତି, ମିର୍ଜାରାଜାବାଲି ବେନ୍, ଧିର ଭାଇନା, ଚିତରଞ୍ଜନ ଷଡ଼ଙ୍ଗୀ,ଦିଲିପ ମହାନ୍ତି, ସୁକାନ୍ତ ପଣ୍ଡା, ଉପସ୍ଥିତ ରହି ସଙ୍ଗଠନର କର୍ମକର୍ତ୍ତା ମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ ।
ଏଥି ସହିତ ଜଗତସିଂହପୁର ଜିଲ୍ଲାର ସର୍ବଶ୍ରୀ ସୁବାସ ଚନ୍ଦ୍ର ରାଉତ ଶିକ୍ଷାବିତ୍ ଓ ନୂତନ ଉପଦେଷ୍ଟା, ଓକିଲ ସଂଘର ସଭାପତି ଶ୍ରୀ ଦେବେନ୍ଦ୍ର ନାଥ ସ୍ୱାଇଁ, ଶ୍ରୀ ସୁନିଲ କୁମାର ନାୟକ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ, ବାବା ଲଲାଟେନ୍ଦୁ କେଶରୀ ସଂପାଦକ ପରିଦର୍ଶକ ଏବଂ ନୂତନ କରି ଯୋଗ ଦେଇଥିବା ମାଲିକ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।
ଏଥିସହିତ ସମସ୍ତ ଅତିଥି ମାନଙ୍କ ଦ୍ୱାରା ବୃକ୍ଷ ଚାରା ରୋପଣ କରାଯାଇଥିଲା। ଶେଷରେ ସଙ୍ଗଠନର କର୍ମକର୍ତା
ଧିର ଭାଇନା ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *