ମୁଖ୍ୟ ଖବର

ମଙ୍ଗଳବାର ହିଁ ମୋଦୀଙ୍କ ଶେଷ ଲାଲକିଲ୍ଲା ଭାଷଣ : ମମତା 

କୋଲକାତା : ଦେଶରେ ସ୍ୱାଧୀନତା ଦିବସ ପାଳନ ଆରମ୍ଭ ହୋଇଯାଇଛି । ଅଗଷ୍ଟ ୧୫ ରେ ୭୭ତମ ସ୍ୱାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲାଲକିଲ୍ଲା ପ୍ରାଚୀରରୁ ଦେଶବାସୀଙ୍କ ନେତୃତ୍ୱ ନେବେ । ପ୍ରଧାନମନ୍ତ୍ରୀଙ୍କ ଏହି ଭାଷଣର ଦିନକ ପୂର୍ବରୁ ଅର୍ଥାତ୍ ସୋମବାର ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ତାଙ୍କୁ କଟାକ୍ଷ କରିଛନ୍ତି।ମମତା ବାନାର୍ଜୀ କହିଛନ୍ତି ଯେ ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସ୍ୱାଧୀନତା ଦିବସ ଭାଷଣ ଲାଲକିଲ୍ଲା ପ୍ରାଚୀରରୁ ତାଙ୍କର ଶେଷ ଭାଷଣ ହେବ। କାରଣ ୬ ମାସ ପରେ ହେବାକୁ ଥିବା ସାଧାରଣ ନିର୍ବାଚନରେ ବିରୋଧୀ ଇଣ୍ଡିଆ ମେଣ୍ଟ ନିର୍ବାଚନ ଜିତିବ।

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ ବିରୋଧୀ ଦଳ ଇଣ୍ଡିଆ ମେଣ୍ଟ ଖୁବ୍ ଶୀଘ୍ର ପଡ଼ିଆକୁ ଓହ୍ଲାଇବ ଓ ଖେଲା ହୋବେ (ଖେଳ ହେବ) ।

ସେ ଆହୁରି କହିଛନ୍ତି ଯେ ବେଙ୍ଗଲ ଚୌକି ଚାହୁଁନାହିଁ, କେବଳ ବିଜେପି ସରକାରକୁ ଉଚ୍ଛେଦ କରିବାକୁ ଚାହୁଁଛି। ଇଣ୍ଡିଆ ମେଣ୍ଟ ସମଗ୍ର ଦେଶରେ ବିଜେପିକୁ ଧ୍ୱଂସ କରିଦେବ । ପଶ୍ଚିମବଙ୍ଗରେ ଟିଏମସି ବିଜେପିକୁ ନିର୍ଣ୍ଣାୟକ ଭାବେ ପରାସ୍ତ କରିବ। ସେ ମଧ୍ୟ ଅଭିଯୋଗ କରିଛନ୍ତି ଯେ କେନ୍ଦ୍ରର ବିଜେପି ସରକାର ବିରୋଧରେ ଦୁର୍ନୀତି ଅଭିଯୋଗ ରହିଛି।

ପଶ୍ଚିମବଙ୍ଗରେ ଦୁର୍ନୀତିର କିଛି ମାମଲା ସାମ୍ନାକୁ ଆସିଛି, ଯାହା ବିରୋଧରେ ଆମେ ତୁରନ୍ତ ପଦକ୍ଷେପ ନେଇଛୁ। ତେବେ ରାଫେଲ ବିମାନ ଚୁକ୍ତି ହେଉ କି ୨୦୦୦ ଟଙ୍କିଆ ନୋଟ୍ ବିମୁଦ୍ରୀକରଣ ହେଉ, କେନ୍ଦ୍ର ସରକାରଙ୍କ ବିରୋଧରେ ଅନେକ ଦୁର୍ନୀତି ଅଭିଯୋଗ ଆସୁଛି।

Leave a Reply

Your email address will not be published. Required fields are marked *