ରାଜ୍ୟ

ମେସିନ ଭିତରେ କିଏ ପକାଉଛି ପାନୀୟା , କ୍ଲିପ ଏବଂ ….. ?

ଚମ୍ପୁଆ : ସତରେ ବୁଦ୍ଧିରେ ତୁମର ସରି କିଏ ? ସତରେ କି ଚମତ୍କାର ବୁଦ୍ଧି ପ୍ରୟୋଗ କରୁଛ ନିଜର ଘୋଟାଲାର ବିକାଶ ନିମନ୍ତେ ପ୍ରମୁଖ ଏକ ବିଭାଗରେ । ତେବେ ଏ ସବୁ ବୁଦ୍ଧି ଦେବାରେ ମଧ୍ୟ ପ୍ରସ୍ତୁତ ନିକଟର ଏକ କମ୍ପ୍ୟୁଟର ଜ୍ଞାନରେ ମାଷ୍ଟର ଥିବା ଯୁବକର ବହୁ ସହଯୋଗର ହାତ ଥିବାର ଏକ ବିଶ୍ଵସ୍ତ ସୂତ୍ରରୁ ଜାଣିବାକୁ ମିଳେ । ତେବେ ଦେଖିବାକୁ ଗଲେ ବିଭାଗଟିରେ ଘୋଟାଲା ନିମନ୍ତେ ଦୈନଦିନ ହୁଏ ନୂଆ ନୂଆ ଯୋଜନା ମଧ୍ୟରୁ ପୁଣି ଏକ ଯୋଜନା ପଦାରେ ପଡ଼ି ସାଧାରଣରେ ଚର୍ଚ୍ଚା ଜୋର୍ ଧରେ । ଏପରିକି ବିଭାଗଟିର ବହୁ ଘୋଟାଲା ତଥା ପ୍ରାୟ ଦିନର ସମସ୍ତ ଯୋଜନା ଲୋକଲୋଚନକୁ ଆସି ସାର୍ବଜନୀନ ହେଉଥିଲେ ମଧ୍ୟ ଘୋଟାଲା ଅଫିସର୍ ଏବଂ ମାସିକିଆ ଭତ୍ତା ଅଫିସର୍ ସୁଧୁରିବାରେ ନାମ ଧରୁନାହାନ୍ତି । ଯେପରି ଘୋଟାଲା ଟିମ ସବୁ ଲାଜ ସରମକୁ ପୋଡ଼ି ଖାଇ ଦେଇ ସାରିଛନ୍ତି । ତେବେ ଘଟଣା କିଛି ଏପରି କି ଉକ୍ତ ମେସିନରୁ ଜାତ ଅଙ୍କ ଦ୍ଵାରା ଘୋଟାଲାକରୀଙ୍କୁ ଘୋଟାଲା କରିବାରେ ବାଧା ସୃଷ୍ଟି ହେତୁ ପାନିଆ କିମ୍ବା କ୍ଲିପ୍ ଏକ ସାହା ଭରଷା ସାଜି ଥିବାର ଆଲୋଚନା ହୁଏ । ତେବେ ଉକ୍ତ ପାନିଆ ରଖିବା ଦ୍ଵାରା ମେସିନରୁ ଜାତ ଏକାଧିକ ଅଙ୍କ ମଧ୍ୟରୁ ଆବଶ୍ୟକର ପରିଚୟ ଜାଣିବା ସରାଳ ହେଉଥିବାରୁ ଘୋଟାଲା ଟିମ ଏହାକୁ ମଧ୍ୟ ସହଜରେ ଆପନେଇଛନ୍ତି । କିନ୍ତୁ ତଳସ୍ଥ କେତକ କର୍ମଚାରୀଙ୍କ ବିରୋଧାଭାଷା ହେତୁ ଉକ୍ତ ଯୋଜନା ମଧ୍ୟ ସମୟ ସମୟରେ ପଣ୍ଡ ହୋଇଯାଉଥିବାର ଆଲୋଚନା ହୁଏ । ତେବେ ମୋଟା ଅଙ୍କର ବେତନ ପାଉଥିଲେ ମଧ୍ୟ ଉଚିତ୍ ମାର୍ଗରେ କାର୍ଯ୍ୟ କରିବା ପ୍ରତିବଦଳରେ ଘୋଟାଲାର ନୂତନ ଘୋଟାଲା ଯୋଜନା କରିବାରେ ବ୍ୟସ୍ତ କେବଳ ଉକ୍ତ ଟିମ । ଯାହାର ମୁଖ୍ୟ ରାଜଧାନୀରେ ବସି ରିମୋଟ କଣ୍ଟ୍ରୋଲ ଧରି ସବୁ ଯୋଜନାର ମାଷ୍ଟିମାଇଣ୍ଡ ବନି ସ୍ଥାନୀୟ ଅଫିସରଙ୍କୁ ଇସାରରେ ପରିଚାଳିତ କରନ୍ତି ଭତ୍ତା ଅଫିସର । ତେବେ ଏ ସମସ୍ତ ଘୋଟାଲାର କାର୍ଯ୍ୟକଳାପ ବିଷୟରେ ରାଜଧାନୀର ସର୍ବୋଚ୍ଚ ଏକ ଅଧିକାରୀଙ୍କୁ ଗତ ରବିବାର ଜଣାଇବାରୁ ଅଧିକାରୀ ଜଣକ ଖୁବ୍ ଜଲ୍ଡି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଉକ୍ତ ଟିମ ପ୍ରତି ଦୃଢ଼ କାର୍ଯ୍ୟାନୁଷ୍ଠାନର ପ୍ରତିଶ୍ରୁତି ଦେଇଛନ୍ତି ସ୍ଥାନୀୟ ବୁଦ୍ଧିଜିବୀଙ୍କୁ ।

Leave a Reply

Your email address will not be published. Required fields are marked *