ମୁଖ୍ୟ ଖବର

ଲାଲକିଲ୍ଲାରେ ଜାତୀୟ ପତାକା ଉତ୍ତୋଳନ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ:  ଆଜି ଦେଶ ପାଳନ କରୁଛି ୭୭ତମ ସ୍ୱାଧୀନତା ଦିବସ । ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରେ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏହାପରେ  ଦେଶବାସୀଙ୍କୁ ସମ୍ବୋଧିତ କରୁଛନ୍ତି ପ୍ରଧାନମନ୍ତ୍ରୀ । ଏହା ସହ ସ୍ୱାଧୀନତାର ଅମୃତ ମହୋତ୍ସବର ସମାପନ ସହ ଦେଶ ଅମୃତ ଯୁଗରେ ପ୍ରବେଶ କରିବ । ଦୁଇ ବର୍ଷ ପୂର୍ବେ ଅହମଦାବାଦର ସାବରମତି ଆଶ୍ରମରୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦ୍ୱାରା ଐତିହାସିକ କ୍ଷଣର ଶୁଭାରମ୍ଭ ହୋଇଥିଲା ।

୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ ଭାବେ ମୋଦୀଙ୍କର ଏହା ଶେଷ ସମ୍ବୋଧନ। ସେଥିପାଇଁ କେବଳ କେବଳ ଭାରତ ନୁହେଁ, ସମଗ୍ର ଦୁନିଆର ନଜର ପ୍ରଧାନମନ୍ତ୍ରୀଙ୍କର  ସମ୍ବୋଧନ ଉପରେ ରହିଛି । କୁହାଯାଉଛି, ମୋଦୀ ଦେଶବାସୀଙ୍କ ଆଗରେ ନିଜ ସରକାରର ରିପୋର୍ଟ କାର୍ଡ ଉପରେ ସବିଶେଷ ବିବୃତି ରଖିବା ସହ କିଛି ପ୍ରମୁଖ ଯୋଜନାର ଘୋଷଣା କରିପାରନ୍ତି । ସେପଟେ ଲାଲକିଲାରେ ସମଗ୍ର ବିଶ୍ୱରୁ ୧୮ଶହ ସ୍ୱତନ୍ତ୍ର ଅତିଥିଙ୍କୁ ନିମନ୍ତ୍ରଣ ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ସ୍ୱାଧୀନତା ଦିବସ ପାଇଁ ରାଜଧାନୀ ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ଲାଲକିଲା ଆଖପାଖରେ ୧୦ହଜାରରୁ ଅଧିକ ସୁରକ୍ଷାକର୍ମୀଙ୍କୁ ନିୟୋଜିତ କରାଯାଇଛି ।

ଏହାସହ ୧ହଜାର କ୍ୟାମେରା, ଆଂଟି-ଡ୍ରୋନ୍ ସିଷ୍ଟମ ଲଗାଯାଇଛି । ଛୋଟ ଛୋଟ ଡ୍ରୋନ୍ ସାହାଯ୍ୟରେ ଆକ୍ରମଣ ଆଶଙ୍କା ଥିବାରୁ ଏହାର ମୁକାବିଲା କରିବାକୁ ଡିଆରଡିଓ ପକ୍ଷରୁ ବିକଶିତ କାଉଂଟର ଡ୍ରୋନ ସିଷ୍ଟମକୁ ଲାଲକିଲ୍ଲା ନିକଟରେ ମୁତୟନ କରାଯାଇଛି । ପ୍ରଧାନମନ୍ତ୍ରୀ ଓ ଅନ୍ୟ ଭିଭିଆଇପି ଅତିଥିଙ୍କ ସୁରକ୍ଷା ପାଇଁ ସ୍ନାଇପର୍ସ, ସ୍ୱତନ୍ତ୍ର ସ୍ୱାଟ୍ କମାଣ୍ଡୋ ଓ ଶାର୍ପଶୁଟର ମୁତୟନ କରାଯାଇଛି ।

Leave a Reply

Your email address will not be published. Required fields are marked *